ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ନ ଥିବାରୁ ଗର୍ଭବତୀ ମାଁଙ୍କୁ ଚଲାଗଲା ଏକ କିଲୋମିଟର ରାସ୍ତା 

ନୂଆପଡା: କାଦୁଅ ପଚ ପଚ, ହିଡ ରାସ୍ତାରେ କେମିତି ଜଣେ ଗର୍ଭବତୀ ମହିଳାଙ୍କୁ ଆଉ କିଛି ମହିଳା ହାତ ଧରି ଚଳାଇ ଆସୁଛନ୍ତି । ଝିପି ଝିପି ବର୍ଷା ହେଉଥିବାରୁ ଜଣେ ମୁଣ୍ଡ ଉପରେ ଛତା ଟେକି ଧରିଛି।କେତେବେଳେ ପାଦ ଖସିଗଲେ ଏହି ଗର୍ଭବତୀ ମାଁ ଜଣକଙ୍କ ଅବସ୍ଥା କଅଣ ହେବ ଅନୁଭବ କରନ୍ତୁ। ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଲାଞ୍ଜି ପଞ୍ଚାୟତ ର କେଲା ପଡା ଗ୍ରାମର , ଗାଁ ଠାରୁ ଏହି ପଡାର ଦୂରତା ଦୁଇ କିଲୋମିଟର । ଏହି ପଡ଼ାରେ ପାଞ୍ଚ ପରିବାର ବସ ବାସ କରନ୍ତି । ପଡାବାସୀଙ୍କ ମୁଖ୍ୟ ସମସ୍ୟା ହେଉଛି ରାସ୍ତା । ଏମାନେ ବର୍ଷସାରା ଏକ ଛୋଟ ହିଡ ରେ ଯିବା ଆସିବା କରନ୍ତି। ବାକି ଦିନ ଅପେକ୍ଷା ବର୍ଷା ଦିନରେ ନାହିଁ ନଥିବାର ଅବସ୍ଥା ଭୋଗ କରନ୍ତି ଗ୍ରାମବାସୀ । ବିଭିନ୍ନ କାମରେ ସାଇକେଲ କିମ୍ବା ପାଦରେ ଚାଲି ଚାଲି ଯିବାକୁ ପଡେ। ପଡାର କେହି ଯଦି ହଠାତ ରୋଗରେ ପଡି ଅସୁସ୍ଥ ହେଲେ କିମ୍ୱା ମହିଳାଙ୍କ ପ୍ରସବ ବେଦନା ହେଲେ ଏକ କିଲୋମିଟର ପାଲିକି ନହେଲେ ଦୋଳା ରେ ନେଲା ପରେ ଆମ୍ବୁଲାନ୍ସ କିମ୍ବା କୌଣସି ଯାନବାହନ ରେ ନେବାକୁ ପଡେ। ଏହି ପଡାର କ୍ଷମା ହାତୀଙ୍କ ସ୍ତ୍ରୀ ରଞ୍ଜ ହାତୀ ପ୍ରସବ ବେଦନା ପାଇଲା ପରେ ଆମ୍ବୁଲାନ୍ସ ପାଇଁ ଫୋନ କରାଯାଇଥିଲା। ଆମ୍ବୁଲାନ୍ସ ରାସ୍ତାରେ ରହିଗଲା ପରେ ରଞ୍ଜ ଙ୍କୁ ଖଟରେ ଦୋଳା କରି ଆଣିବାକୁ ଚେଷ୍ଟା କରିଥିଲେ କିନ୍ତୁ ବର୍ଷା ରେ ଚାରିଜଣ ଖଟିଆ ଧରି ଚାଲିବା ସମ୍ଭବ ନହେବାରୁ ତାଙ୍କୁ ଚଲାଇ ଚଲାଇ ଆଣିଥିଲେ। ରାସ୍ତା କୁ ଆଣି ଆମ୍ବୁଲାନ୍ସରେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପଡା କୁ ଯଥାଶୀଘ୍ର ରାସ୍ତା ଖଣ୍ଡେ ନିର୍ମାଣ ହେଲେ ଏପରି ସମସ୍ୟା ସୃଷ୍ଟି ହେବନାହିଁ ବୋଲି ପଡ଼ାବାସୀ କହନ୍ତି। ଏନେଇ ଲାଞ୍ଜି ସରପଞ୍ଚ ବୈଦେହୀ ମାଝୀଙ୍କୁ ପଚାରିବାରୁ କିଛି ଲୋକଙ୍କ ନିଜସ୍ଵ ପଟ୍ଟା ଜମି ଥିବାରୁ ରାସ୍ତା ନିର୍ମାଣ ହୋଇ ପାରୁନାହିଁ , ଯଦି ସେମାନେ ଜାଗା ଛାଡିବେ ତାହାହେଲେ ଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି l ବର୍ତ୍ତମାନ ଦେଖିବାକୁ ବାକି ରହିଲା ଉକ୍ତ କେଳା ପଡ଼ାକୁ କେବେ ତିଆରି ହେବ ରାସ୍ତା ଓ କେବେ ସୁଧୁରିବ ପଡ଼ା ବାସୀଙ୍କ ରାସ୍ତା ସମସ୍ୟା । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଦିବାସୀ ସଂଘର ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ

Sunil Chandra Nayak

ସନ୍ତୋଷ କୁମାର ସାହୁ ଙ୍କ କବିତା ଆସ ବୁଦ୍ଧ ବାରେ

ନର୍ଲା – ସାପ୍ତାହିକ ବଜାର ଦିନ ବିଜେଡ଼ିର ଜଳସେବା

Leave a Comment

error: Content is protected !!