ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଙ୍କ କ୍ଷେତ୍ର ପରିଦର୍ଶନ

ବି ଏମ୍ ହାଇସ୍କୁଲର ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ମାନଙ୍କ ପାଇଁ୧୦୦ ସିଟ ବିଶିଷ୍ଟ ଛାତ୍ରାବାସର ଶିଳାନ୍ୟାସ

ଭବାନୀପାଟଣା ତା ୩.୬.୨୦୨୨: (ମ ନି ସ)  ଗତକାଲି ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଲାଭାର୍ଥୀ ମାନଙ୍କ ସହ ସିଧା ବାର୍ତ୍ତାଳାପ ଓ ଆଲୋଚନା ପରେ ଆଜି ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଜିଲ୍ଲାର ବିଭିନ୍ନ ଉଦ୍ୟୋଗୀଙ୍କ ୟୁନିଟ ସହ ସରକାରୀ ଅନୁଷ୍ଠାନ ପରିଦର୍ଶନ ପୂର୍ବକ ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟ ର ୧୦୦ ସିଟ୍ ବିଶିଷ୍ଟ ଛାତ୍ରାବାସ ର ଶିଳାନ୍ୟାସ କରିଥିଲେ । ପ୍ରଥମେ ଆଜି ସକାଳେ ୮.୩୦ ମି ସମୟରେ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ ପରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜର ନିର୍ମାଣର ଶେଷ ପର୍ଯ୍ୟାୟ କାର୍ଯର ସମୀକ୍ଷା କରିଥିଲେ । ୭ କୋଟି ଅଟକଳ ବ୍ୟୟ ରେ ନିର୍ମାଣ ଧୀନ ଟାଉନହଲର କାର୍ଯ ର ଅଗ୍ରଗତି ଦେଖିଥିଲେ। ୧୧,୦୦୦ ବର୍ଗଫୁଟ ଜମିରେ ନିର୍ମାଣାଧୀନ ଏହି ଟାଉନ୍ ହଲ୍ ରେ ୫୦୦ ସିଟ୍ ଅଛି ଏଥିରୁ ବାଲକୋନୀ ୧୫୦ ସିଟ ଏବଂଗ୍ରାଉଣ୍ଡ ଫ୍ଲୋର ୩୫୦ ସିଟ ବ୍ୟତୀତ ସ୍ୱତନ୍ତ୍ର ଷ୍ଟେଜ, ଗ୍ରୀନ ରୁମ, ଗେଷ୍ଟ ରୁମ, ସୁଟ , ପାର୍କିଂ, ବେସ୍ ମେଣ୍ଟ , ଶୀତତାପନିୟନ୍ତ୍ରିତ, ଲାଇଟ୍, ସାଉଣ୍ଡର ବ୍ୟବସ୍ଥା ରହିଛି। ବି ଏମ୍ ହାଇସ୍କୁଲ ପରିଦର୍ଶନ ରେ ପ୍ରଥମେ ଡ ବ୍ଲୁ ଓ ଡି ସି ୮୮.୭ ଲକ୍ଷ ଅନୁଦାନରେ ନିର୍ମିତ ହେବାକୁ ଥିବା ଆର୍ଥିକ ଅନଗ୍ରସର ଛାତ୍ର ମାନଙ୍କ ପାଇଁ ୧୦୦ ସିଟ ବିଶିଷ୍ଟ ଛାତ୍ରାବାସର ଶିଳାନ୍ୟାସ କରିଥିଲେ ଯେଉଁଥିରେ ମୁଖ୍ୟ ଅତିଥି ରୂପେ ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡା ଯୋଗ ଦେଇଥିଲେ । ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ କଳାହାଣ୍ଡି ଜିଲ୍ଲାରେ ଡ ବ୍ଲୁ ଓ ଡି ସି ଦ୍ଵାରା ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଉପରେ ସୂଚନା ଦେବା ସହ ସାମ୍ବାଦିକମାନଙ୍କ ର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥଲେ। କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପରିସରରେ ବିଶ୍ଵବିଦ୍ୟାଳୟ କୁଳପତି ଶ୍ରୀ ସଞ୍ଜୟ ଶତପଥୀ ଙ୍କ ଦ୍ଵାରା ଆୟୋଜିତ ଏକ ସଭା ରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧନ କରି କଠିନ ପରିଶ୍ରମ ପୂର୍ବକ ପାଠ ପଢି ସମାଜରେ ପ୍ରତିଷ୍ଠିତ ହେବା ପାଇଁ କେବଳ ଚାକିରୀ ଏକ ମାଧ୍ୟମ ନୁହେଁ ,ଉଦ୍ୟୋଗୀ ହେବାକୁ ଚେଷ୍ଟା କରି ଅନେକଙ୍କୁ କର୍ମ ସଂସ୍ଥାନ ର ସାହାଯ୍ୟ କରନ୍ତୁ ବୋଲି କହିଥିଲେ ।ସରକାରୀ ପଲିଟେକନିକ୍ ଅନୁଷ୍ଠାନ କୁ ପରିଦର୍ଶନ କରି ତାଲିମ୍ ନେଉଥିବା ଶିକ୍ଷାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍କେଲା ଏଆରଷ୍ଟ୍ରିପର ଶେଷ ପର୍ଯ୍ୟାୟ କାର୍ଯ୍ୟକୁ ପରିଦର୍ଶନ କରି ଏହାର ରନୱେ ବିସ୍ତାର କାର୍ଯ, 2B ଲାଇସେନ୍ସର ନିରାପତ୍ତା ସମ୍ବଧୀୟ କାର୍ଯର ସମିକ୍ଷା କରିଥିଲେ। କେସିଙ୍ଗା ବ୍ଲକ କୋକୋମୁଣ୍ଡା ରେ ୫ କୋଟି ବ୍ୟୟରେ ନିର୍ମିତ ବିକାଶ ଜୈନ ଙ୍କ ପ୍ରୀତି କାଜୁ ଇଣ୍ଡଷ୍ଟ୍ରି ,କେସିଙ୍ଗା ସ୍ତିତ ସାଇ କେଲ ଓ ରିକ୍ସା ପାଇଁ ଟାୟାର ଓ ଟ୍ୟୁବ୍ ତିଆରି କରୁଥିବା ବଂଶଲ୍ ଟାୟାର ଓ କୃଷି ସାମଗ୍ରୀ ନିର୍ମାଣ କରୁଥିବା ସୁବାସ ଆଇରନ ଏଣ୍ଡ ଅଗ୍ରିକଲ୍ଚରାଲ ଇଣ୍ଡଷ୍ଟ୍ରି କୁ ପରିଦର୍ଶନ ସହ ସୁବିଧା ଅସୁବିଧା କଥା ଆଲୋଚନା କରିଥିଲେ ।ଏହାପରେ କେସିଙ୍ଗା ଏନ୍ ଏ ସି ଅନ୍ତର୍ଗତ ବୋରିଂପଦର୍ ଠାରେ ପୁନର୍ବାସ କୋଲୋନିକୁ ଯାଇ ରେଲୱେ ଯୋଗୁଁ ବିସ୍ଥାପିତ ୪୪ଟି ପରିବାର ଙ୍କୁ ଭେଟିଥିଲେ ଏବଂ ସେହି କଲୋନୀରେ ସମସ୍ତ ଙ୍କର ପକ୍କା ଘର,ବିଜୁଳି,ପାନୀୟ ଜଳ, ଷ୍ଟ୍ରୀଟ୍ ଲାଈଟ, ଡ୍ରେନ,ପରିମଳ ସୁବିଧା, ନିଜ ଘରେ ଶୌଚାଳୟ ଇତ୍ୟାଦି ବ୍ୟବସ୍ଥା କୁ ପରିଦର୍ଶନ କରିଥିଲେ ଓ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରିଥଲେ। ଏହି ସବୁ କାର୍ଯ୍ୟକ୍ରମ ଗୁଡିକ ରେ ସି ଇ ଓ ଡ ଅଜିତ କୁମାର ମିଶ୍ର , କଳାହାଣ୍ଡି ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପି ଡି ଡି ଆର୍ ଡି ଏ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ , ତଥା ସମ୍ପର୍କିତ ସମସ୍ତ ଅଧିକାରୀ ରହିଥିଲେ ।

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଦିନେ ତୁମେ ଫେରିବ 

Sunil Chandra Nayak

ଜିଲ୍ଲା ଡ଼୍ରାଇଭର ମହାସଂଘ ତରଫରୁ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳ ଙ୍କୁ ଦେଲେ ଦାବୀପତ୍ର

Sunil Chandra Nayak

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ 

Sunil Chandra Nayak

Leave a Comment

error: Content is protected !!