ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ପରିସରରେ ଚଳିତବର୍ଷ 2022 ପାଇଁ ରଥ ଯାତ୍ରା ଶାନ୍ତି ଶୃଂଖଳାର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ରଥ ଓ ବାହୁଡା଼ ଯାତ୍ରାର ସମୟ ନିର୍ଘଣ୍ଟ,ରାସ୍ତା,ଡ୍ରେନସଫା,ଆମ୍ବୁଲାନ୍ସ ,ବିଦ୍ୟୁତ,ପାନୀୟ ଜଳ ବ୍ୟବସ୍ଥା,ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷା,ଟ୍ରାଫିକ ବ୍ୟବସ୍ଥା,ରଥ ସାଜସଜା ଆଦି ଉପରେ ସୁବିସ୍ତୃତ ଆଲୋଚନା ହୋଇଥିଲା ।ଏହି ବୈଠକରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,ଖଡ଼ିଆଳ ଯୁବରାଜ ଦେବ ଦେବ ସିଂ ଦେଓ , ମେଜର ଡ. ରାମଚନ୍ଦ୍ର ମିଶ୍ର, ଖଡ଼ିଆଳ ଏନଏସି ଅଧକ୍ଷ ଉଜ୍ଜ୍ୱଳ ଗୁପ୍ତା, ଖଡ଼ିଆଳ ଏସଡିପିଓ ସନ୍ତକ ଜେନା, ଖଡ଼ିଆଳ ଆଇଆଇସି ଅନିରୁଦ୍ଧ ମୁଦୁଲି , ଖଡ଼ିଆଳ ଏନଏସି ଇଓ ଚିନ୍ମୟ ଆଚାର୍ଯ୍ୟ, ଖଡ଼ିଆଳ ଉପଖଣ୍ଡ ଇନଚାର୍ଜ ଦିନବନ୍ଧୁ ମହାନନ୍ଦ ଙ୍କ ସମେତ ଚାରୋଟି ମନ୍ଦିରର ଟ୍ରଷ୍ଟ ସଭ୍ୟ ମାନେ ଉପସ୍ଥିତ ଥିଲେ । ଆଜିର ବୈଠକରେ ସଞ୍ଜୟ ତିୱାରୀ, ଅର୍ଜୁନ ପଣ୍ଡା,ପ୍ରଦୀପ କୁମାର ମିଶ୍ର, ଖଡ଼ିଆଳ ବିଦ୍ୟୁତ ଜେଇ ଆଦିତ୍ୟ ପ୍ରସାଦ ବେହେରା, ବ୍ଲକ ରୁ ପାର୍ଥ ସାରଥୀ ମୁଣ୍ଡ ,ଆଶୁତୋଷ ଯୋଶୀ,ଉମାକାନ୍ତ ରାଉତ , ସାମ୍ବାଦିକ ପରମେଶ୍ୱର ବାରିକ, ସୁଜିତ କୁମାର ପ୍ରଧାନ, ହେମନ୍ତ କୁମାର ବେହେରା, ଯୁଗଳ ମହାନନ୍ଦ ଙ୍କ ସମେତ ବହୁ ସଂଖ୍ୟା ରେ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ