ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଜେୟୁର ଜିଲ୍ଲା କାର୍ଯ୍ୟକାରୀଣି ବୈଠକ ,୧୦ ଦଫା ଦାବି ନେଇ ସରକାରଙ୍କୁ ଦାବିପତ୍ର ପ୍ରଦାନ ନିଷ୍ପତ୍ତି

 ମୟୂରଭଞ୍ଜ:-୨୮/୧୧/୨୨ (ମସିହା) କରଞ୍ଜିଆ ମାଣିକଛକ ସ୍ଥିତ ପ୍ରଶାନ୍ତି କନଭେନସନ ଠାରେ ଆଜି ଓଡ଼ିଶା ସାମ୍ୱାଦିକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ଉପସଭାପତି ଦୀପକ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସାମ୍ୱାଦିକ ଗଣ ଉପସ୍ଥିତ ରହି କାର୍ଯ୍ୟକାରିଣୀ ବୈଠକରେ ନିଜ ନିଜ ପ୍ରତିକ୍ରିୟା ରଖିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହେଇଥିଲା । ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ରାଜ୍ୟରେ ସ୍ଵତନ୍ତ୍ର ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ, ସ୍ଵାସ୍ଥ୍ୟବୀମା ୨ ଲକ୍ଷରୁ ୫ ଲକ୍ଷ କୁ ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ରାଶି ୪ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି,ଅବସରକାଳୀନ ଭତ୍ତା ପ୍ରଦାନ, ସରକାରଙ୍କ ଦ୍ଵାରା ଘୋଷିତ ବ୍ୟାଙ୍କ ଋଣ ପଦ୍ଧତିକୁ ସରଳୀକରଣ କରିବା,ସାମ୍ୱାଦିକ ଅଧିସ୍ଵୀକୃତି ନୀତିର ସରଳୀକରଣ କରି ଜିଲ୍ଲା,ଉପଖଣ୍ଡ ଓ ବ୍ଲକ ସ୍ତରୀୟ ସାମ୍ବାଦିକଙ୍କୁ ସାମିଲ କରିବା ସହିତ ବାସଗୃହ ଯୋଗାଇବା ପ୍ରମୁଖ ରହିଛି । ଆଗାମୀ ଦିନରେ ଦାବି ପୁରଣ ନିମନ୍ତେ ସଂଘ ପକ୍ଷରୁ ଜିଲ୍ଲା,ଉପଖଣ୍ଡ ତଥା ବ୍ଲକ ସ୍ତରରେ ଆନ୍ଦୋଳନ କୁ ତୀବ୍ର କରିବାକୁ ନିଷ୍ପତି ହେଇଥିଲା । ସଂଘର ରାଜ୍ୟ ଉପସଭାପତି ଦୀପକ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଚମ୍ପୁଆର ପ୍ରାକ୍ତନ ବିଧାୟକ ଧନୁର୍ଜୟ ସିଦ୍ଧୁ୍, ଓକିଲସଂଘର ସମ୍ପାଦକ ଦିବ୍ୟ ପ୍ରସାଦ ସାହୁ, ଓଜେୟୁ (ଓଡିଶା ସାମ୍ବାଦିକ ସଂଘ) ଜିଲ୍ଲା ସାଧାରଣ ସମ୍ପାଦକ ଅଭିଜିତ ମହାନ୍ତି, କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରବୀର୍ କୁମାର ମୁର୍ମୁ, ଓଡ଼ିଶା ଷ୍ଟେଟ କାଉନସିଲ ସଦସ୍ୟ ପ୍ରିୟବ୍ରତ ମିଶ୍ର, ପ୍ରେସ କ୍ଲବ ସମ୍ପାଦକ କର କର୍ଣ୍ଣାର୍ଜୁନ ସାହା, ବରିଷ୍ଠ ସାମ୍ବାଦିକ ମଧୁସୁଦନ ନନ୍ଦ, ମୁଖ୍ୟବକ୍ତା ଭାବେ ସାହିତ୍ୟକ ତଥା କାଦଡିହା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଭାଗବତ ଚନ୍ଦ୍ର ଲେଙ୍କା ଉପସ୍ଥିତ ରହି ବର୍ତ୍ତମାନ ସମୟରେ ମୂଲ୍ୟବୋଧ ଭିତ୍ତିକ ସମ୍ବାଦ ପରିବେଷଣ ଏବଂ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଭାବେ ସାମ୍ବାଦିକଙ୍କ ଗୁରୁଦାୟିତ୍ୱ ଓ ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରରେ ନିଜ ଲେଖନୀ ମାଧ୍ୟମରେ ଉଲ୍ଲେଖନୀୟ କାର୍ଯ୍ୟକରିଥିବା କେତେକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ୱାଦିକ ମଧୁସୁଦନ ନନ୍ଦ, କର୍ଣ୍ଣାର୍ଜୁନ ସାହା, ମଧୁସୂଦନ ଦାସ, ଲଲାଟେନ୍ଦୁ ପାତ୍ର, କ୍ଷୀରୋଦ ଚନ୍ଦ୍ର ଦାସ, ସନ୍ତୋଷ ମହାନ୍ତ,ମାଣିକ ହେମ୍ବ୍ରମ,ପାର୍ଥ ପ୍ରଶନ୍ନ ମିଶ୍ର ପ୍ରମୁଖଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପୃଷ୍ଟିଙ୍କ ଦ୍ଵାରା ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମ କୁ ଓଡ଼ିଶା ସାମ୍ୱାଦିକ ସଙ୍ଘର ଜିଲ୍ଲା ସହ ସମ୍ପାଦକ ପାର୍ଥ ପ୍ରଶନ୍ନ ମିଶ୍ର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସଦସ୍ୟ ଭାଗବତ ଚନ୍ଦ୍ର ଦାସ,ଏସ କେ ରାଜୁ, ବି. ଦିବ୍ୟେନ୍ଦୁ ଶେଖର,ଜିତେନ୍ଦ୍ର ରାଜ,ସୁମନ୍ତ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମ ଦିବସ ପାଳନ

ମମତା ସାହୁ ଙ୍କ କବିତା ଆସ ଗୋ ମୌସୁମୀ

ଇତିହାସର ସନ୍ଧାନରେ ଢେ଼ଙ୍କାନାଳ ଥୀଙ୍କର୍ସ୍ ଫୋରମ୍ 

Sunil Chandra Nayak

Leave a Comment

error: Content is protected !!