ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଁଳା ଯୋଡ଼ି ରେଳ ଷ୍ଟେସନରେ ବିଦ୍ୟୁତ୍ ସ୍ପର୍ଶରେ ନାବାଳକ ଗୁରୁତର

ମୟୂରଭଞ୍ଜ -୦୩/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ଟାଟା ନଗର -ବାଦାମପାହାଡ ରେଳପଥ ଅଁଳାଯୋଡି ଯଙ୍କସନରେ ଛିଡ଼ା ହୋଇଥିବା ଟ୍ରେନ ଉପରକୁ ଚଢ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜନୈକ ନାବାଳକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବହଳଦା ଥାନା ଅନ୍ତର୍ଗତ ଅସନା ଗ୍ରାମର ଦାଉଦି ହେମ୍ବ୍ରମ ଙ୍କ ୧୪ ବର୍ଷୀୟ ପୁଅ ଲାଗେନା ହେମ୍ବ୍ରମ ସୋମବାର ଦିନ ଜ୍ଞାତି ପରିଜନଙ୍କ ସହ ଅଁଳାଯୋଡିରେ ଦୁର୍ଗାପୂଜା ଦେଖିବାକୁ ଆସିଥିଲେ । ସେଠାରେ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଟ୍ରେନ ଉପରକୁ ଶିବିର ଚଢି ଯାଇ ଖେଳୁ ଖେଳୁ ଉପରୃ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛିଟିକି ପଡ଼ି ଟ୍ରେନ ଉପରେ ପଡ଼ି ଯାଇଥିଲେ ।ଶରୀରର ୫୦ ଭାଗରୁ ଉର୍ଦ୍ଧ୍ବ ପୋଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରବୀନ୍ଦ୍ରକୁମାର ବେହେରା ଙ୍କ ଗଳ୍ପ ବାବନା ଭୂତ କଥା

ସସ୍ମିତେଶ ସାହୁ ଙ୍କ କବିତା ହେ ବୁଦ୍ଧ

ବିନା ରସିଦରେ ବାଲି ଚାଲାଣ କାଟିବା ନେଇ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!