ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ରେଡିଟ ଏକସିସ ଗ୍ରାମୀଣ କୋଟା ପକ୍ଷରୁ ଥାନାକୁ ଉପହାର ପ୍ରଦାନ

ନର୍ଲା(ମପ୍ର) ଭାରତର ଅଗ୍ରଣୀ ଅର୍ଥ ଲଗାଣକାରୀ ସଂସ୍ଥା କ୍ରେଡିଟ ଏକସିସ ଗ୍ରାମୀଣ କୋଟା ପକ୍ଷରୁ ନର୍ଲା ଥାନାକୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏଥିରେ ଉକ୍ତ ସଂସ୍ଥା ଦ୍ବାରା ଏକ ଆକ୍ୱ।ଗାର୍ଡ, ଗ୍ଲାସ୍ ଆଲମିରା ସହ ୧୦ ଗୋଟି ଚେୟାର ଉପହାର ସ୍ବରୂପ ଥାନାକୁ ପ୍ରଦାନ କରାଯାଇଛି। ନର୍ଲା ଥାନା ଆଇଆଇସି ରେଣୁକା ସୁନା, ଏସ ଆଇ ବଂଶୀଧର ସାମଲଙ୍କ ଉପସ୍ଥିତରେ ବିଏମ ରଜନୀ କାନ୍ତ ପଧାନ, ବିଏମ ରଞ୍ଜିତ ମହାପାତ୍ର, ରାଜିନ୍ଦ୍ର କୁମାର ସେଠୀ, କେନ୍ଦ୍ର ମ୍ୟାନେଜର ଗୁପ୍ତେଶ୍ୱର ଗଡତିଆ, ସୁନୀଲ ସାହୁ , ଟେନିସ ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ସାମଗ୍ରୀ ପ୍ରଦାନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ଏହି ଅର୍ଥ ଲଗାଣକାରୀ ସଂସ୍ଥା କରୋନା ସମୟରେ ମାକ୍ସ ଓ ସାନିଟାରୀ ସାମଗ୍ରୀ ଲୋକଙ୍କୁ ପ୍ରଦାନ କରିଥିଲେ। କିଛି ଅଙ୍ଗନୱାଡି କେନ୍ଦ୍ରମାନଙ୍କୁ ଦରି ଓ ଚେୟାର ମଧ୍ୟ ବଣ୍ଟନ କରିଥିବା ସଂସ୍ଥା ତରଫରୁ ପ୍ରକାଶ ପାଏ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ରତି ନାରାୟଣ ରାଉତ ଙ୍କ କବିତା – ହୁଳହୁଳି

Sunil Chandra Nayak

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

ଷ୍ଟେଟ ଲେବଲ ପାୱାର ଲିଫ୍ଟିଙ୍ଗ ୨୦୨୨, ଭାଗ ନେବେ, ନବରଙ୍ଗପୁର ଜିଲ୍ଲାରୁ ୭ ପ୍ରତିଯୋଗୀ

Sunil Chandra Nayak

Leave a Comment

error: Content is protected !!