ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଆଳତୀ ବେଳରେ ତୋବଡ ଦାଣ୍ଡରେ
    ଜାଳି ମୋ ସଞ୍ଜ ଆଳତୀ
ପ୍ରାର୍ଥନା କରୁଛି ମୋ ଜୀବନ ପଥ
   ବଞ୍ଚିବା ଦିଅ ହେ ବୃତ୍ତି।
ଅଭାବ ସଂସାର ଚଳି ହେଉ ନାହିଁ
  ଦେବ ମୋତେ ପୁରା ଶାହା
ଆହା ମୋ କାଳିଆ ହେ ନିଳାଞ୍ଚଳିଆ
     ଧର୍ମ ଅବତାର ରାହା।
ଗରୁଡ଼ ସ୍ତମ୍ଭରୁ ଦର୍ଶନ କରିଲେ
   ଦିଶ କେଡେ ମୋ ସୁନ୍ଦର
ଦୁଇ ଚକ୍ଷୁ ମିଶି ମିଳନ ହୋଇଲେ
    ସତେ ହୁଅ ମୋ ଈଶ୍ୱର।
ତୂଳସୀ ପାଦୁକା ପାଇ ଦେଲା ପରେ
     ହୃଦୟ ହୁଏ ନିର୍ମଳ
ସତେକି ପ୍ରଭୁ ମୋ ହୃଦୟ ଭିତରେ
    କରି ଦେଲେ ମୋ ଶବଳ।
ଯୁଆଡ଼େ ଯାଉଛି ପ୍ରଭୁ ନାମ ଧରି
    ପଥ ଦିଶେ ପରିଷ୍କାର
ଅଘଟନ ନାହିଁ ବିଘଟନ ନାହିଁ
   ପ୍ରଭୁ ମୋ ଶକ୍ତି ଈଶ୍ୱର।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଚୋରି ଅଭିଯୁକ୍ତ ଗିରଫ, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା କବି କଲଁକ୍‌ ଉପାଧି

Sunil Chandra Nayak

ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ପାଳନ

Sunil Chandra Nayak

Leave a Comment

error: Content is protected !!