ନିଦାଘ
ଚନ୍ଦ୍ରକଳା, କୋରାପୁଟ
ବସନ୍ତର ଅନ୍ତେ ନିଦାଘ ପ୍ରବେଶ
ଧରା ପୃଷ୍ଠରେ କରଇ,
ସୂର୍ଯ୍ୟଙ୍କର ତେଜ ପ୍ରଖର ହୁଅଇ
ଅସ୍ତଵ୍ୟସ୍ତ କରିଥାଇ ||
ପ୍ରଚଣ୍ଡ ଉତ୍ତ|ପେ ପୃଥିବୀ ତପତ
ଗମ ଗମ ବହେ ଝାଳ,
ପଶୁପକ୍ଷୀ ସ୍ଥଳଚର ଜଳଚର
ସରବେ ହ୍ଵନ୍ତି ବିକଳ ||
ନଈ ନାଳ ଆଉ ତଟିନୀ ତଡ଼ାଗ
ଜଳରାଶି ହୁଏ ବାଷ୍ପ,
ଉତ୍ତପ୍ତ ଜଳରେ ଜଳଚର ପ୍ରାଣୀ
ହୋଇଥାନ୍ତି ଛଟପଟ ||
ଖରା ଟାଇଁଟାଇଁ କରେ ଝାଇଁଝାଇଁ
ଦେହକୁ ଲାଗେ ଅବଶ,
କୌଣସି କାର୍ଯ୍ୟରେ ମନଲାଗେ ନାହିଁ
ହୋଇଥାଉ ହନ୍ତସନ୍ତ ||
ସନ୍ଧ୍ୟା ସମୟରେ ନଈର କୂଳରେ
ଭିଡ଼ ଜମେ ଲୋକଙ୍କର,
ଗାଆଁ ତୋଟାମାଳ ବହୁ ଲୋକଙ୍କର
ସାଜିଥାଏ କ୍ରୀଡାସ୍ଥଳ ||
ସନ୍ଧ୍ୟା ସମୟରେ ମଲ୍ଲୀଫୁଲ ବାସ
ସଭିଙ୍କର ପ୍ରିୟ ଅତି,
ଜୁଇ ଯାଇ ହେନା ଓ ରଜନୀଗନ୍ଧା
ତାସଙ୍ଗେ ଥାଆନ୍ତି ମାତି ||
ସପୁରୀ ଖଜୁରୀ ଆମ୍ବ ଓ ପଣସ
ନିଦାଘରେ ଥାଏ ପାଚି,
ଲାଲ ତରଭୁଜ ଲେମ୍ବୁ ସରବତ
ପିଇଣ ଲଭନ୍ତି ତୃପ୍ତି ||
ଅକ୍ଷୟ ତୃତୀୟା, ସାବିତ୍ରୀ ଓ ରଜ
ହୁଅଇ ଚନ୍ଦନ ଯାତ,
ଅଂଶୁଘାତପାଇଁ ଠାବେଠାବେ ପୁଣି
ଖୋଲିଥାଏ ଜଳଛତ୍ର ||
ନିଦାଘ ସମୟ ହେଲେହେଁ ଦାରୁଣ
ଅଟେ ଜଗତର ମିତ,
ସୃଷ୍ଟି କରେ ମେଘ ସାଧେ ପ୍ରାଣୀହିତ
ସଭିଙ୍କୁ କରଇ ପ୍ରୀତ ||