ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ପହିଲି ରଜ

ପହିଲି ରଜ

ଆସିଛି ବଉଳ ପହିଲି ରଜ

ଆସ ସାଙ୍ଗ ସାଥି ହୋଇବା ସଜ।।

ପାଦରେ ଅଳତା ପାଉଁଜି ନାଇ

ହଳଦୀ ଲଗାଇ ଦେବା ଗାଧୋଇ।।

ନାନା କିସମରେ ମୁଣ୍ଡ କୁଣ୍ଡାଇ

ବାସ ମଲ୍ଲୀ ଫୁଲେ ବେଣୀ ସଜାଇ।।

ଟିପି ଚନ୍ଦନରେ ମଥା ସଜାଇ

କଜଳ କୁଙ୍କୁମ ଦେବା ଲଗାଇ।।

ନୂଆଁ ଶାଢୀ ପିନ୍ଧି ଯତନେ ଆମେ

ସଜାଇ ହେବା ଲୋ ହରଷ ମନେ।।

ସବୁ ଘରେ ଭଲି ଭଲିକା ପିଠା

ଆରିସା ଗଇଁଠା କେତେ ଯେ ମିଠା।।

ରଜ ପାନ ଖାଇ ନାଲି ଓଠରେ

ଖେଳିବା ଖେଳ ଲୋ ଖୁସି ମନରେ।।

ରାଗ ରୋଷ ମାନ ମନରୁ ଭୁଲି

ଝିଅ ବୋହୁ ମିଶି ଖେଳିବା ଦୋଳି।।

ଗାଆଁ ତୋଟା ମାଳ ପଡେ ଉଛୁଳି

ଗୀତ ଗାଇବା ଲୋ ଦୋଳିରେ ଝୁଲି।।

ମିଳିମିଶି ଗାଆଁ ପଡିଶା ଘର

ବୁଲି ଯିବା ଆସ ବଉଳ ମୋର।।

       

 ମମତା ସାହୁ

       ଗାଈଗାଁ,କଳାହାଣ୍ତି

Related posts

ଜନ ମଙ୍ଗଳ,ରାସୋଳ ତରଫରୁ ତ୍ରିରଙ୍ଗା ପଦଯାତ୍ରା

Sunil Chandra Nayak

ଶପଥ ପାଠ ପରେ ମନ୍ତ୍ରୀଙ୍କୁ ବଣ୍ଟାଗଲା ଦାୟିତ୍ୱ

Sunil Chandra Nayak

କଲେଇଗାଁ ପେକ୍ସ ସଭାପତି ସଞ୍ଜୟ ତ୍ରିପାଠୀ ନିର୍ଦ୍ୱନ୍ଦ ପ୍ରାର୍ଥୀ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!