ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ 

ନୂଆପଡା ଜ଼ିଲ୍ଲାର ସଂସ୍କୃତି ସମ୍ପର୍ଣ୍ଣ ସହର କୁହାଯାଉଥିବା ଖରିଆର ଅଂଚଳରେ ପ୍ରବଳ ମାତ୍ରା ରେ ଛୋଟ ଛୋଟ କୋଠି ଖୋଲି ପ୍ରଚୁର ମାତ୍ରା ରେ ମଦ ବିକ୍ରି ଚାଲିଛି । ଖରିଆର ବିଜ୍ଞାପିତ ଅଞ୍ଚଳରେ ଘରକୁ ଘର ବିଭିନ୍ନ ଗାଁର ବିଦ୍ୟାଳୟ, ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ରି ହୋଇଥିବା ଅଭିଯୋଗ ହେଉଛି । ଏନେଇ ଆଜି ଖୁଦପେଜ ଗାଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଗାଁ ରେ ଥିବା କୋଠି ଗୁଡିକୁ ଯାଇ ମଦବିକ୍ରି କରୁଥିବା ଲୋକଙ୍କୁ ଧରି ପୋଲିସ କୁ ଜିମାଦେଇଥିଲେ ଓ ମଦ ପାଉଚ ଜବତ କରିଥିଲେ। । ଏନେଇ ଖରିଆର ଥାନାରେ ଏକ ମାମଲା ରୁଜୁ ହେବାସହ ଗାଁ ର ଅଜତ ମାଝୀ କୁ ପୋଲିସ ଅଟକ ରଖିଛି । ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନେ ବିଭିନ୍ନ ଗାଁ ରେ ମଦ କୋଠିବନ୍ଦ ପାଇଁ ଖରିଆର ଅବକାରୀ ବିଭାଗ କୁ ଗୁହାରି କଲେ ମଧ୍ୟ ଅବକାରୀ ବିଭାଗ କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରନ୍ତି । ମହିଳା ମାନେ ତେଣୁ ଜ଼ିଲ୍ଲା ଅବକାରୀ ବିଭାଗ ସହ ଜ଼ିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ମହିଳା ମାନେ ଗୁହାରି କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତାରିଣୀ ଚରଣ ସାହୁ ଙ୍କ ପୁସ୍ତକ ପାବକ କନ୍ୟା ଓ ସରଳ ରାମାୟଣ ଲୋକାର୍ପିତ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ଷୋହଳ କଳା

Sunil Chandra Nayak

ନୂଆପଡା ଜିଲ୍ଲାରେ ପାଞ୍ଚ ଗୋଟି ବ୍ଲକ ପାଇଁ ପାଞ୍ଚ ଜଣ ବ୍ଲକ ଉପାଧକ୍ଷ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

Leave a Comment

error: Content is protected !!