ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ:–ଅଧ୍ୟାୟ-୯

 ହଜିଲା ଦରବ:–ଅଧ୍ୟାୟ-୯

 ଦିଲ୍ଲୀପ କୁମାର ନନ୍ଦୀ

ଆମ୍ବ ତୋଟାରେ ତ ଖୋପଡ଼ ଶବଦ
ମାଳି କାନରେ ବାଜୁନି
ବିଦ୍ୟାଳୟ ଦ୍ବାରେ ପ୍ରାର୍ଥନା ଶୁଭୁନି
ଲୁଚିଲାଣି ହାରମୋନି।୧।
ଦାସକାଠିଆ ତ ସପନ ହେଲାଣି
ଘୋଡ଼ା ନାଚ ଲୁଚିଲାଣି
ପାଲା କଥା ଭାଇ କାହିଁକି ପଚାର
କୀର୍ତ୍ତନ ଆଉ ଶୁଭୁନି।୨।
ତେଲିଙ୍ଗି ବାଇଦ ତୁରୀ କି ମହୁରୀ
ଦେଖିବାକୁ ତ ମିଳୁନି
ଢିଙ୍କି ହଜିଲାଣି ଅଦୂରରେ ବନ୍ଧୁ
ହେମଦସ୍ତା ଲୁଚିଲାଣି।୩।
କଟ କାଚ଼ ଖେଳ ପାପୁଲିରେ ନାହିଁ
ଟିପରେ ତ ମୋବାଇଲ
ତାର ବେତାରକୁ ପଚାରୁଛି କିଏ
ଚିଠି ପତ୍ର ତ ଦିଶୁନି।‌‌୪।

କାଏମା, ଧର୍ମଶାଳା, ଯାଜପୁର

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କବିତା ଦାଶ ଙ୍କ କବିତା ନିରିମାଖି ଝିଅ 

Sunil Chandra Nayak

ବିଜେପିର ମଣ୍ଡଳ ସ୍ଥରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!