ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ପହିଲି ରଜ

ପହିଲି ରଜ

ଆସିଛି ବଉଳ ପହିଲି ରଜ

ଆସ ସାଙ୍ଗ ସାଥି ହୋଇବା ସଜ।।

ପାଦରେ ଅଳତା ପାଉଁଜି ନାଇ

ହଳଦୀ ଲଗାଇ ଦେବା ଗାଧୋଇ।।

ନାନା କିସମରେ ମୁଣ୍ଡ କୁଣ୍ଡାଇ

ବାସ ମଲ୍ଲୀ ଫୁଲେ ବେଣୀ ସଜାଇ।।

ଟିପି ଚନ୍ଦନରେ ମଥା ସଜାଇ

କଜଳ କୁଙ୍କୁମ ଦେବା ଲଗାଇ।।

ନୂଆଁ ଶାଢୀ ପିନ୍ଧି ଯତନେ ଆମେ

ସଜାଇ ହେବା ଲୋ ହରଷ ମନେ।।

ସବୁ ଘରେ ଭଲି ଭଲିକା ପିଠା

ଆରିସା ଗଇଁଠା କେତେ ଯେ ମିଠା।।

ରଜ ପାନ ଖାଇ ନାଲି ଓଠରେ

ଖେଳିବା ଖେଳ ଲୋ ଖୁସି ମନରେ।।

ରାଗ ରୋଷ ମାନ ମନରୁ ଭୁଲି

ଝିଅ ବୋହୁ ମିଶି ଖେଳିବା ଦୋଳି।।

ଗାଆଁ ତୋଟା ମାଳ ପଡେ ଉଛୁଳି

ଗୀତ ଗାଇବା ଲୋ ଦୋଳିରେ ଝୁଲି।।

ମିଳିମିଶି ଗାଆଁ ପଡିଶା ଘର

ବୁଲି ଯିବା ଆସ ବଉଳ ମୋର।।

       

 ମମତା ସାହୁ

       ଗାଈଗାଁ,କଳାହାଣ୍ତି

Related posts

ଉତ୍କଳ ଆଲୁମିନା ର ପାରିପାର୍ଶ୍ବିକ ଉନ୍ନୟନ ମୂଳକ କାର୍ଯ୍ଯକ୍ରମ (ପ୍ରୋଜେକ୍ଟ କୌଶଲ୍ୟା)

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ସକ୍ଷମ ପୂର୍ବ ଭାରତ, ରାଇରଙ୍ଗପୁର ଶାଖା ଆନୁକୁଲ୍ୟରେ ନିଃଶୁଳ୍କ ମଧୁମେହ ଶିବିର

Sunil Chandra Nayak

Leave a Comment

error: Content is protected !!