ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷୀମାନଙ୍କୁ ନୂଆଖାଇ ଭେଟି: ୪୧ ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ସମୁଦାୟ ୮୬୯ କୋଟି ଟଙ୍କା ପାଇ ୪୧ ଲକ୍ଷ ଚାଷୀ ଉପକୃତ ‌ହେବେ..

ଚାଷୀଙ୍କୁ ରାଜ୍ୟ ସରକାର ଦେଇଛନ୍ତି ନୂଆଖାଇ ଭେଟି। ଏହି ଭେଟିରେ ଚାଷୀମାନଙ୍କୁ କାଳିଆ ଟଙ୍କା ମିଳିବ। ସମୁଦାୟ ୮୬୯ କୋଟି ଟଙ୍କା ପାଇ ୪୧ ଲକ୍ଷ ଚାଷୀ ଉପକୃତ ‌ହେବେ। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟ୍‌କୁ ୨୦୦୦ ଲେଖାଏ ଟଙ୍କା ସିଧାସଳଖ ଦିଆଯିବ। ଉଲ୍ଲେଖଯୋଗ୍ୟ, ଗତବର୍ଷ ମଧ୍ୟ ନୂଆଖାଇରେ ରାଜ୍ୟ ସରକାର କାଳିଆ ଟଙ୍କା ଦେଇଥିଲେ।ଏହା ପୂର୍ବରୁ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଗତ ମେ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୃଷକମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଥିଲେ। ଏହାଦ୍ବାରା ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଥିଲା।

ସେସମୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏ ବର୍ଷ କୃଷି ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବଜେଟ ରଖାଯାଇଛି। ଏହି ଅବସରରେ କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ପଣସ ମିଶନ ଓ ରିୱାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ମିଲେଟ୍‌ ମିସନ ଓ ସମନ୍ବିତ କୃଷି ପ୍ରୋତ୍ସାହନ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ପ୍ରସାର ମଧ୍ୟ କରାଯାଉଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କମ୍ରେଡ୍ ସାଥୀ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ ସଭା

କବିତା ସାହୁ ଙ୍କ କବିତା ଶୀତଳ ପରଶ

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାରର ମିଳିତ ସହଯୋଗରେ ସ୍ବାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!