ନୂଆପଡା ଜିଲ୍ଲା ଖଡ଼ିଆଳ ସବଜଜ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲା ଙ୍କ ଓକିଲ ଓ ମହକିଲ ଙ୍କ ପ୍ରତି ଦୁର୍ବ୍ୟବ୍ୟହାର ଏବଂ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦ ରେ ବଦଳି ଦାବିକରି ଖଡ଼ିଆଳ ଜୁଡ଼ିସୀଆଲ ବାର ଓ ଖଡ଼ିଆଳ ବାର ଏସୋଶେସନ ର ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରହିିବ ବୋଲି ପ୍ରକାଶ କରିଛନ୍ତି।ନୂଆପଡା ଜିଲ୍ଲାର ପାଞ୍ଚଟି ବ୍ଲକ ଯଥା ଖଡ଼ିଆଳ, ନୂଆପଡା, କୋମନା, ସିନାପାଲି, ବୋଡେ଼ନ ରେ ଏହି ଆନ୍ଦୋଳନ ଜାରିରହିଛି l ଓକିଲଙ୍କ କହିବା ଅନୁଯାଇ କରୋନା କାରଣରୁ କୋର୍ଟ ବନ୍ଦ ରହିଥିଲା ତେଣୁ ଖଡ଼ିଆଳରେ ସିନିଅର ସିଭିଲ ଜର୍ଜ ରୂପେ ଯୋଗଦାନ ହୋଇଛି l ସେ ଖଡ଼ିଆଳ ରେ ସିଭିଲ ଜର୍ଜ ଭାବେରେ ଯୋଗଦାନ କଲାପରେ ଓକିଲ ସମାଜ ତଥା ମହକିଲ ଙ୍କ ପ୍ରତି ଅସହନୀୟ ଦୁର୍ବ୍ୟବହାର କରୁଥିବା ଦିନକୁଦିନ ବଢିଚାଲିଥିବା ବେଳେ ଓଡିଶା ଉଚ୍ଚ ନ୍ୟାୟାଳୟ ତଥା ଜିଲ୍ଲା ଜର୍ଜ ନୂଆପଡା ମଧ୍ୟ ଲିଖିତ ଭାବରେ ଦେଇଛନ୍ତି l ଏନେଇ କାର୍ଯ୍ୟାନୁଷ୍ଠାନ ଦାବୀ କରି ଆଜି ଦିନଠାରୁ ଦାବିପୂରଣ ହେବାପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରିରହିବ ବୋଲି ଓକିଲ ସଂଘ ଦାବୀ କରିଛନ୍ତି l ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ନୂଆପଡା ଜିଲ୍ଲା ଓକିଲ ସଂଘ, ଜିଲ୍ଲା ସିଭିଲ ବାର, କୋମନା ବାର, ସିନାପାଲି ଓ ବୋଡେ଼ନ ସଂଘ ମଧ୍ୟ ସମର୍ଥକ ଜଣାଇ କାର୍ଯ୍ୟବନ୍ଦ କରିଛନ୍ତି lସାରଦା ଚରଣ ପଣ୍ଡା,ଶିବା ପ୍ରସାଦ ମେହେର ,ସୁରେଶ କୁମାର ଅଗ୍ରୱାଲ,ବିରଜା ସିଂ ଦଳପତି , ଯୁଧିଷ୍ଠିର ମେହେର , ପ୍ରତାପ କିଶୋର ଜଗତ ,ପୂର୍ଣ୍ଣାଚନ୍ଦ୍ର ମେହେର ,ଗିରିଧାରୀ ବିହାର , ସୁଶାନ୍ତ କୁମାର ତାଣ୍ଡି ,ସନ୍ତୋଶ ପୁରୋହିତ ,ରାନୁ ବାରିକ , ମନୀଷ କୁମାର ପଣ୍ଡା ,ରବୀନ୍ଦ୍ର କୁମ୍ଭାର ,ଶଙ୍କର ପଣ୍ଡା , ପ୍ରମୁଖ ଉପସ୍ଥିତ ଥିଲେ । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ ।
previous post
next post