ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ପୋୖର ନିର୍ବାଚନ ପ୍ରଚାର ମୈଦାନରେ ମନ୍ତ୍ରୀ ଦିବ୍ୟଶଙ୍କର

ଜୁନାଗଡ଼୧୭/୩(ନି.ପ୍ର) :ଜୁନାଗଡ଼ ପୋୖର ନିର୍ବାଚନ ପ୍ରଚାର ବେଶ ଜମିବାରେ ଲାଗିଛି। ବିଭିନ୍ନ ଦଳର ପ୍ରଚାରକୁ ଜୋରଦାର କରିଛନ୍ତି ପ୍ରାର୍ଥୀ ମନେ। ଏପଟେ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ମୈଦାନ କୁ ଓଲ୍ହାଇଛନ୍ତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କ ମିଶ୍ର।ଜୁନାଗଡ଼ ପୋୖରାଞ୍ଚଳର ବିଭନ୍ନ ୱାର୍ଡ ବୁଲି ପ୍ରତି ଘରବୁଲି ଲୋକଙ୍କ ନିକଟତର ହେବା ସହ ଭୋଟ ପ୍ରଚାର କରୁଛନ୍ତି।ଆଜି ପୋୖରାଞ୍ଚଳର ୭,୮, ୯,ଓ ୪ ନମ୍ବର ୱାର୍ଡ ବୁଲି ବିଜେଡିର ଅଧକ୍ଷ୍ୟ ପ୍ରାଥି ମହେଶ ସାହୁ ଏବଂ ୱାର୍ଡ ସଭ୍ୟ ନିରୂପମା ଚଲାନ ଟୁନି ଶବର , ଭୁପେନ୍ଦ୍ର ଦଣ୍ଡସେନା ଏବଂ ହିମାଦ୍ରୀ ସିନ୍ଦୁର ଙ୍କ ସପକ୍ଷରେ ଭୋଟ ପ୍ରଚାର କରିଥିଲେ। ଏହି ମାରାଥନ ପ୍ରଚାରରେ ନବୀନ ସରକାରଙ୍କ ନିର୍ମଳ ଭାବମୂର୍ତି, ବିକାଶ ଏବଂ ଦିର୍ନୀତି ମୁକ୍ତ ସରକାର ଯୋଗୁ ଆଜି ଓଡିଶା ପ୍ରତି କ୍ଷେତ୍ରରେ ଅଗ୍ରଗତି କରିପାରିଛି ବୋଲି ଏହି ପ୍ରଚାର ସଭାରେ ମତବ୍ୟକ୍ତ କରିଥିଲେ। ଜୁନାଗଡ଼ ସହରର ବିଜୁ ପଟ୍ଟନାୟକ ଷ୍ଟାଡିଅମ, ପ୍ରତେକ ସ।ହି ବସ୍ତିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶିକ୍ଷ୍ୟା ବିକାଶ ପାଇଁ ବିଭିନ୍ନ ପଦକ୍ଷେପ, ସ୍ୱାସ୍ଥ ରାସ୍ତାଘାଟର ଉନ୍ନତି, ମିସନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କ ଉନ୍ନତି କେବଳ ବିଜେଡି ସରକାର ଦ୍ୱାରା ସମ୍ଭବ ହୋଇପରିଛି ଆଗାମୀ ଦିନରେ ପ୍ରତି ୱାର୍ଡରେ ପିଡ଼ିଏସ ଚାଉଳ ବଣ୍ଟନ କରାଯିବ ଏବଂ ଜୁନାଗଡ଼କୁ ଏକ ମଡେଲ ସହର ଭାବେ ବିକଶିତ କରା ଯିବା।ଏଣୁ ବିଜୁ ଜନତା ଦଳର ପ୍ରାର୍ଥୀ ଙ୍କୁ ଭୋଟ ଦେବାପାଇଁ ପ୍ରତି ୱାର୍ଡରେ ଜନସାଧାରଣଙ୍କୁ ପ୍ରକାଶ କରି ନିବେଦନ କରିଥିଲେ। ଏହି ପ୍ରଚାର କାର୍ଯ୍ୟକ୍ରମରେ ପ୍ରାର୍ଥୀ ଦଳୀୟ କର୍ମକର୍ତା ଓ ସମର୍ଥକ ବହୁସଂଖ୍ୟାରେ ସାମିଲ ଥିଲେ। ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଜରି ଟଣା ଭଙ୍ଗା ଘରେ ଅସହାୟ ବିଧବା ବୃଦ୍ଧାଙ୍କ ଜୀବନ

Sunil Chandra Nayak

ତେରେସିଂହା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୨’ ଅନୁଷ୍ଠିତ

Sunil Chandra Nayak

ଶ୍ରୀମନ୍ଦିର ବାନା ପବନର ବିପରୀତ ଦିଗରେ କାହିଁକି ଉଡେ

Sunil Chandra Nayak

Leave a Comment

error: Content is protected !!