ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ନର୍ଲା (ଦୀପକ କୁମାର ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ଥାନାରେ ଥାନାଧିକାରୀ ଭାବରେ ଓପିଏସ ସମ୍ବିତ କୁମାର ମାଝୀ ଦାୟିତ୍ଵ ନେଇଛନ୍ତି। ଶ୍ରୀ ମାଝୀ ଓପିଏସ ଉତ୍ତୀର୍ଣ୍ଣ ହେବା ପରେ ନୂତନ ଭାବେ ନର୍ଲା ଥାନାରେ ପ୍ରୋବେସନ ଅଫିସର ଭାବରେ ସେ ନିଯୁକ୍ତି ପାଇଛନ୍ତି।ଗତ ୧୮ ତାରିଖ ଦିନ ଠାରୁ ନିଯୁକ୍ତି ପାଇବା ପରେ ବର୍ତ୍ତମାନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ନର୍ଲା ଥାନା ଅଞ୍ଚଳର ଆଇନ ଶୃଙ୍ଖଳା,ଚୋରା ମଦ କାରବାର,ଚୋରି,ଜୁଆ ଓ ସଟ୍ଟା କାରବାରକୁ ସଂପୂର୍ଣ୍ଣ ସୁଧାରିବା ପାଇଁ ଚେଷ୍ଟା କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏଥିପାଇଁ ଅଞ୍ଚଳର ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି। ତାଙ୍କ ନିଯୁକ୍ତି ପରେ ପରେ ଗତ ସୋମବାର ନର୍ଲା ଥାନା ଛତିକୁଡା ଛକରେ ଚଢ଼ାଉ କରି ଦୁଇଟି ଢାବାରୁ ବେଆଇନ ମଦ ଜବତ କରିଥିବା ଜଣାପଡିଛି। ବେପରୁଆ ଗାଡି ଚଳାଚଳ ଓ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ପ୍ରତିଦିନ ଏମ୍ ଭି ଚେକିଙ୍ଗ୍ କଡାକଡି କରାଯିବା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଲଘୁଚାପଜନିତ ବର୍ଷାରେ ଘର ଭାଙ୍ଗି ୨ ପରିବାର ବେସାହାରା, ସରକାରୀ ସହାୟତା ପାଇଁ ନିବେଦନ

Sunil Chandra Nayak

ଜଣା ଅଜଣା _ ଚାଉଳ ରେ ସୁନ୍ଦରାକାଣ୍ଡ ଲେଖି ରେକର୍ଡ

Sunil Chandra Nayak

ପ୍ର. ସଞ୍ଜୟ ଶତପଥୀଙ୍କୁ ଦେବଗିରି ସମ୍ମାନ, ଯୁବ ସମ୍ମାନ ପାଇବେ ଉଦୀୟମାନ ଯୁବ ଲେଖକ ଡିଲେଶ୍ୱର ରଣା

Sunil Chandra Nayak

Leave a Comment

error: Content is protected !!