ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭିନ୍ନ ଶକ୍ତି ପୀଠ ଓ ମା ଦଶଭୁଜାଙ୍କ ପୂଜାରେ ଉତ୍ସବ ମୁଖର ଜୁନାଗଡ଼ ସହର

ଜୁନାଗଡ଼,୪/୧୦(ମ ନି ସ) ଜୁନାଗଡ଼ ସହର ଓ ଆଖପାଖ ଅଂଚଳ ଶାରଦୀୟ ଦୁର୍ଗାପୂଜା ନେଇ ସାରା ଅଂଚଳ ରଙ୍ଗୀନ ଆଲୋକମାଳାରେ ଝଲସୁଥିବା ସହ ଚାରିଆଡେ ଉତ୍ସବ ମୁଖର ହୋଇପଡିଛି। ଜୁନାଗଡ଼ ସହର ର ବିଭିନ୍ନ ଦେବୀ ପୀଠରେ ମହା ନବମୀ ପୂଜା ବେଶ ଯାକ ଯମକରେ ଅନୁଷ୍ଠିତ ହେଉଛି ।ଏହି ସବୁ ପୀଠ ମାନଙ୍କରେ ମାନସିକ ଧାରୀ ଓ ଶ୍ରଦ୍ଧାଳୁଙ୍କ ଭିଡ ସବୁବେଳେ ଲାଗି ରହୁଛି। ଜୁନାଗଡ଼ ଅଧିଷ୍ଠାତ୍ରୀ ଦେବୀ ମା ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରାରୁ ପନ୍ଦର ଦିନ ବ୍ୟାପି ଦଶହରା ବିଶେଷ ପୂଜା ଅନୁଷ୍ଠିତ ହେଉଛି।ଏଠାରେ ପ୍ରତିଦିନ ମାନସିକ ଧାରୀଙ୍କ ବଳି ଓ ଦର୍ଶନ ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳୁଛି।ଏପଟେ ପରମ୍ପରା ଅନୁଯାୟୀ ଲଙ୍କେଶ୍ୱରୀ ପୀଠରୁ ମହାଷ୍ଟମୀ ନିଶାର୍ଦ୍ଧରେ ନଗର ଚାରି ଦିଗରେ ଥିବା ଭୈରବ ମାନକ ପୂଜା ଶାକ୍ତ ବିଧିମତେ ସମ୍ପନ୍ନ ହୋଇଛି।। ଅନ୍ୟତମ ଶକ୍ତି ପୀଠ କନକ ଦୁର୍ଗା ଓ ଗାୟତ୍ରୀ ଶକ୍ତି ପୀଠରେ ମଧ୍ୟ ନବରାତ୍ର ବେଶ ଉତ୍ସାହ ସହ ହେଉଥିବା ବେଳେ ଏହିସବୁ ପୀଠରେ ସୁନ୍ଦର ଅଲୋକମାଲରେ ସଜ୍ଜିତ କରାଯାଇଛି ।ଏହିସବୁ ଦେବୀ ପୀଠ ମାନଙ୍କରେ ମାନସିକଧାରୀ ଓ ଶ୍ରଦ୍ଧାଳୁଙ୍କ ଭିଡ ସବୁବେଳେ ଲାଗିରହୁଛି। ସହରର ସାହୁ ପଡା ଦୁର୍ଗାପୂଜା କମିଟି ପକ୍ଷରୁ ସ୍ଵର୍ଣଜୟନ୍ତି ପାଳନ କରୁଛି ଏଥିନେଇ ମଣ୍ଡପରେ ମା ଦଶଭୁଜାଙ୍କ ସହ ନବଦୁର୍ଗା ଓ ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ଓ ସୁନ୍ଦର ସାଜସଜ୍ଜା ସହପ୍ରତିଦିନ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହେଉଛି।।ଏହି ପୁଜାମଣ୍ଡପ ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ କରାଯାଇଛି।ମାରବାଡ଼ି ପଡା, ହିଂଜିଲିବାହିଲି ଓ ଲଙ୍କେଶ୍ୱରୀ କ୍ଳବ ପୂଜା ମଣ୍ଡପରେ ବେଶ ଧୁମଧାମରେ ମାଙ୍କ ପୂଜା ଚାଲିଛି।ଲଙ୍କେଶ୍ୱରୀ କ୍ଳବ ପୂଜା ମଣ୍ଡପ ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଥିବାରୁ ଏଠାରେ ଶ୍ରଦ୍ଧାଳୁଙ୍କ ବହୁତ ଭିଡ ଦେଖିବାକୁ ମିଳୁଛି। ଏଠାରେ ପ୍ରତିଦିନ ଭଜନ ସନ୍ଧ୍ୟା, ଘଣ୍ଟବାଦ୍ୟ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।ଏହି ପୂଜା କମିଟି ୫୩ ବର୍ଷ ସମ୍ପନ୍ନ କରିଛି। ଏହି ପୂଜାରେ କର୍ତ୍ତା ଭାବେ ଦୁର୍ଗାପ୍ରସାଦ ନାଏକ ଓ ପତ୍ନୀ ହେମଲତା ନାଏକ ଦାୟିତ୍ୱ ତୁଲାଉ ଥିବାବେଳେ।ପୂଜା କମିଟି ସଭାପତି ରଞ୍ଜନ ଜାଲ ଓ ସମ୍ପାଦକ ବାପି ରାଉତ ଓ କମିଟି ସମସ୍ତ ସଦସ୍ୟ ସକ୍ରିୟ ଭାବେ ରହି ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହିସବୁ ପୂଜା ମଣ୍ଡପରେ ୪ ଓ ୫ ତାରିଖରେ ଉଦଯାପିତ ହେବବୋଲି ପୂଜା କମିଟି ସଦସ୍ୟ ପ୍ରକାଶ କରିଛନ୍ତି। ୫ ତାରିକରେ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିର ନିକଟରେ ଲଙ୍କେଶ୍ୱରୀ କ୍ଳବ ପକ୍ଷରୁ ରାବଣ ପୋଡି ହେବାକୁ କାର୍ଯ୍ୟକ୍ରମ ରହିଛି। ବିଭନ୍ନ ପୂଜା ମଣ୍ଡପ ସହ ଲଙ୍କେଶ୍ୱରୀ କ୍ଳବ ପୂଜାମଣ୍ଡପର ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକ ମାଲାରେ ସାରା ସହର ଝଲମଲ ହେବାସହ ଉତ୍ସବ ମୁଖର ହୋଇ ପଡିଛି। ପୂଜା ମଣ୍ଡପ ମାନଙ୍କରେ ଅସ୍ଥାୟୀ ଦୋକାନ ବଜାର ଯୋଗୁ ପ୍ରବଳ ମାତ୍ରାରେ ଲୋକ ଗହଳି ଦେଖିବାକୁ ମିଳୁଛି । ପୂଜା ଓ ଭାଷାଣି ଉତ୍ସବ ପାଇଁ ପ୍ରତେକ ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା ପାଇଁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜୁନାଗଡ଼ ପୋୖର ନିର୍ବାଚନ ପ୍ରଚାର ମୈଦାନରେ ମନ୍ତ୍ରୀ ଦିବ୍ୟଶଙ୍କର

Sunil Chandra Nayak

ଜୟ ମା ଠାକୁରାଣୀ ୟାଇଏସସିସି କ୍ରିକେଟ ଟୁର୍ନାମେଣ୍ଟ ଉଜ୍ଜାପିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏଇ ଆମ ଶେଷ ଦେଖା

Sunil Chandra Nayak

Leave a Comment

error: Content is protected !!