ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ପବନରେ ଗଛ ପଡ଼ି ରାସ୍ତା ଅବରୋଧ

କେସିଙ୍ଗା – ଆଜି ଅପରାହ୍ନ ୪ ଟା ବେଳେ ପ୍ରବଳ ବର୍ଷା ପବନ ସହ ଘଡଘଡି ଓ କୁଆପଥର ମାଡ ଯୋଗୁଁ କେସିଙ୍ଗା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମିଳିଥିବା ସୂଚନା ଅନୁସାରେ କାଳ ବୈଶାଖୀ ପବନ ହେବା ଫଳରେ ଗୈାଡତୁଲା – ଗୁର୍ଜିମୁଣ୍ଡା ରାସ୍ତାର ଅନେକ ସ୍ଥାନରେ ବହୁ ବଡ଼ ବଡ଼ ଗଛ ଉପୁଡି ଯାଇଛି। ଫଳରେ ଗମନାଗମନରେ ବାଧା ସୃଷ୍ଟି ହୋଇଛି। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଗଛ କାଟି ରାସ୍ତା ସଫା କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ବିଭାଗୀୟ ସୂତ୍ରରୁ ପ୍ରକାଶ ଯେ ଏହି ରାସ୍ତା ଉପରେ ୧୦ ଟିରୁ ଉର୍ଦ୍ଧ୍ବ ଗଛ ଉପୁଡି ଯାଇଥିବାରୁ ଗମନାଗମନରେ ସ୍ବାଭାବିକ ହେବାରେ ବିଳମ୍ୱ ହୋଇପାରେ। ତେବେ ଅନ୍ୟ ସ୍ଥାନରେ କୈାଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନଥିବା ନେଇ ତହସିଲଦାର ଓ ବିଡ଼ିଓ ସୂଚନା ଦେଇଛନ୍ତି।

 କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ।

Related posts

ଧାନ ତଳି କିଆରୀ ରେ ଭାରତ ଆଜାଦି ର ଅମୃତ ମହୋତ୍ସବ ଚିତ୍ର

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଅବ୍ୟକ୍ତ ବେଦନା

Sunil Chandra Nayak

ରେଳବାଇ କର୍ମଚାରୀ ଙ୍କ ଦିନିକିଆ ଧର୍ମଘଟ ଆଶଙ୍କା

Leave a Comment

error: Content is protected !!