ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ଆମେତ ଭାଇ ପଇଶା ବାଲା

ଆମେତ ଭାଇ ପଇଶା ବାଲା

       

                    ନିରୁପମା ପାଣି 

ଆମେତ ଭାଇ ପଇଶା ବାଲା
ଆମକୁ ଡରେ ଉପର ବାଲା
ଆମ ହାତରେ ଦୁନିଆଁ ଚାଲେ
ଆମେ କରିପାରୁ କଳାକୁ ଧଳା
              ଆମେତ ଭାଇ ପଇଶା ବାଲା!!!
ଘରେ ବସଉ ଥଣ୍ଡା ମେସିନି
ଟଙ୍କା ଗଦିରେ ଶୋଉ
କିଣା ପବନେ ନିଶ୍ୱାସ ପୁଣି
ପିଠିରେ ବୋହି ନେଉ
           ଆମେତ ଭାଇ ପଇଶାବାଲା!!!
ଦୁନିଆ ଯାକର ରୋଗ ଆମର
ପଟିଏ ରୁଟି ଖାଉ
ତେଲ ମସଲା ଦେଖିଲେ ଆମେ
ସେଠାରୁ ଦୂରେଇ ରହୁ
       ଆମେତ ଭାଇ ପଇଶା ବାଲା!!!
ଘରଣୀ ପିନ୍ଧେ କେଜିଏ ସୁନା
ପାରେନା ଠିଆ ହୋଇ
କମରେ ବନ୍ଧା ବେଲ୍ଟ ତାର
ବସି ପାରେନା ଖାଇ
          ଆମେତ ଭାଇ ପଇଶା ବାଲା 
ପିଲା ପଢନ୍ତି ବଡ ଇସ୍କୁଲେ
ପାଠରେ କିନ୍ତୁ ଜିରୋ
ରେସିଡେଣ୍ଟାଲ ରେ
ପାଞ୍ଚ ଦଶ ଲକ୍ଷ ବର୍ଷକୁଦେଲେ
ପାଶ୍ ହେବେ ସିଓର୍
       ଆମେତ ଭାଇ ପଇଶା ବାଲା 
ଆବେ ପରଶୁ ଯାବେ ପରଶୁ
ବାବୁ ପରଶୁ ରାମ
ଏଇ ଦୁନିଆଁ ରେ ପଇଶା ନଥିଲେ
ହୁଏ ନାହିଁ ଜାଣ କାମ
            ଆମେତ ଭାଇ ପଇଶା ବାଲା
ଥାନା କଚେରୀ ଆମହାତରେ
ଦୁନିଆଁ ସାରା ଜାଣେ
ସବୁ ଭୁଉଲୁ ଆମର ମାଫ୍
କହୁଛି ମୁହିଁ ଟାଣେ
            ଆମେତ ଭାଇ ପଇଶାବାଲା!!!
       

   ଚାନ୍ଦବାଲି , ଭଦ୍ରକ୍

Related posts

ବିଶ୍ବ ପରିବେଶ ଦିବସ ଅବସରରେ ଖଣ୍ଡୁଆଳ ମାଳି ସୁରକ୍ଷା ନେଇ ଗର୍ଜିଲେ ଆଦିବାସୀ।

ସଦଭାବନା ସଭାଗୃହ ଠାରେ ସଦଭାବନା ଦିବସ ପାଳିତ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିନକର ଦରମା ଦାନ 

Sunil Chandra Nayak

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!