ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ଭୀତି ତୋର ଭାଷା ପ୍ରୀତିକି

 ଭୀତି ତୋର ଭାଷା ପ୍ରୀତିକି

   (ପ୍ରିୟ ସହୀକୁ ଚିଠି)
ପ୍ରିୟ ସାଙ୍ଗ ମୋର ଶୁଭେଚ୍ଛା ଜଣାଏ
     ଘରେ ଜଣାଇବୁ ତୁହି।
ଗୁରୁଜନଙ୍କୁ ମୋ ଭୂମିଷ୍ଠ ପ୍ରଣାମ
     ଜଣାଉଛି ଦୂରେ ରହି।।
ମନକୁ ଗୋଟିଏ କଥା ବାଧିଲା ମୋ
    ଲେଖୁଛି ଆଜି ଚିଠିରେ।
ଗ୍ରହଣ କରିବୁ ଅବା ନକରିବୁ
    ରଜା ତୁ ତୋ ମନ ପରେ।।
ଏଇ କିଛିଦିନ ତଳେ ଅକସ୍ମାତ
    ଦେଖା ହେଲା ତୋ ସାଥିରେ।
ରଙ୍ଗ ଢ଼ଙ୍ଗ ତୋର ବିଚଳିତ କଲା
    ଦୁଃଖିତ ହେଲି ଅନ୍ତରେ।।
ତୋ ଝିଅ ଦୁହିଁଙ୍କୁ ତୁ ସାଙ୍ଗେ ଆଣିଥିଲୁ
    ଶିଖାଇଛୁ କି ସଣ୍ଠଣା !
ଇଂଲିସ୍ ମାଧ୍ୟମ ସ୍କୁଲରେ ପଢାଇ
    ବୁଦ୍ଧି କରୁ ବାଟବଣା।।
ବେଶ ପୋଷାକରେ ଶାଳୀନତା ନାହିଁ
    ତୁଣ୍ଡେ ଓଡିଆ ପଶୁନି। 
ହାଏ ଆଣ୍ଟି କହି ହସିଦେଲେ ଦୁହେଁ
    ନମସ୍କାର ଭୁଲିଲେଣି।।
ଏମିତି ପୋଷାକ ପିନ୍ଧାଇଛୁ ତାଙ୍କୁ
     ପେଟରୁ ଫାଳେ ଦିଶୁଛି।
କାନ୍ଧ ତଳକୁ ପୋଷାକ କଟା ହୋଇ
    ବାହୁ ପିଚିକି ଦିଶୁଛି।।
ନଗ୍ନ ସଭ୍ୟତା ମଗ୍ନ କରିଲା ତତେ
     ସାହିତ୍ୟିକା ବୋଲାଉଛୁ ! 
ଭଗ୍ନ ହୃଦୟ ମୋ ବିଳପି ଉଠିଲା 
     ପରମ୍ପରା ହୁଡୁଅଛୁ !
କେଉଁ ସାହିତ୍ୟ ସଭାକୁ ଯାଇଥିଲୁ
    ଫୋନ୍ ରେ ଭିଡିଓ ଥିଲା।
ବୁଲି ବୁଲି ସମସ୍ତଙ୍କୁ ଦେଖେଇଲୁ
   ଏ କି ଅଲାଜୁକ ପାଲା !
ଓଡିଆ ଭାଷାରେ ଗଳ୍ପ ଓ କବିତା
    ବହୁତ ଲେଖୁଛୁ ତୁହି।
ସଭାସମିତିରେ ଦିନ ତୋର ଯାଏ
     କିନ୍ତୁ କାର୍ଯ୍ୟ କ୍ଷେତ୍ରେ କାହିଁ ?
ନିଜ ପିଲାଙ୍କୁ ଓଡିଆ ଶିଖାଇନୁ
    ସଂସ୍କାର ସଂସ୍କୃତି ନାହିଁ।
ନିଜ ଢୋଲ ନିଜେ ପିଟୁଥିଲୁ ତୁହି
    ଭିଡିଓକୁ ତୋ ଦେଖାଇ !
ସମ୍ବର୍ଦ୍ଧିତ ହେବା ଫଟୋକୁ ଉଠାଇ
    ଛାଡୁ ବିଭିନ୍ନ ଗ୍ରୁପ୍ ରେ ।
ଓଡ଼ିଆ ଭାଷାର କି ଉନ୍ନତି କରୁ
   ଢୁକେ ନାହିଁ ମୋ ମୁଣ୍ଡରେ।।
ଦରମଲା ମୋର ଓଡ଼ିଆ ଭାଷାର
   ଚିକିତ୍ସା ଅତି ଜରୁରୀ।
ତୋର ପରି ସବୁ ମସୀଜୀବୀ ହେଲେ
    ମୋ ଭାଷାଟି ଯିବ ମରି।।
ଦେହକୁ ନେଇ ତୁ ମୋ ହିତ କଥାକୁ
     ସଚ୍ଚା ଭାଷାପ୍ରେମୀ ହେବୁ।
ମୂର୍ଖ ପଣେ ମୁଁ ଉପଦେଶ ଦେଇଛି
    ନାହିଁ ଭାଷା ପରେ କାବୁ।।
ଯଦି ତୁହି ମୋର କଥାକୁ ରଖିବୁ
    ଦବୁ ଚିଠିର ଉତ୍ତର ।
ଚିଠିକୁ ତୋର ମୁଁ ଅପେକ୍ଷା କରିଲି
    (ଇତି) ପ୍ରିୟ ସଖୀ ତୋର।।

ମମତା ଶତପଥୀ

କେନ୍ଦ୍ରାପଡ଼ା

Related posts

ବିଜେଡି ରେ ଯୋଗଦାନ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ସରପଞ୍ଚଙ୍କ ସଂଘଠନ ଗଠନ ଓ କର୍ମକର୍ତ୍ତା ଚୟନ

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ଚପଳା

Sunil Chandra Nayak

Leave a Comment

error: Content is protected !!