ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତୁ ଜାଣିବା କୁବେରଙ୍କ ପୂର୍ବଜନ୍ମ କଥା ବିଷୟରେ

ଆସନ୍ତୁ ଜାଣିବା କୁବେରଙ୍କ ପୂର୍ବଜନ୍ମ କଥା ବିଷୟରେ

 

        ଜନମାନସରେ କୁବେରଙ୍କ ସମ୍ପର୍କରେ ଏକ ଲୋକକଥା ପ୍ରଚଳିତ ରହିଛି । କୁହାଯାଏ ଯେ, ପୂର୍ବଜନ୍ମରେ କୁବେର ଚୋର ଥିଲେ । ସେ ଏମିତି ଚୋର ଥିଲେ ଯେ, କେବଳ ଦେବମନ୍ଦିରରୁ ଚୋରି କରୁଥିଲେ । ଥରେ ଚୋରି କରିବା ପାଇଁ ଏକ ଶିବ ମନ୍ଦିରକୁ ଗଲେ । ମନ୍ଦିରରେ ବହୁତ ଧନ ସମ୍ପତ୍ତି ଥିଲା । ଏହାକୁ ପାଇବା ପାଇଁ କୁବେର ଦୀପ ଜଳାଇଲେ । କିନ୍ତୁ ପବନ ବହିବା କାରଣରୁ ଦୀପ ଲିଭିଗଲା । କୁବେର ପୁଣି ଦୀପ ଜଳାଇଲେ । ଏହିପରି କିଛି ସମୟ ପରେ ଭୋଳାଶଙ୍କର ଚୋରର ମତିଗତିକୁ ବୁଝିପାରି ପ୍ରସନ୍ନ ହୋଇ ପର ଜନ୍ମରେ କୁବେରକୁ ଧନପତି ହେବାର ଆଶୀର୍ବାଦ ପ୍ରଦାନ କଲେ ।

      କୁବେରଙ୍କ ସମ୍ପର୍କରେ କୁହାଯାଇଛି ଯେ, ତାଙ୍କର ତିନୋଟି ଗୋଡ ଏବଂ ୮ ଟି ଦାନ୍ତ ରହିଛି । ଅସୁର ପଣରେ କୁବେର ପ୍ରସିଦ୍ଧ ଅଟନ୍ତି । ଏସବୁ କଥାରୁ ଜଣାପଡେ ଯେ, କୁବେର ଧନପତି ହୋଇ ମଧ୍ୟ ବ୍ଯକ୍ତିତ୍ବ ଏବଂ ଚରିତ୍ରରେ କୌଣସି ଆକର୍ଷକ ନୁହନ୍ତି । କୁବେରଙ୍କୁ ଯକ୍ଷ ମଧ୍ୟ କୁହାଯାଏ । ଯକ୍ଷ ଧନର ରକ୍ଷକ ଅଟନ୍ତି । କୌଟଲ୍ଯ ମଧ୍ୟ ଧନରକ୍ଷକ ଭାବରେ କୁବେରଙ୍କ ମୂର୍ତ୍ତି ରଖିବା ବିଷୟ ବର୍ଣ୍ଣନା କରିଛନ୍ତି । ଅନାର୍ଯ୍ୟ ଦେବତା କୁବେରଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ଆର୍ଯ୍ୟ ଦେବ ମଧ୍ୟ ସ୍ବୀକାର କଲେ । ପରବର୍ତ୍ତୀ କାଳରେ ପୂଜାରୀ ଏବଂ ବ୍ରାହ୍ମଣମାନେ ମଧ୍ୟ କୁବେରଙ୍କ ପ୍ରଭାବରେ ପ୍ରଭାବିତ ହେଲେ । କିନ୍ତୁ ପରବର୍ତ୍ତୀ କାଳରେ କୁବେରଙ୍କ ଏହି ପ୍ରଭାବ ରହିଲା ନାହିଁ । ତେଣୁ କୁବେର ଦେବତା ଧନପତି ହୋଇ ମଧ୍ୟ ଦ୍ବିତୀୟ ସ୍ଥାନରେ ରହିଲେ ଏବଂ ଧନପ୍ରାପ୍ତି ପାଇଁ ଲୋକମାନେ ମାତା ଲକ୍ଷ୍ମୀଙ୍କୁ ପୂଜା କରିବାରେ ଲାଗିଲେ । ମାତା ଲକ୍ଷ୍ମୀ ଧନ ସହିତ ମଙ୍ଗଳ ଭାବ ଯୋଡି ହୋଇ ରହିଛି ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା
ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, 

Related posts

ରାତ୍ର ୯ ଘଣ୍ଟା ସମୟ ସୁଦ୍ଧା କଳାହାଣ୍ଡି ଜିଲ୍ଲାରେ ୩ ନମ୍ବର ଜୋନର ଭୋଟ ଗଣତି 

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ମାଟି ମଟାଳର ମଣିଷ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମହାପାତ୍ର ଙ୍କ କବିତା – ସ୍ବାସ୍ଥ୍ୟ ହିଁ ସମ୍ପଦ

Sunil Chandra Nayak

Leave a Comment

error: Content is protected !!