ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୂଅ ରେ ଗାଧୋଇବା ବେଲେ ଯୁବକ ର ଗୋଡ଼ଖସି କୂଅ ରେ ପଡି ମୃତ୍ୟୁ

ଚନ୍ଦାହାଣ୍ଡି 29/11(ମ ନି ସ )– ନବାରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଜାମପଡା ଗ୍ରାମରେ କୂଅ ରେ ଗାଆଧୋଇବା ସମୟରେ ଗୋଡ଼ ଖସି ଟିକମ ଭଇସାଲ (32) ନାମକ ଜଣେ ଯୁବକ କୂଅ ରେ ବୁଡି ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି l ଏନେଇ ଚନ୍ଦାହାଣ୍ଡି ଥାନା ୟୁଡ଼ି କେସ ନଂ 18/22 ନୁସାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁକରି ଏହାର ତଦନ୍ତ ଭାର ଏ ଏସ ଆଇ ହୃଷିକେଶ ପଟେଲ କୁ ଦିଆ ଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l  ପୋଲିସ ସୂତ୍ର ଅନୁସାରେ ଜାମପଡା ଗ୍ରାମର ଟିକମ ଭଇସାଲ ଗତ 28 ତାରିଖ ସୋମବାର ଦିନ ସକାଳେ ଖାଇପିଇ ସବୁଦିନ ପରି ଛେଳି ଚରାଇବା ପାଇଁ ନେଇ ଘର କୁ ଆସି ଗାଧୋଇବା ପାଇଁ ଗାଁ ପାଖ ଥିବା କୂଅ କୁ ଯାଇ ଥିଲେ l ଟିକମ କୂଅ ରେ ଗାଧୋଉଥିବା ସମୟ ରେ ହଟାତ ଗୋଡ଼ ଖସି ଯିବାରୁ ସେ କୂଅ ଭିତରେ ପଡିଯାଇଥିଲା l କୂଅ ରେ ପାଣି ଗଭୀର ଥିବା ସହ ଟିକମ କୁ ପହଁରା ଜଣା ନଥିବା ରୁ ସେ କୂଅ ରେ ବୁଡି ମୃତ୍ୟୁ ବରଣ କରିଥିଲା l ଗାଧୋଇ ଜାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ନ ପାଇ ବିଳ ରେ ଥିବା କୂଅ ପାଖ କୁ ଯିବାରୁ ଟିକମ ର ବାନିୟନ ଏବଂ ଚପଲ ଦେଖି ଦମକଳ ବାହିନୀ କୁ ଖବର ଦେଇଥିଲେ l ରାତି ହେବା ରୁ ଦମକଳ ବାହିନୀ ମଙ୍ଗଳବାର ଦିନ କୂଅ ରୁ ଟିକମ ର ଶବ ବାହାର କରିଥିଲେ l ମୃତକ ର ଭାଇ ଭଜନ ଭଇସାଲ ଚନ୍ଦାହାଣ୍ଡି ଥାନା ରେ ଏତଲା ଦେବା ପରେ ଆ  ଆଇ ସି ଉମେଶ ଚନ୍ଦ୍ର ନାୟକ ଙ୍କ ନିର୍ଦେଶ କ୍ରମେ ଏ ଏସ ଆ ଇ ହୃଷିକେଶ ପଟେଲ ଘଟଣା ସ୍ଥଲ କୁ ଯାଇ ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇଥିଲେ l ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ସହ ଏହାର ଅଧିକା ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଫିସର ହୃଷିକେଶ ପଟେଲ ପ୍ରକାଶ  କରିଛନ୍ତି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶୋଇଲେଣି ଠାକୁରାଣୀ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଚାବି

Sunil Chandra Nayak

ଆରପାରି ରେ ପୂର୍ବତନ ସାଂସଦ ସୁବାସ ନାୟକ, ପୁରୀ ସ୍ୱର୍ଗଦ୍ୱାର ରେ ଶେଷକୃତ୍ୟ ସଂପନ୍ନ

Sunil Chandra Nayak

Leave a Comment

error: Content is protected !!