ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ ଦାଶ ପାଇବେ ‘ଯୁବ ଲେଖକ ପୁରସ୍କାର’

କର୍ଲାମୁଣ୍ଡା (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରାମର ଚିତ୍ରସେନ ଦାଶଙ୍କ ପୁଅ ତଥା ଖ୍ୟାତନାମା ଯୁବ କବି ପ୍ରଶାନ୍ତ କୁମାର ଦାଶଙ୍କ ନାମ ୨୦୨୧ ମସିହା ପାଇଁ ସମ୍ମାନଜନକ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ତାଲିକାରେ ସ୍ଥାନ ପାଇଛି । ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ତରଫରୁ ପ୍ରତିବର୍ଷ ପରି ଚଳିତ ଥର ପାଇଁ ମଧ୍ୟ ଯୁବ ଲେଖକ ପୁରସ୍କାର ତାଲିକା ଘୋଷିତ ହୋଇଛି । ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକଙ୍କୁ ନିଜର ମୌଳିକ ପାଣ୍ଡୁଲିପି ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ l ଏହି ପରିପ୍ରେକ୍ଷୀରେ ଯୁବକବି ପ୍ରଶାନ୍ତ କୁମାର ଦାଶ ତାଙ୍କର ପାଣ୍ଡୁଲିପି ‘ମା ମୋତେ କ୍ଷମା କରିଦେବୁ’ ପାଇଁ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର-୨୦୨୧ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏପରି ଏକ ସାହିତ୍ୟ ଅନୁଷ୍ଠାନରୁ ତାଙ୍କ ଲେଖା ପାଇଁ ଏତେ ବଡ ସମ୍ମାନ ମିଳିଥିବାରୁ ବିଭିନ୍ନ ମହଲରୁ ପ୍ରଶାନ୍ତଙ୍କୁ ଶୁଭେଚ୍ଛା ଲହରୀ ଛୁଟୁଛି । କର୍ଲାମୁଣ୍ଡା ପ୍ରେସ୍ କ୍ଲବ, ନିର୍ଝରିଣୀ ସାହିତ୍ୟ ସଂସଦ, ରିଷିଡା, ସାହିତ୍ୟ ଓ ସଂସ୍କୃତି ପରିଷଦ, କର୍ଲାମୁଣ୍ଡା ପକ୍ଷରୁ ଶ୍ରୀ ଦାଶଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି l

Related posts

ଭାରତର୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦଶପୁର ମଣ୍ଡଳବିଜୟ ଉତ୍ସବ ପାଳନ

Sunil Chandra Nayak

ସାଧନା ପଣ୍ଡା ଙ୍କ କବିତା ଏଇ ଶ୍ରାବଣ ରାତେ

Sunil Chandra Nayak

ଚଳାନପଡା ଅଂଚଳ ନୂତନ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!