ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତ ସ୍ତରିୟ ପ୍ରଶିକ୍ଷଣ ଶିବିର

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନେହେନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ସରପଞ୍ଚ ଶ୍ରୀମତୀ ଅଶୋକା ଦଣ୍ଡସେନାଙ୍କ ସଭାପତିତ୍ବରେ ଜିଲ୍ଲା ଶିଳ୍ପ କେନ୍ଦ୍ର ଖଡିଆଳ ନୂଆପଡା, ଆନୁକୂଲ୍ୟରେ ଆୟୋଜିତ ପଞ୍ଚାୟତ ସ୍ତରୀୟ ବେରୋଜଗାର ଯୁବକ ଯୁବତୀ ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଡି ଆଇ ସି ଓଡ଼ିଶା ସରକାରଙ୍କ ମାଧ୍ୟମରେ ବିଭିନ୍ନ ପ୍ରକାରର ଋଣ ପ୍ରଦାନ ଓ ବିଭିନ୍ନ ପ୍ରକାରର ବ୍ୟବସାୟ ଆରମ୍ଭ କରିବା ଓ ଲାଭବାନ ହୋଇ, ପ୍ରୋତ୍ସାହନ ଓ ସଚେତନ ସୃଷ୍ଟି କରି ସ୍ୱୟଂ ସହାୟକ ହୋଇ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଆନନ୍ଦ କୁମାର ବେହେରା । ଏହି ପ୍ରଶିକ୍ଷଣ ଶିବିରରେ ଗ୍ରାମର ଶତାଧିକ ଯୁବକ ଯୁବତୀ ଯୋଗ ଦେଇଥିବା ବେଳେ ନାଏବ ସରପଞ୍ଚ ସଦାଚରଣ ତାଣ୍ଡି ଗ୍ରାମ ରୋଜଗାର ସେବକ ଜୁଳି ପାତ୍ର, ସ୍ବେଚ୍ଛାସେବୀ ଧୀରେନ୍ଦ୍ର ଦଣ୍ଡସେନା, ସୁଶାନ୍ତ ବିଶି, ଥିବାବେଳେ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅବିନାଶ ମହାପାତ୍ର  ଙ୍କ କବିତା ଯୁଗ ବଦଳିଛି ଭାଇ 

Sunil Chandra Nayak

ଶିରିଡି ଶ୍ରୀସାଇ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!