ମ, ରାମପୁର,୧୬/୬( ମସୀହା):- ଓଡ଼ିଶା କୁ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଛୁଇଁବ ବୋଲି ପାଣିପାଗ ତରଫରୁ ସୂଚନା ମିଳିଥିବାବେଳେ ବେଳେ ଏପଟେ କଳାହାଣ୍ଡି ଜିଲ୍ଲା ମ.ରାମପୂର୍ ଅଂଚଳ ରେ ପ୍ରବଳ ପବନ ଓ ବର୍ଷା ଆରମ୍ଭ ହୋଇ ବିତ୍ପାତ ସୃଷ୍ଟି କରିଛି ! ବର୍ଷା ସହ ପ୍ରବଳ ପବନ ଯୋଗୁଁ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଅନେକ କ୍ଷୟ କ୍ଷତି କରିଛି । କାହାଘର ଉପରେ ଗଛ ପଡ଼ିଛିତ ଆଉ କେଉଁଠି ରାସ୍ତାରେ ପଡ଼ି ରାସ୍ତା ଅବରୋଧ କରିଛି l ବିଦ୍ୟୁତ୍ ଖୁଣ୍ଟ ମଧ୍ଯ ପବନ ବେଗ ସହିନପାରି ଟଳି ପଡ଼ିଛି । ଏଭଳି ବର୍ଷା ବିତ୍ପାତ ମ, ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଡୁଡୁକାରଞ୍ଜା ଗାଁ ରେ ଗତକାଲି (ବୁଧବାର) ଦିନ ଅପରାହ୍ନ ସମୟରେ ଦେଖା ଦେଇଛି l ଗାଁ ର ଅନେକ ଲୋକ ଙ୍କ ଘରେ ବଡ଼ ବଡ଼ ଆମ୍ବ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ଘର ଭାଙ୍ଗି ନଷ୍ଟ ହେବା ସହିତ ଲୋକଙ୍କ ଆସବାପତ୍ର ନଷ୍ଟ ହୋଇଯାଇଛି l ଅନେକ ଲୋକଙ୍କ ଘର ଛପର ଉଡ଼ି ଯାଇଛି l ହେଲେ କେହି ମୃତାହତ ହୋଇ ନାହାନ୍ତି l ଏ ଖବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ପାଇ ତୁରନ୍ତ ଅଗ୍ନିଶମ ଓ ବିଦ୍ୟୁତ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ମ.ରାମପୁର ଅଗ୍ନିଶମ ଓ ବିଦ୍ୟୁତ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଘର ଓ ରାସ୍ତାରେ ପଡ଼ିଥିବା ଗଛ କାଟି ସଫା କରିବା ସହିତ ବିଦ୍ୟୁତ ଖୁଣ୍ଟ ହଟେଇ ଥିବା ଜଣା ପଡ଼ିଛି । ବିକାଶ ରଞ୍ଜନ ସିଂହଦେଓ , ରାଜେଶ ପାଠକ ପ୍ରମୁଖ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝି ପ୍ରଶାସନକୁ ଜଣାଇଛନ୍ତି l ଘର ଭାଙ୍ଗି କ୍ଷୟକ୍ଷତି ହୋଇଥିବା ଗରୀବ ପରିବାର ଗୁଡ଼ିକୁ ପ୍ରଶାସନ ତୁରନ୍ତ ସହାୟତା ଦେବା ପାଇଁ ଅଞ୍ଚବାସୀଙ୍କ ଦାବୀ କରିଛନ୍ତି l
ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l