ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ରସରକୁ ନେଇ ମାଲିକଙ୍କ ମଧ୍ୟରେ ଛକାପଞ୍ଝା , ଜଗବନ୍ଧୁ ପରେ ଏବେ ଅରୁଣି ଷ୍ଟୋନ୍ କ୍ରସରକୁ ବନ୍ଦ କରିବା ପାଇଁ ଦାବି

ଢେଙ୍କାନାଳ (ମସୀହା)୨୯/୧୧/ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଞ୍ଚଳରେ ରହିଥିବା କ୍ରସରଗୁଡିକ ବିରୋଧରେ ଏବେ ମାଳ ମାଳ ଅଭିଯୋଗ ନେଇ ଗ୍ରାମବାସୀ ଜିଲ୍ଲାପାଲଙ୍କ ଦ୍ୱାରସ୍ଥ ହେଉଛନ୍ତି । ନିହଲପ୍ରସାଦ ରାଜସ୍ୱ ମୌଜାରେ ରହିଥିବା ଜଗବନ୍ଧୁ ଷ୍ଟୋନ୍ କ୍ରସର ବ୍ୟାପକ ପ୍ରଦୂଷଣ କରୁଥିବା ନେଇ ପ୍ରଥମେ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିଥିଲେ । ତେବେ ଏହାରି ପଛରେ ଅନ୍ୟ ଜଣେ କ୍ରସର ମାଲିକଙ୍କ ପ୍ରଚ୍ଛନ୍ନ ହାତ ଥିବା ଜଣାପଡିଥିଲା । ତେବେ ସେହି କ୍ରସରମାଲିକଙ୍କୁ ପାନେ ଚଖାଇବା ପାଇଁ ମଙ୍ଗଳବାର ଅନ୍ୟ ଏକ ଗୋଷ୍ଠୀର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନିହଲପ୍ରସାଦ ଅଞ୍ଚଳରେ ରହିଥିବା ଅରୁଣି ଷ୍ଟୋନ୍ କ୍ରସର ଗୋଟିଏ କ୍ରସର ଏନ୍ଓସି ପାଇ ଆଉ ୨ଟି କ୍ରସର ବେଆଇନ୍ ଭାବେ ଚଳାଇଛି । ବସ୍ତିଠାରୁ କ୍ରସରର ଦୂରତା ୧୦୦ ମିଟର । କ୍ରସର ଧୂଳିରେ ଘରଦ୍ୱାର, ବିଲବାଡିରେ ଧୂଳି ଆଚ୍ଛାଦିତ ହୋଇଯାଉଛି । ଦିନକୁ ୨ ଶହ ଟ୍ରିପ୍ ପଥର ଏହି କ୍ରସରରେ ପେଶା ଯାଉଛି । ନିହଲପ୍ରସାଦ ରୋଡ୍ ମେଟାଲ-୧ ଖଣିକୁ ଏହି କ୍ରସର ମାଲିକ କାଟି ପୋଖରୀରେ ପରିଣତ କରିଦେଲେଣି । ଏହାଦ୍ୱାରା କିଡ୍ନୀ ରୋଗ ବ୍ୟାପୁଛି । ଆସନ୍ତା ୭ ଦିନ ମଧ୍ୟରେ ଏହି କ୍ରସରକୁ ବନ୍ଦ କରାନଗଲେ ଗ୍ରାମବାସୀ ଢେଙ୍କାନାଳ-ଯାଜପୁର ରାସ୍ତାକୁ ଅବରୋଧ କରିବେ ବୋଲି ନିହଲପ୍ରସାଦ ପୂର୍ବତନ ସରପଞ୍ଚ ତାପସ କୁମାର ସାହୁ, ସଂଜୀବ ଧଳ, କୁଶ ଜେନା, ମଳୟ କୁମାର ଜେନା, କ୍ଷୀରୋଦ ମହାନ୍ତି ପ୍ରମୁଖ ଦାବି କରିଛନ୍ତି । ତେବେ ଅନ୍ୟ ଏକ କ୍ରସରକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କରିଥିବା ଅରୁଣି ଷ୍ଟୋନ୍ କ୍ରସର ମାଲିକ ଅଜିତ କୁମାର ସାହୁଙ୍କ ପାଇଁ ଅଡୁଆ ବଢିଛି ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କନ୍ଧମାଳ ରେ ପ୍ରସିଦ୍ଧ ଚୈତ୍ର ମାସର ଦଣ୍ଡ ନାଚ ପର୍ବ ପାଳନ

Sunil Chandra Nayak

ଶେଷରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ”ର ଉଦ୍ୟମ କାମରେ ଆସିଲା , ଫୁଲବାଣୀ ଠାରୁ ଚକାପାଦ ପର୍ଯ୍ୟନ୍ତ ଘରୋଇ ବସ ଚାଲିଲା

Sunil Chandra Nayak

ଅପରାଜିତା ଷଡଙ୍ଗୀଙ୍କ ଖଡ଼ିଆଳ ଗସ୍ତ

Sunil Chandra Nayak

Leave a Comment

error: Content is protected !!