ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଁଳା ଯୋଡ଼ି ରେଳ ଷ୍ଟେସନରେ ବିଦ୍ୟୁତ୍ ସ୍ପର୍ଶରେ ନାବାଳକ ଗୁରୁତର

ମୟୂରଭଞ୍ଜ -୦୩/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ଟାଟା ନଗର -ବାଦାମପାହାଡ ରେଳପଥ ଅଁଳାଯୋଡି ଯଙ୍କସନରେ ଛିଡ଼ା ହୋଇଥିବା ଟ୍ରେନ ଉପରକୁ ଚଢ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜନୈକ ନାବାଳକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ବହଳଦା ଥାନା ଅନ୍ତର୍ଗତ ଅସନା ଗ୍ରାମର ଦାଉଦି ହେମ୍ବ୍ରମ ଙ୍କ ୧୪ ବର୍ଷୀୟ ପୁଅ ଲାଗେନା ହେମ୍ବ୍ରମ ସୋମବାର ଦିନ ଜ୍ଞାତି ପରିଜନଙ୍କ ସହ ଅଁଳାଯୋଡିରେ ଦୁର୍ଗାପୂଜା ଦେଖିବାକୁ ଆସିଥିଲେ । ସେଠାରେ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଟ୍ରେନ ଉପରକୁ ଶିବିର ଚଢି ଯାଇ ଖେଳୁ ଖେଳୁ ଉପରୃ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଛିଟିକି ପଡ଼ି ଟ୍ରେନ ଉପରେ ପଡ଼ି ଯାଇଥିଲେ ।ଶରୀରର ୫୦ ଭାଗରୁ ଉର୍ଦ୍ଧ୍ବ ପୋଡିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଘୋଟିଆ ଗ୍ରାମ ରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ଗ୍ରାମ ସଫେଇ ଓ ସଚେତନା ଅଭିଯାନ କାର୍ଯ୍ୟକ୍ରମ 

ସଫଳ। ଦାସ ଙ୍କ କବିତା ତୁମେ

ବାଟଗାଁ ପଂଚାୟତ ରେ ରାଜନୈତିକ ହିଂସା କାଣ୍ଡ 

Sunil Chandra Nayak

Leave a Comment

error: Content is protected !!