ସକାଳର ଜଣାଣ
ପ୍ରତୀକ୍ଷା
ବିଜୟ କୁମାର ଜେନା
ତୁମ ପ୍ରତୀକ୍ଷାକୁ ଅନେଇ ବସିଛି
କେତେ ବରଷ ଗଲାଣି
ମୋ ଭଙ୍ଗା କୁଟୀର ନିତି ସଜାଡୁଛି
ଆଖି ଲୁହ ଯେ ମଲାଣି।
ବ୍ରାହ୍ମ ମୁହୂର୍ତ୍ତରେ ନିତ୍ଯ କର୍ମ ସାରି
ବନ ଉପବନ ବୁଲି
କିସମ କିସମ ଫୁଲ ତୋଳି ଆଣି
ଚାଙ୍ଗୁଡ଼ିକୁ ସଜ କଲି।
ସବୁ କୁସୁମ ତ ମଉଳି ଯାଉଛି
ନ ପାଇ ତୁମ ପରଶ
ଭାବୁଛି ବସି ମୁଁ ମୋର ସାଧନାରେ
କେଉଁଠି ରହିଲା ଦୋଷ?।
ସଂଜତ ଆସୁଛି ନୂଆ ଧରଣର
ରାତିର ଅମା ଅନ୍ଧାରେ
କାଳେ ଚୁପି ଚୁପି ଆସିବକି ପ୍ରଭୁ
କିଏ କହେ ମୋ କାନରେ।
ତୁମରି ଦୟାରୁ ଅଭାବ ନାହିଁ ମୋ
ତୁମେ କେଡେ ଦୟାବନ୍ତ
ତୁମରି ପ୍ରତୀକ୍ଷା ଘଟାଇବ ନିଶ୍ଚେ
କାମନା ବାସନା ଅନ୍ତ।
ଅବସର ପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି ରଣପୁର ନୟାଗଡ଼