ଚନ୍ଦାହାଣ୍ଡି 15/7 –ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଉମେଶ ସୁନାନୀ ଙ୍କ ମାଡ଼ରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ର ହାତଭାଙ୍ଗିବା ଘଟଣା ଏଠାରେ ଅଭିଭାବକ ମହଲ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି l ଏହାକୁ ବିଭାଗୀୟ ଉଚ୍ଚସ୍ଥରୀୟ ତଦନ୍ତ ସହ ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଛି l ପ୍ରକାଶ ଥାଉକି ଗତ 11 ତାରିଖ ରାତି 9 ଟା ସମୟ ରେ ଧୋଡ଼ିପାଣି କଲ୍ୟାଣ ବିଭାଗ ହଷ୍ଟେଲ ରେ ଆଦିତ୍ୟ ବାଘ ନାମକ ଜଣେ ସପ୍ତମ ଶ୍ରେଣୀ ର ଛାତ୍ର ଓ ଆଉ ଜଣେ ସହପାଠୀ ସହ ମାଡ଼ ଗୋଳ ହେବାରୁ, ସହକାରୀ ଶିକ୍ଷକ ଉମେଶ ସୁନାନୀ ଦୁଇ ଛାତ୍ର କୁ ବୁଝା ସୁଝା କରିବା ବଦଳ ରେ ପ୍ଲାଷ୍ଟିକ ପାଇପ ରେ ମାଡ଼ ଦେବାରୁ ଛାତ୍ର ର ବାମ ହାତରେ ମାଡ ହେବାରୁ ଆହତ ଛାତ୍ର ର ବାପା ତ୍ରିଲୋଚନ ବାଘ, ଶିକ୍ଷକ ଉମେଶ ସୁନାନୀ ଙ୍କ ନାମରେ ଚନ୍ଦାହାଣ୍ଡି ଥାନା ରେ ଗତ 14 ତାରିଖ ଦିନ ଲିଖିତ ଅଭିଯୋଗ ଦେବାରୁ ଥାନା ଅଧିକାରୀ ପ୍ରମାନନ୍ଦ ସୁନାନୀ ଉଭୟ ପାର୍ଟି କୁ ଥାନାକୁ ଡ଼କାଇ ଥିଲେ l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଘୁମଣୀ ଜାନି ଏବଂ କିଛି ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତି ରେ ଆପୋଷ ବୁଝାମଣା ହୋଇ ଥିଲା l ରାତିରେ ଆହତ ଛାତ୍ର କୁ ପ୍ରବଳ ଯନ୍ତ୍ରଣା ହେବାରୁ ଶୁକ୍ରବାର ସକାଳୁ ଚିକିତ୍ସା ପାଇଁ ଉମରକୋଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଏସ ସାଇ କୁମାର ଙ୍କ ପାଖକୁ ନେବାରୁ ଛାତ୍ର ର ବାମ ହାତ ଭାଙ୍ଗି ଥିବା ଜଣାପଡ଼ିଥିଲା l ଛାତ୍ର ଜଣେ ଗରୀବ ପରିବାର ହୋଇ ଥିବାରୁ ଭାଙ୍ଗି ପଡିବା ସହ ଛାତ୍ର ର ପାଠପଢା ନେଇ ଚିନ୍ତା ରେ ପରିବାର l ଘଟଣା ଟି କୁ ସମାଜସେବୀ କ୍ଷେମରାଜ ବାଘ, ଗୋବିନ୍ଦ ଜୈନ ନିନ୍ଦା କରିବା ସହ ଏହାର ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି l
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ