ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ଅନୁଷ୍ଠିତ

ବାଲେଶ୍ବର,୧୬/୬/୨୨- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥ ଆସ୍କା ରୋଡ ରେଡ୍ଡୀ ଗ୍ୟାରେଜ ସନ୍ନିକଟ ଭୈରବୀ କଲ୍ୟାଣ ମଣ୍ଡପ ଠାରେ ଆନ୍ଧ୍ର-ଓଡିଶା ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସାଧୁ ଶୁକଦେବ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଧର୍ମସଭାରେ ଜଗତରେ ଭାଇଚାରା ଓ ଜୀବେଦୟା ସର୍ବୋପରି ଜଗତ କଲ୍ୟାଣ ସାଧନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ସନ୍ଥ ଭୀମ ଭୋଇଙ୍କ ଦର୍ଶନ ଉପରେ ଆଲୋକପାତ କରି ମହିମା ଦର୍ଶନ ହିଁ ଜଗତକୁ ସୁନ୍ଦର ସୃଷ୍ଠୁ ରୂପେ ଗଢି ତୋଳିବାରେ ସମର୍ଥ ବୋଲି ମତ ଦେଇଥିଲେ । ଏହି ସମାବେଶରେ ଆନ୍ଧ୍ର-ଓଡିଶା ମହିମା ଧର୍ମ ପ୍ରସାର କମିଟି ଗଠନ କରାଯାଇଥିଲା । ସାଧୁ ଶୁକଦେବ ପାତ୍ରଙ୍କୁ ସଭାପତି ଓ ସାଧୁ ରବୀନ୍ଦ୍ର ଜେନାଙ୍କୁ ସମ୍ପାଦକ ଭାବେ ଚୟନ କରାଯାଇଥିବା ବେଳେ ସର୍ବସାଧୁ ସୁରେନ୍ଦ୍ର ପାତ୍ର, ବ୍ରହ୍ମାନନ୍ଦ ଚୌଧୁରୀ, ପ୍ରକାଶ ଚନ୍ଦ୍ର ସାହୁ ଏବଂ ଡ଼ା. ଭେଙ୍କଟ ରାଓଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ସାଧୁ ହୀନମଣି ବେହେରା ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ଯୋଗଦେଇ ସାଧୁସନ୍ନ୍ୟାସୀ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି ପରମ ସନ୍ତୋଷ ଲାଭ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋକସରା ବ୍ଲକରେ ଶହୀଦ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଧର୍ମ ରାଜ ପ୍ରଧାନ ଙ୍କ କବିତା – କବି

Sunil Chandra Nayak

କବିତା ଦାଶ ଙ୍କ କବିତା ଟିକି ନାଆ ମୋର ଭାସି ଯାଆ

Sunil Chandra Nayak

Leave a Comment

error: Content is protected !!