ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାକ୍ଟରକୁ ପଛ ପଟୁ ଧକ୍କା ଦେଲା ବାଇକ , ଜଣେ ମୃତ୍ୟୁ ଅନ୍ୟ ଜଣେ ଗୁରୁତର 

ରାଇଘର (ମ ନି ସ )୦୫:୦୯:୨୨- ନବରଙ୍ଗପୁର ଜିଲ୍ଲା ରାଇଘର -ଉମରକୋଟ ୪୦ ନମ୍ବର ରାଜ୍ୟ ରାଜପଥର ମୁଖ୍ୟ ରାସ୍ତା ଉପରେ ସୋମବାର ରାତି ପ୍ରାୟ ୯ଟା ସମୟରେ ଟ୍ରାକ୍ଟର ଓ ବାଇକ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି ରାଇଘର -ଉମରକୋଟ ମୁଖ୍ୟ ରାସ୍ତାର ମହୁଭଟ୍ଟା ପୋଲ ନିକଟରେ ରାଇଘର ଅଞ୍ଚଳରୁ ବେହେଡା ଯାଉଥିବା ନମ୍ବର୍ ବିହୀନ ଟ୍ରାକ୍ଟର କୁ ପଛ ପଟୁ ଏକ ବାଇକ ଗାଡି ନମ୍ବର ସିଜି୦୪ସିବି ୨୭୦୫ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି l ବାଇକ ଚାଳକ ରାଇଘର କାନାହାଣ୍ଡି ଗ୍ରାମର ଏତବଲ ଗଣ୍ଡଙ୍କ ପୁଅ ସୁବ୍ରତନ ଗଣ୍ଡ ନୁଆ ଖାଇ ସାରି ସାଙ୍ଗକୁ ମହୁଭଟ୍ଟା ଗ୍ରାମର ମୋନଜ୍ ଦେବାଙ୍ଗନ୍ ପୁଅ ନୀଳାମ୍ବର ଦେବାଙ୍ଗନ୍ ଛାଡିବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା l ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଓ ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଦୁଇଟି ଗାଡିକୁ ଜବତ କରିବା ସହ ଶବ ସହ ଆହାତ ବ୍ୟକ୍ତି କୁ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି l ଟ୍ରାକ୍ଟରଟି ବେହେଡା ଗ୍ରାମର ଜଣାପଡିଛି l

ରାଇଘର ରୁ  କିରଣ କୁମାର  ପଟ୍ଟନାୟକ ଙ୍କ ରିପୋର୍ଟ 

 

Related posts

କଳାହାଣ୍ଡି କୁଲତା ସମାଜର ଦ୍ୱିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ତୂଳସୀ

Sunil Chandra Nayak

ଶିକ୍ଷୟତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

Sunil Chandra Nayak

Leave a Comment

error: Content is protected !!