ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବର୍ଷା ଓ ପବନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଟଳି ପଡ଼ିଲା : ଘର ଭାଙ୍ଗିଲା

ମ, ରାମପୁର,୧୬/୬( ମସୀହା):- ଓଡ଼ିଶା କୁ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଛୁଇଁବ ବୋଲି ପାଣିପାଗ ତରଫରୁ ସୂଚନା ମିଳିଥିବାବେଳେ ବେଳେ ଏପଟେ କଳାହାଣ୍ଡି ଜିଲ୍ଲା ମ.ରାମପୂର୍ ଅଂଚଳ ରେ ପ୍ରବଳ ପବନ ଓ ବର୍ଷା ଆରମ୍ଭ ହୋଇ ବିତ୍ପାତ ସୃଷ୍ଟି କରିଛି ! ବର୍ଷା ସହ ପ୍ରବଳ ପବନ ଯୋଗୁଁ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଅନେକ କ୍ଷୟ କ୍ଷତି କରିଛି । କାହାଘର ଉପରେ ଗଛ ପଡ଼ିଛିତ ଆଉ କେଉଁଠି ରାସ୍ତାରେ ପଡ଼ି ରାସ୍ତା ଅବରୋଧ କରିଛି l ବିଦ୍ୟୁତ୍ ଖୁଣ୍ଟ ମଧ୍ଯ ପବନ ବେଗ ସହିନପାରି ଟଳି ପଡ଼ିଛି । ଏଭଳି ବର୍ଷା ବିତ୍ପାତ ମ, ରାମପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଡୁଡୁକାରଞ୍ଜା ଗାଁ ରେ ଗତକାଲି (ବୁଧବାର) ଦିନ ଅପରାହ୍ନ ସମୟରେ ଦେଖା ଦେଇଛି l ଗାଁ ର ଅନେକ ଲୋକ ଙ୍କ ଘରେ ବଡ଼ ବଡ଼ ଆମ୍ବ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିବାରୁ ଘର ଭାଙ୍ଗି ନଷ୍ଟ ହେବା ସହିତ ଲୋକଙ୍କ ଆସବାପତ୍ର ନଷ୍ଟ ହୋଇଯାଇଛି l ଅନେକ ଲୋକଙ୍କ ଘର ଛପର ଉଡ଼ି ଯାଇଛି l ହେଲେ କେହି ମୃତାହତ ହୋଇ ନାହାନ୍ତି l ଏ ଖବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ପାଇ ତୁରନ୍ତ ଅଗ୍ନିଶମ ଓ ବିଦ୍ୟୁତ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ମ.ରାମପୁର ଅଗ୍ନିଶମ ଓ ବିଦ୍ୟୁତ ବିଭାଗ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଘର ଓ ରାସ୍ତାରେ ପଡ଼ିଥିବା ଗଛ କାଟି ସଫା କରିବା ସହିତ ବିଦ୍ୟୁତ ଖୁଣ୍ଟ ହଟେଇ ଥିବା ଜଣା ପଡ଼ିଛି । ବିକାଶ ରଞ୍ଜନ ସିଂହଦେଓ , ରାଜେଶ ପାଠକ ପ୍ରମୁଖ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝି ପ୍ରଶାସନକୁ ଜଣାଇଛନ୍ତି l ଘର ଭାଙ୍ଗି କ୍ଷୟକ୍ଷତି ହୋଇଥିବା ଗରୀବ ପରିବାର ଗୁଡ଼ିକୁ ପ୍ରଶାସନ ତୁରନ୍ତ ସହାୟତା ଦେବା ପାଇଁ ଅଞ୍ଚବାସୀଙ୍କ ଦାବୀ କରିଛନ୍ତି l

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ରାସ୍ତା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ଗାଡ଼ିରେ ପ୍ରସବ ହେଲେ ମହିଳା

Sunil Chandra Nayak

ଲେମ୍ବୁ, ଚିକେନ୍ ପରେ ରାଜ୍ୟରେ ଟମାଟୋ ଦର ଏବେ ଅକାଶଛୁଆଁ

ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ

Sunil Chandra Nayak

Leave a Comment

error: Content is protected !!