ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଝୀଗୁଡାରେ କୁରାଲ ଦେବତାଙ୍କ ପୂଜା ଆରମ୍ଭ

କୋକସରା,୨୯/୧୧-  (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମ ବଡ଼ ରଣାପଡାରେ କୁମ୍ଭକାର ସମ୍ପ୍ରଦାୟ ପକ୍ଷରୁ କୁରାଲ ଦେବଙ୍କ ପୂଜାର୍ଚ୍ଚନା ରବିବାର ଅଧିବାସ ଓ କଲସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ମାର୍ଗଶିର କୃଷ୍ଣପକ୍ଷ ପଞ୍ଚମୀ ତିଥୀ ସୋମବାର ସକାଳରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୂଜାକର୍ତା ଭାବେ ପ୍ରେମଲାଲ ରଣା ଓ ମାଲତି ରଣା ସପତ୍ନୀକ ଦାୟିତ୍ଵ ତୁଲାଉଛନ୍ତି। ପୂଜକ ଜନ୍ମେଜୟ ଦାସ କୁରାଲ ଦେବଙ୍କ ପୂଜାର୍ଚ୍ଚନା କରୁଛନ୍ତି। କୁରାଲ ଦେବଙ୍କ ପୂଜାପାଠ ପାଇଁ ମାଝୀଗୁଡାରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ପୂଜା କମିଟି ପକ୍ଷରୁ ପ୍ରତିଦିନ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପୁଜା କମିଟିର ସଭାପତି ଧନୁର୍ଯ୍ୟ ରଣା, ସମ୍ପାଦକ ଭବିତ ରଣା, କୋଷାଧ୍ୟକ୍ଷ ସିଦ୍ଧେଶ୍ୱର ରଣା, ଯଦୁମଣି ରଣା, ବିପିନ୍ଦ୍ର ରଣା, ପ୍ରତାପ ରଣା, ଘନଲାଲ ରଣା, ପ୍ରସନ୍ନ ରଣା, ବଣ୍ଟି ନାଏକ, ତୋଫାନ ରଣା, ଜଳେଶ୍ବର ରଣା ସମେତ ରଣାପଡାର ସମସ୍ତ ଗ୍ରାମବାସୀ ମାନେ କୁରାଲ ପୂଜା କାର୍ଯ୍ୟକ୍ରମ ପାଳନରେ ସହଯୋଗ କରିଛନ୍ତି।

ମସୀହା ନିଉଜ ସର୍ଭିସ୍ 

Related posts

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ଦେଖ ଏ ସାହିତ୍ୟ ର ମାନ

ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କୁ ଦେବଗିରି ନାଟ୍ୟ ସମ୍ମାନ,କୃଷିରେ ବୈଷ୍ଣବ ସାହୁ, ପ୍ରକାଶଙ୍କୁ ଶିଳ୍ପୀ ସମ୍ମାନ 

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ମିଛମାୟା

Sunil Chandra Nayak

Leave a Comment

error: Content is protected !!