ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରେଣୀ ଗୃହ ଅଭାବ,ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

ମୟୂରଭଞ୍ଜ – ୧୫/୭/୨୨(ମସିହା) ଓଡିଶାରେ ଚାରିଆଡ଼େ ମାଳ ମାଳ ସ୍କୁଲ । କେଉଁଠି ଶିକ୍ଷକ ନାହାନ୍ତି, କେଉଁଠି ପିଲା ସଂଖ୍ୟା କମ ତ କେଉଁଠି ବିଦ୍ୟାର୍ଥୀ ମାନେ ବସିବା ପାଇଁ ଶ୍ରେଣୀ ଗୃହ ନାହିଁ । କେଉଁଠି ଶିକ୍ଷକ ମେଞ୍ଚେ ତ କେଉଁଠି କେଞ୍ଚେ । କେଉଁଠି ଭଙ୍ଗା ଘରେ ଚକାଜହ୍ନ ଦେଖାଯାଉଛି ତ କେଉଁଠି ବିପଦ ଶଙ୍କୁଳ ଅବସ୍ଥାରେ ଶ୍ରେଣୀଗୃହ ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଲକର ଗମ୍ଭାରିଆ ପଞ୍ଚାୟତର କଣ୍ଟାଶୋଳ ପ୍ରାଥମିକ ବିଦ୍ୟାଳୟ ।ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକରେ ଚାଲିଛି ।ଏଠାରେ ପୁରାତନ ବିଦ୍ୟାଳୟର ଆଜବେଷ୍ଟସ ଛାତ ଉଡିଯାଇ ଘର ବିପଦ ସଙ୍କୁଳ ଅବସ୍ଥାରେ ଅଛି ।ସେହି ବିପଦ ଶଙ୍କୁଳ ପୁରାତନ ଗୃହକୁ ଏଯାଏଁ ଭଙ୍ଗା ଯାଇନାହିଁ ।କୁନି କୁନି ପିଲାମାନେ ଖେଳୁଥିବା ସମୟରେ କେତେବେଳେ କ’ଣଘଟଣ ନ ଘଟିବ କିଏ କହି ପାରିବ !ଗୋଟିଏ ମାତ୍ର ନୂତନ ଗୃହରେ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ଚାଲିଛି । ବାରଣ୍ଡାରେ ମଧ୍ୟ ପିଲା ପଢୁଛନ୍ତି ।ପ୍ରଧାନ ଶିକ୍ଷକ ଏବଂ ଅଭିଭାବକ ସଂଘ ବାରମ୍ବାର ଶିକ୍ଷା ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କଲେ କିଛି ଫଳ ମିଳୁନାହିଁ ।ଯାହାଫଳରେ ପିଲାମାନଙ୍କର ପାଠପଢାରେ ବ୍ୟାପକ ବାଧା ସୃଷ୍ଟି ହେଉଛି । ତେଣୁ ଜିଲ୍ଲାପାଳ ମହୋଦୟ ଅନ୍ୟ ଏକ ନୂତନ ଗୃହ ନିର୍ମାଣ ମଂଜୁର ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଓଡ଼ିଶାର ଷ୍ଟାଫ୍ ନର୍ସ ପାଇବେ ଫୋରେନ୍ସ ନାଇଟିଙ୍ଗେଲ ପୁରସ୍କାର

ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ ତରଫରୁ ସଭା ଅନୁଷ୍ଠିତ

Sunil Chandra Nayak

ଗଣହତ୍ୟା ଓ ଦୁଷ୍କର୍ମର ଶିକାର  ଛାତ୍ରୀ କନକ ନିଆଲର ମୃତଦେହକୁ  ଦାହ କଲେ ଡମ୍ବ ସମାଜ , କଂଗ୍ରେସ ଓ ଏଓଏସସିଏଫ କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!