ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାହା ସ୍ଵାର୍ଥରେ ବସୁଧା ଯୋଜନା ?

ଦେଢ଼ କିଲୋମିଟର ଦୂର ରୁ ଝରଣା ପାଣି ଆଣୁଛନ୍ତି ଲୋକେ

 କର୍ଲାପାଟ :୪/୩- ମ.ନି.ସ:- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗରିବ ଲୋକମାନଙ୍କ ପାଇଁ କୋଟିକୋଟି ଟଙ୍କା ବ୍ଯୟରେ ବିଭିନ୍ନ ପ୍ରକାରର ଯୋଜନା ତିଆରି କରୁଛନ୍ତି। ସେ ଅନୁପାତରେ ଲୋକଙ୍କ ପାଖକୁ ଯୋଜନା ପହଞ୍ଚି ପାରୁନାହିଁ। ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଅନେକ ଲୋକ ରହୁଛନ୍ତି। ପାନୀୟ ଜଳ ସମସ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରାରେ ଲୋକେ ପାଣି ଟିକକ ପାଇଁ ଅନେକ ଦୂରକୁ ଯିବାକୁ ପଡୁଛି। ସରକାରଙ୍କ ତରଫରୁ ବସୁଧା ଯୋଜନାରେ ଓଭର ଟାଙ୍କି ତିଆରି ହୋଇଛି। ନାମକୁ ମାତ୍ର ଓଭର ଟାଙ୍କି ତିଆରି କରାଯାଇଛି ସେଥିରୁ ପାଣି ଯୋଗାଇ ଦେବା ପାଇଁ ବିଫଳ ହୋଇଛି ପ୍ରଶାସନ। ରାଜନୈତିକ ଇଛା ଶକ୍ତିର ଘୋର ଅଭାବ ଯୋଗୁଁ ଏହି ପରି ଦୁଃଦଶା ଭୋଗୁଛନ୍ତି ଲୋକେ। ପାନୀୟ ଜଳ ଯୋଗାଣରେ ପ୍ରଶାସନ ବିଫଳ ହୋଇଛି।

ଘଟଣା ଦେଖିବାକୁ ମିଳିଛି  କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ଯୁଷିତ ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ନାକରୁଣ୍ତି ଗ୍ରାମପଞ୍ଚାୟତ ମୂଖ୍ଯାଳୟ ଠାରେ ଥିବା ଗୁଡିପଡାରେ ଦେଖାଦେଇଛି ଜଳ ସଙ୍କଟ। ଏହି ପଡାରେ ବସୁଧା ଯୋଜନାରେ ଏକ ଓଭର ଟାଙ୍କି ନିର୍ମାଣ କରାଯାଇଛି। ଟାଙ୍କି ନିର୍ମାଣ ହୋଇଥିଲେ ସୁଦ୍ଧା ଲୋକଙ୍କୁ ନିୟମିତ ପାଣି ଯୋଗାଇ ଦିଆ ଯାଉନାହିଁ। ଗୁଡି ପଡାରେ ପ୍ରାୟତଃ ଆଦିବାସୀ ଲୋକ ରହିଥିବା ବେଳେ ୬୫ ଟି ପରିବାର ରହୁଛନ୍ତି। ଏହି ପ୍ରଚଣ୍ଡ ଖରାରେ ପାଣି ଟିକକ ପାଇଁ ସେମାନେ ପ୍ରାୟ ଦେଢ କିଲୋମିଟର ଦୂରକୁ ଯାଇ ପାଣି ସଂଗ୍ରହ କରୁଛନ୍ତି। ଏତେ ଦୂରରୁ ପାଣି ଆଣିବା କେତେ ଯେ, କାଠିକର ପାଠ ଅନୁଭବୀ ହିଁ ବୁଝିପାରିବ। ଗରିବ ଲୋକଙ୍କ ପାଇଁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ରାଜନେତା ଅଣଦେଖା କରୁଛନ୍ତି କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି କରୁଅଛୁ। ଏନେଇ ପ୍ରଶାସନ ପାଖରେ ବାରମ୍ବାର ଜଣାଇଥିଲେ ମଧ୍ୟ ସୁଫଳ ମିଳିପାରୁ ନାହିଁ ବୋଲି ପଡାବାସୀ ପ୍ରକାଶ କରିଛନ୍ତି।

ପ୍ରଗତିଶୀଳ ରାଜ୍ଯରେ ପ୍ରଜାର ଏକି ପ୍ରକାର ବ୍ଯବସ୍ତା, ବିକାଶ ଆଜିବି ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିନାହିଁ। ଶାସକ ଦଳର କେତେକ ଦଲାଲ ଡିଣ୍ତିମ ପିଟି କହୁଛନ୍ତି ଯେ, ପ୍ରଗତି ପଥେ ଓଡିଶା ଯେଉଁଠି କି ଲୋକେ ପାନୀୟ ଜଳ ଟିକକ ପାଇଁ କେତେ ହସ୍ତସନ୍ତ ହେଉଛନ୍ତି। ଏହା ହେଉଛି ପ୍ରଗତିଶୀଳ ରାଜ୍ୟର ନଗ୍ନ ନମୁନା ,ସରଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଦହନୀୟ ଜୀବନଯାପନ ଏବେ ମଧ୍ୟ ରହିଅଛି। ଦେଶ କେତେ ଆଗକୁ ଆଗେଇଲା ପରେ ମଧ୍ୟ ଅଧିକାଂଶ ଅଞ୍ଚଳରେ ବିକାଶର ନାଁଗଦ୍ଧ କିଛି ନାହିଁ। ଦଲାଲକୁ ସୋହାଇଲ ଭଳି ବ୍ଯବସ୍ତା ଏଠାରେ ଚାଲିଛି। କେବେ ଏମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି। ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଏହି ପଡା ବାସିନ୍ଦାଙ୍କୁ ପାନୀୟ ଜଳଯୋଗାଣର ସୁବ୍ଯସ୍ତା କରିବା ନେଇ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପଡା ବାସିନ୍ଦା ଦାବି କରିଛନ୍ତି।

କର୍ଲାପାଟ ରୁ ରବି ନାରାୟଣ ସିଂ ଙ୍କ ରିପୋର୍ଟ ।

Related posts

ପୋଡ଼ାଗଡ଼ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଆଜି ସ୍ୱତନ୍ତ୍ର କରାଗଲା ସର୍ଭେ

Sunil Chandra Nayak

ପ୍ରେମ ର ନାଟକ ରେ ଗର୍ଭବତୀ ପରେ ଯୁବତୀ ଙ୍କୁ ପ୍ରତାରଣା କରି ହତ୍ୟା

Sunil Chandra Nayak

ରାଧାମୋହନ ପୂଜାହାରୀ ଙ୍କ କବିତା ମହମବତୀର ତ୍ୟାଗ

Leave a Comment

error: Content is protected !!