ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ସଂଘର୍ଷ

ସଂଘର୍ଷ

 

ଜୀବନ ମାନେ ତ ସଂଘର୍ଷ

ସଂଘର୍ଷ କରୁଥିବା ପ୍ରତ୍ୟେକଟି ମଣିଷ

ଖରା ଛାଇ ରାସ୍ତାର ପଥିକ ଟିଏ ।

ଚଢି ଚାଲିଚି କେତେଯେ ପାହାଚ

ଅଙ୍କା ବଙ୍କା ଉଠାଣି ଗଡାଣି ଜୀବନେ ତାର।।

ଆଗେଇ ଯିବାକୁ ଅନେକ ଇଚ୍ଛାତାର

ସ୍ବପ୍ନ ସିନ୍ଧୁକରେ ସାଇତିଛି

ତା ଜୀବନର ଅନେକ ଆଶା

ଗଢିବାକୁ ଅଛି ସୁବିଶାଳ

ଦିବ୍ୟସ୍ତୁପ ଅଭିଳାଷ

ସ୍ବପ୍ନକୁ ସାର୍ଥକ କରିବା ପାଇଁ

ଅନେକ ତାର ପ୍ରୟାସ

ଥକି ନାହିଁ କେବେ ହେଲେ

ଆଗକୁ ଆଗେଇ ଚାଲେ ଏକା ଏକା

ଲକ୍ଷ୍ଯ ତାର ପାଖେଇ ଆସିଲେ

ଘୁଞ୍ଚିଯାଏ ପୁଣି ଦୂରକୁ

ଛୁଇଁବାକୁ ହାତ ବଢାଏ

ହେଲେ ହାତ ପାଏ ନାହିଁ

ତଥାପି ହାରି ନାହିଁ

ଉଦ୍ୟମ ରଖିଚି ଚେ଼ଷ୍ଟା ତାର

ମନ ଭିତରେ ଗୋପନରେ

କରୁଛି କେତେ ସଂଘର୍ଷ

ଆସୁ ଯେତେ ଝଡ ଝଞ୍ଜା ବାଆ ବତାସ

ଜୀବନ ରେ ଲଢୁଥିବ ଏକା ଏକା

ବିଚଳିତ କରି ନାହିଁ ମନକୁ ତାର

ଆଗେଇ ଯିବ ଅନେକ ଦୂର

ପହଞ୍ଚିଯିବ ଆପଣାର ମୂଳ ତତ୍ତ୍ଵ ପାଖରେ

ବିଶ୍ଵାସରେ ସାଇତିଛି ଆଶା ତାର

ସେମିତି ସଂଘର୍ଷ କରୁଥିବ

ଯେ ପର୍ଯ୍ୟନ୍ତ ଚଳ ପ୍ରଚଳ ଥିବ ନିଶ୍ଵାସ।।

               

   ମମତା ସାହୁ

          ଗାଈଗାଁ,କଳାହାଣ୍ତି

       

Related posts

ସର୍ଗିଗୁଡା ଠାରେ ଷୋହଳ ପ୍ରହର ନାମଯଜ୍ଞ

ମ .ରାମପୁର ନକ୍ ଆଉଟ୍ ଫୁଟବଲ୍ ଟୁର୍ଣ୍ଣାେମେଣ୍ଟ ଉଦ୍ଘାଟିତ 

Sunil Chandra Nayak

ରାଇରଙ୍ଗପୁର; ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ଦେହାନ୍ତ

Sunil Chandra Nayak

Leave a Comment

error: Content is protected !!