ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜମି ବିବାଦକୁ ନେଇ ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଜାରି

କୋକସରା,୨୯/୧୧-  (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇ ଥିବା ନେଇ ସୂଚନା ମିଳିଛି। ହତ୍ୟା ହୋଇଥିବା ଯୁବକ ମହୁଳମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ ବୋଳି ଜଣାପଡିଛି। ତେବେ ସେ ଦୀର୍ଘ ବର୍ଷ ହେବ ଚିଲିଗୁଡା ଗ୍ରାମରେ ରହୁଥିବା ବେଳେ ତାଙ୍କ ପୈତୃକ ଗ୍ରାମ ମହୁଳମୁଣ୍ଡା ହୋଇଥିବା ଜଣାପଡିଛି। ସୋମବାର ଦୟାନିଧି ଦୁଣ୍ଡକିଆଙ୍କ ଜମିରେ ଧାନ କଟା ଚାଲିଥିବା ବେଳେ ସେ ଚାଷଜମିକୁ ଆସିଥିଲେ। ତେବେ ସନ୍ଧ୍ୟା ସମୟରେ ହତ୍ୟାକାଣ୍ଡ ହୋଇଥିବା ନେଇ ପୁଲିସ ସୁଚନା ଦେଇଥିବା ବେଳେ ହତ୍ୟାକାଣ୍ଡର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ କୋକସରା ପୁଲିସ ଅଧିକାରୀ ପ୍ରସନ୍ନ ବେହେରା ଓ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ମୃତକଙ୍କ ପତ୍ନୀ ସାଧନୀ ଦୁଣ୍ଡକିଆ ତାଙ୍କ ସ୍ଵାମୀଙ୍କୁ ସମ୍ପର୍କୀୟ କାକା ପୁଅ ଓ ବଡ଼ ବାପା ପୁଅ ଜମି ବିବାଦକୁ ନେଇ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଆସନ୍ତା କାଲି ସକାଳେ ସାଇଣ୍ଟିଫିକ ଟିମ ଓ ସମସ୍ତ ଘଟଣାର ତଦନ୍ତ ପରେ ହତ୍ୟାକାଣ୍ଡ ପଛର ସତ୍ୟତା ଜଣାପଡିବ ବୋଳି କୋକସରା ପୁଲିସ ପକ୍ଷରୁ କୁହାଯାଇଛି।

ମସିହା ନିଉଜ ସର୍ଭିସ୍ 

Related posts

ବାଲିଆପାଳ ଠାରେ ନିର୍ମିତ ତାଲିମ କେନ୍ଦ୍ରକୁ ଉଦଘାଟନ କଲେ ଜିଲ୍ଲାପାଳ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ତୁମକୁ

Sunil Chandra Nayak

ମାନଝରୀ କାନ୍ଦୁଲଡଙ୍ଗରି ଗାଁ ର ଜଣେ ଝିଅ ବିଷାକ୍ତ ଫଳ ଖାଇ ଆତ୍ମହତ୍ୟା. :-କାରଣ ଅସ୍ପଷ୍ଟ

Sunil Chandra Nayak

Leave a Comment

error: Content is protected !!