ଗଳ୍ପ
ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ
ଦଣ୍ଡକା ଅରଣ୍ୟ ମଧ୍ୟରେ ମାତଙ୍ଗମୁନୀ ଙ୍କ ଆଶ୍ରମ |ସେହି ଅରଣ୍ୟ ମଧ୍ୟରେ ଶ୍ରମଣା ନାମ୍ନୀ ଶବରୀ ରହେ |ଏକଦା ସେ ଜଙ୍ଗଲ ମଧ୍ୟରେ ବୁଲୁବୁଲୁ ଏକ ଆଶ୍ରମନିକଟରେ ପହଁଚିଲେ |ଶବରୀ ର ଆଉ କେହି ନଥିଲେ |ଦୟାଳୁମୁନୀ ତାଙ୍କୁ ଆଶ୍ରୟ ଦେଇ ନଥିଲେ,ମାତ୍ର ପ୍ରତ୍ୟେହ ତାଙ୍କୁ ଭକ୍ତି ଜ୍ଞାନ ସମ୍ଭନ୍ଧୀୟ ଉପଦେଶ ଦେଉଥିଲେ |ମୁନିଙ୍କ ଶେଷ ସମୟ ଉପସ୍ଥିତ ହେବାରୁ ସେଶବରୀ କୁ ନିଜ ପାଖକୁଡାକିଲେ ଓ କହିଲେ ଦିନେ ଶ୍ରୀରାମ,ଲକ୍ଷ୍ମଣ ଏହି ଆଶ୍ରମକୁ ଆସିବେ, ସେ ପରଂବ୍ରହ୍ମ!ତାଙ୍କ ଦର୍ଶନରେ ତୁମର ଜୀବନ ଧନ୍ୟହେବ |ସକଳ ପାପ ତାପ ସବୁ ଦୂର ହୋଇଯିବ |ମୁନିଙ୍କ କଥାଶୁଣି ଶବରୀ ମନରେ ଶ୍ରୀରାମଙ୍କ ପ୍ରତି ଅହେତୁକଭକ୍ତି ଭାବ ଜାଗ୍ରତହେଲା |
ସେଇ ଦିନ ଠାରୁ ପ୍ରଭୁଙ୍କ ପ୍ରତୀକ୍ଷାରେ ଶବରୀ ପ୍ରଭୁଙ୍କ ଆଗମନକୁ ଚାତକପରି ଚାହିଁରହିଲା। ପ୍ରତ୍ୟେହ ପ୍ରଭାତରୁ ଉଠି ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଅରଣ୍ୟରୁ ନାନାଜାତି ଫୁଲ ତୋଳି ଆଣି ଆଶ୍ରମର ଦ୍ୱାରରେ ଫୁଲ ବିଂଛି ଦେଉଥିଲା | ପ୍ରଭୁଙ୍କୁ ଭୁଞ୍ଜାଇବା ନିମିତ୍ତ ଭଳିକିଭଳିଫଳ ଜଙ୍ଗଲରୁ ତୋଳି ଆଣୁଥିଲା |ଏହିପରି ସବୁଦିନ ଭକ୍ତିପୂତ ମନରେ କରିଚାଲି ଥାଏ |
ଶେଷରେ ତା’ର ପ୍ରତୀକ୍ଷା ର ଅନ୍ତ ହେଲା ସତକୁ
ସତ ଜନକନନ୍ଦିନୀ ସୀତାଙ୍କ ଅନ୍ୱେଷଣରେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ସେହି ଆଶ୍ରମରେ ପହଁଚିଲେ |ଶବରୀ ସେମାନଙ୍କ ପାଦ ଧୌତ ପୂର୍ବକପ୍ରଣାମ କରି ପାଦତଳେ ଲୋଟିଗଲା |ଭକ୍ତି ଗଦଗଦ ଅନ୍ତରରେ କହିଲା ହେ ରଘୁନନ୍ଦନ! ଆଜି ମୋର ଜନ୍ମ ସାର୍ଥକ ହୋଇଗଲା |ମୋର ଦୀର୍ଘଦିନର ତପ ପୂର୍ଣ୍ଣ ହେଲା |ମୁଁ ଆଜି ଏତେ ଖୁସିଯେ ତାହା ଭାବରେ ବ୍ୟକ୍ତ କରିପାରୁନାହିଁ| କାରଣ ମୋ ପାଖରେ ମୋପ୍ରଭୁ ଅଛନ୍ତି,ଏହା ହେଉଛି ମୋ ପାଇଁ ଅତ୍ୟନ୍ତ ଖୁସିର ଦିନ |ଯଥାବିଧି ରେ ଅତିଥିସତ୍କାର ପୂର୍ବକ ଆସନରେ ବାସଇଲା |ଅରଣ୍ୟମଧ୍ୟରୁ ଆଣି ରଖିଥିବା ଫଳଗୁଡିକୁ ଚାଖିଚାଖି ସୁସ୍ୱାଦୁ ଫଳଗୁଡିକୁ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣକୁ ନିଜହାତରେ ଖୁଆଇ ଚାଲିଲା |ତାର ସ୍ୱଚ୍ଛନିର୍ମଳ ମନୋ-ଭାବ, ଗଭୀର ଭଲପାଇବା, ଭକ୍ତିଭାବରେ ପ୍ରଭୁ ତଲୀନ୍ନ ହୋଇ ଯାଇ ଆନନ୍ଦରେ ଫଳ ଭକ୍ଷଣ କରି ଚାଲିଥିଲେ |ଏହା ଥିଲା ଭକ୍ତ ଭଗବାନ ଙ୍କ ନିକଟରେ ନିହିତ ସଂପର୍କ, ଯାହାକି ଯୁଗଯୁଗ ଧରି ତପସ୍ୟାରତ ମୁନୀ ଋଷିଙ୍କୁ ପ୍ରାପ୍ତ ହୋଇ ନଥାଏ |ଫଳ ଖାଇ ଶବରୀକୁ ଅନେକ ପ୍ରଶଂସା କଲେ |ପ୍ରଭୁଙ୍କୁ ଆଦରରେ ଚର୍ଚ୍ଚାକରି ଶବରୀ କହିଲା, “ହେ ପ୍ରଭୁ! ଆପଣଙ୍କ ଦର୍ଶନ ଲାଭକରି ମୁଁ ଅତ୍ୟନ୍ତ ପ୍ରୀତହୋଇଛି |”
ପ୍ରଭୁ ଶ୍ରୀରାମ ଶବରୀର ଅନାବିଳ ଭକ୍ତି ଦେଖି କହିଲେ -“ମୁଁ କେବଳ
ଭକ୍ତିରେ ବନ୍ଧା ଜାତି,ଧର୍ମ,ବର୍ଣ୍ଣ,ଗୁଣ ବୁଦ୍ଧି ଏସବୁ ଥିଲେବି ଭକ୍ତି ବିନା
ମାନବ ଜଳହୀନ ବାଦଲ ପରି |ତୁମ ହୃଦୟରେ ରହିଛି ମୋପ୍ରତି ଅନାବିଳ ଭକ୍ତି, ଯାହାର ତୁଳନା ନାହିଁ |ଯାହା ଫଳରେ, ତୁମେ ମୋର ଦର୍ଶନ ପାଇବାରେ ସମର୍ଥ ହେଲ |”ଶବରୀ ବାର-ମ୍ବାର ଶ୍ରୀରାମ ଚରଣତଳେ ମଥା ନତ କରି ପ୍ରଭୁଙ୍କୁ ଆନନ୍ଦରେ ମନଭରି ଦର୍ଶନ କଲା |ମୁଁତ ଛାର ମାନବ ସେ ଭାବକୁ ବ୍ୟକ୍ତ କରିବା ପାଇଁ ମୋ ଶବ୍ବକୋଷରେ ଭାଷା ନାହିଁ |ତଥାପି ମୋ ମସୀମୁନରେ କିଂଚିତ ସେହି ପ୍ରଭୁଙ୍କ ଅପାର କରୁଣାରୁ ବର୍ଣ୍ଣନା କରିବାକୁ ସକ୍ଷମ ହେଲି |
**************************