ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ କମିଟି ଗୋଲାମୁଣ୍ଡା ପକ୍ଷରୁ ବିଡ଼ିଓ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ

   ଗୋଲାମୁଣ୍ଡା -:   ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ନିର୍ମାଣ ହେଉଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ବିରୋଧ କରି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ କମିଟି ଗୋଲାମୁଣ୍ଡା ବ୍ଲକ ତରଫରୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ଭାରତର ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କ ଉଦ୍ଦେଶ୍ୟରେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନ ଙ୍କ ଜରୀଆରେ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କୁ ବିରୋଧ କରିଛନ୍ତି । ପ୍ରାଚୀନ ତଥା ବିଶ୍ଵ ଐତିହ୍ୟ ସମ୍ପନ୍ନ ଶ୍ରୀମନ୍ଦିରର ରକ୍ଷଣା – ବେକ୍ଷଣ ଦାୟିତ୍ଵ ଭାରତୀୟ ପ୍ରତାନ୍ତ୍ରିକ ସର୍ବେକ୍ଷଣ ବିଭାଗ ଉପରେ ନ୍ୟସ୍ତ । ଆଇନ ଅନୁଯାୟୀ ଶ୍ରୀମନ୍ଦିର ଠାରୁ ୧୦୦ ମି , ନିଷିଦ୍ଧାଞ୍ଚଳ ରେ ସ୍ଥାୟୀ ନିର୍ମାଣ ନିଷେଧ ଏବଂ ୧୦୦ ରୁ ୩୦୦ମି . ନିୟନ୍ତ୍ରିତ ଅଞ୍ଚଳ ରେ ଯେକୌଣସି କାର୍ଯ୍ୟ ପାଇଁ ଏ ଏସ୍ ଆଇ ର ଅନୁମତି ଓ ପରାମର୍ଶ ନିହାତି ଆବଶ୍ୟକ । କିନ୍ତୁ ରାଜ୍ୟ ସରକାର ସମସ୍ତ କାର୍ଯ୍ୟ ୭୫ମି . ଭିତରେ କରୁଥିବା ବେଳେ • କୌଣସି ଅନୁମତି ପତ୍ର ନେଇ ନାହାନ୍ତି ଏବଂ ଏଭଳି ବେଆଇନ୍ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପତ୍ର ଲେଖିଥିଲେ ମଧ୍ୟ ଏହାକୁ ଭୃକ୍ଷେପ କରି ନାହାନ୍ତି ବୋଲି ଉଚ୍ଚ ନ୍ୟାୟାଳୟରେ ଏ ଏସ୍ ଆଇ ସତ୍ୟପାଠ ଜରିଆରେ ଜଣାଇଛି । ଶ୍ରୀମନ୍ଦିର ସୁରକ୍ଷା ଆଳରେ ଚାରିପଟେ ଥିବା ମଠ – ମନ୍ଦିର ଗୁଡ଼ିକୁ ଭାଙ୍ଗି ଦିଆଗଲା । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ସହ ଜଡ଼ିତ ଥିବା ମଠ ମନ୍ଦିର ସଂସ୍କୃତି ଲୋପ ପାଇଗଲା । ପରେ ପରେ ସେହି ସ୍ଥାନରେ ଯାତ୍ରୀ ସୁବିଧା କେନ୍ଦ୍ରର ବହୁତଳ ପ୍ରାସାଦ ନିର୍ମାଣ ପାଇଁ ଗଭୀର ଗାତ ଖୋଳାଗଲା । ବର୍ଷ ବର୍ଷ ଧରି ମନ୍ଦିର ଭିତ୍ତିକୁ ଦୃଢ଼ତା ପ୍ରଦାନ କରିଆସୁଥିବା ବାଲି / ମାଟିକୁ ଅତ୍ୟନ୍ତ ଗଭୀର ଭାବେ ଖୋଳି ଦେବାରୁ ଏହା ଦୁର୍ବଳ ହୋଇପଡ଼ିଛି । ମନ୍ଦିରକୁ କମ୍ପନ ଜନିତ ବିପଦରୁ ରକ୍ଷା କରିବା ପାଇଁ ‘ ଶ୍ରୀପତିତପାବନ ବାନା’ର ଦୈର୍ଘ୍ୟ ଛୋଟେଇ ଦିଆଯାଇଛି ଏବଂ ଚାରିପଟେ ବାଣ ଓ ଡିଜେ ବାଜା ନିଷିଦ୍ଧ ଅଛି । କିନ୍ତୁ ପରିକ୍ରମା ପ୍ରକଳ୍ପର ନିର୍ମାଣ ପାଇଁ ମେଘନାଦ ପ୍ରାଚୀର ଚାରିପଟେ ଉଚ୍ଚ ଶକ୍ତି ସମ୍ପନ୍ନ ଶବ୍ଦ ଓ କମ୍ପନଯୁକ୍ତ ମେସିନ୍ ଦ୍ଵାରା ଗାତ ଖୋଳା କାର୍ଯ୍ୟ ହୋଇଥିବାରୁ ଶ୍ରୀମନ୍ଦିର ଢାଞ୍ଚା ଗଭୀରଭାବେ ପ୍ରଭାବିତ ହୋଇଛି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

‘ ଶ୍ରୀକ୍ଷେତ୍ର ’ ପୁରୀ ଏକ ଆଧ୍ୟାତ୍ମିକ ତଥା ସାଂସ୍କୃତିକ କ୍ଷେତ୍ର । ଶ୍ରୀମନ୍ଦିର ଏକ ବିଶ୍ବପ୍ରସିଦ୍ଧ ତୀର୍ଥସ୍ଥଳୀ । ପ୍ଲାଷ୍ଟିକ ତଥା ସିମେଣ୍ଟ କୁଣ୍ଡରେ ବିଦେଶୀ ଗଛ ଲଗାଇ ଏହାକୁ ପର୍ଯ୍ୟଟନସ୍ଥଳୀର ଭ୍ରମ ସୃଷ୍ଟି କରାଯାଉଛି । ବିକାଶ ନାଁରେ ଆଧ୍ୟାତ୍ମିକ କ୍ଷେତ୍ରର ପାଶ୍ଚାତ୍ୟକରଣ କରିବାର ଅପଚେଷ୍ଟା ହେଉଛି । ବିକାଶର କେହି ପରିପନ୍ଥୀ ନୁହଁନ୍ତି । କିନ୍ତୁ ଜାତିର ଐତିହ୍ୟ , ସଂସ୍କୃତି ଓ ପରମ୍ପରାର ମୂଲ୍ୟ ଉପରେ ବିକାଶ ଗ୍ରହଣୀୟ ନୁହେଁ । ରାଜ୍ୟ ସରକାରଙ୍କର ଏଭଳି ଅନୈତିକ କାର୍ଯ୍ୟ ଦେଖି ମନରେ ଅନେକ ପ୍ରଶ୍ନ ଉତ୍ପନ୍ନ ହେଉଛି ବୋଲି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ କମିଟି ଗୋଲାମୁଣ୍ଡା ପକ୍ଷରୁ ବିଭିନ୍ନ ନାରା ବାଜି, ହାତରେ ଗୈରିକ ପତାକା ସହ ପାମ୍ପଲେଟ ମଧ୍ୟ ବଣ୍ଟନ କରି ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

ଦାମୋଦର ଦାସ ଙ୍କ ରିପୋର୍ଟ।

Related posts

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀକ ଶ୍ରମିକ ଦିବସ ୨୦୨୨ ମହାସମାରୋହରେ ପାଳିତ

ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେବାକୁ ଆସିଲେ ନାହିଁ ପ୍ରଶାନ୍ତ ଜଗଦେବ

Sunil Chandra Nayak

ଫୁଲବାଣୀ ଶାଖା ଅଭିକର୍ତା ସଙ୍ଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିଶ୍ରାମ ଧାରଣା

Sunil Chandra Nayak

Leave a Comment

error: Content is protected !!