ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କରୋନା ସଚେତନତା ବାର୍ତ୍ତା ନେଇ ଯୁବ ସମାଜସେବୀ ଅଜୟ ବେହେରାଙ୍କ କଟକରୁ ଦିଲ୍ଲୀ ପଦଯାତ୍ରା; ରାଇରଙ୍ଗପୁରରେ ଉତ୍ସସ୍ବିତ ସମ୍ବର୍ଦ୍ଧନା

ମୟୂରଭଞ୍ଜ -୧୬/୦୭/୨୨ (ମସିହା) କଟକ ଜିଲ୍ଲା ନିଶ୍ଚିନ୍ତପୁର ଗ୍ରାମର ଦୁଃସାହସୀ ଯୁବ ସମାଜସେବୀ ଅଜୟ ବେହେରା (୪୦) ଗତ ଜୁଲାଇ ୬ ତାରିଖରୁ କଟକରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମପୀଠରୁ କରୋନା ସଚେତନତା ବାର୍ତ୍ତା ନେଇ ପଦଯାତ୍ରାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ଗୁରୁବାର ଦିନ ଅପରାହ୍ନ ୫ଘଟିକାରେ ରାଇରଙ୍ଗପୁର ପହଞ୍ଚି ଥିଲେ । ରାଇରଙ୍ଗପୁରର ସମାଜସେବୀ ଅରବିନ୍ଦ ବାଗାଡିଆ,ପ୍ରତ୍ୟୁଷ ପରିଡ଼ା,ରୂପକ ମହାନ୍ତି,ପୂର୍ଣେନ୍ଦୁ ମହାନ୍ତି, ଶୁଭେନ୍ଦୁ ମହାନ୍ତି,ରାଜେଶ ମହାନ୍ତି, ଦେବାଶିଷ ବେହେରା,ରଜତ ମହାନ୍ତି,ତପନ ମହାନ୍ତ, ଲମ୍ବୋଦର ମହାନ୍ତ,ଅମିତ ସାହୁ ଏବଂ ଅନ୍ୟମାନେ ତାଙ୍କର ଦୁଃସାହସିକ ପଦକ୍ଷେପ ଓ ସାମାଜିକ କାର୍ଯ୍ୟ ନେଇ ପ୍ରଶଂସା କରିବା ସହ ଶୁଭେଛା ଜଣାଇଥିଲେ । ସ୍ଥାନୀୟ ହରପାର୍ବତୀ ମଣ୍ଡପରେ ତାଙ୍କର ରହଣି,ଖାଦ୍ୟ,ଔଷଧ ଇତ୍ୟାଦି ଯୋଗାଇ ଦେଇଥିଲେ ।ଆଷାଢ଼ ସରିବାକୁ ବସୁଛି ।ଝିପିରି ଝିପିରି ବର୍ଷା ଓ ଆକାଶରେ ଘନଘନ ଘଡଘଡି ଓ ବିଜୁଳି କୁ ଖାତିର ନ କରି ଜୀବନକୁ ପାଣି ଛଡାଇ ଘରେ ସ୍ତ୍ରୀ ଓ ଦୁଇ ସନ୍ତାନକୁ ଛାଡି ସମାଜର ମଙ୍ଗଳ ପାଇଁ ପାଦ ବଢେଇଛନ୍ତି ଅଜୟ । ନାଁ ଯେମିତି ଅଜୟ କାମ ସେମିତି ଅଜୟ ।ତାଙ୍କର ଶିକ୍ଷାଗତ ଯୋଗ୍ୟତା ୬ ଷ୍ଠ ଶ୍ରେଣୀ ।ହେଲେ ତାଙ୍କର ସମାଜସେବା, ସାହସିକତା, ମାନବିକତା ନଭଶ୍ଚୁମ୍ଭୀ ।ସମାଜରେ ଭଲ ମଣିଷ ହେବାକୁ ହେଲେ କେବଳ ଯେ ଶିକ୍ଷାଗତ ଯୋଗ୍ୟତା ଏକ ମାପକାଠି ନୁହେଁ । ବିଶାଳ ହୃଦୟ,ଉନ୍ନତ ଚିନ୍ତାଧାରା,ମାନସିକତା,ମାନବିକତା ଥିବା ଦରକାର । ଅତି ଗରୀବ ଘରର ଯୁବକଟିଏ ହେଲେବି ହୃଦୟ ତାଙ୍କର ସମୁଦ୍ର ଓ ଆକାଶଠାରୁ ବଡ଼ ।ଅତିତରେ ୨୦୦୮ ମସିହାରେ କଟକର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟିକରୁ ମୁମ୍ବାଇ ଯାଇଥିଲେ ଏଡସ୍ ସଚେତନତା ବାର୍ତ୍ତା ନେଇ । ୨୦୦୮ ମସିହାରେ ରାଜ୍ୟ ପ୍ରଶାସନ ତରଫରୁ କିଛି ସାହଯୋଗ ମିଳି ନଥିଲା । ତେଣୁ ପ୍ରଶାସନ ଠାରେ ଏଥର ସେ ଆଣ୍ଠେଇ ନାହାନ୍ତି । ଜଗନ୍ନାଥ ମହାପ୍ରଭୁ, ତାଙ୍କର ଯୌଥ ପରିବାରର ଏବଂ ସମାଜର ହୃଦୟବାନ ଲୋକମାନେ ହିଁ ତାଙ୍କର ସାହା ଭରଷା । ଲୋକମାନେ ସରକାରଙ୍କ କଥା ମାନନ୍ତୁ, ଶୁଣନ୍ତୁ,କରୋନା ଟୀକା ନିଅନ୍ତୁ ଏବଂ ନିଜ ଧନ,ଜୀବନ,ପରିବାରର,ଜୀବନ ଓ ସମାଜର ଜୀବନ ରକ୍ଷାରେ ସହାୟକ ହୁଅନ୍ତୁ ଏହାହିଁ ତାଙ୍କର ବାର୍ତ୍ତା । ଶୁକ୍ରବାର ସକାଳ ୯ ଟା ସମୟରେ ରାଇରଙ୍ଗପୁର-ଟାନଗର ଯାଉଥିବା ବେଳେ ରାଇରଙ୍ଗପୁର ସହରର ମହୁଲଡିହାଠାରେ ଏନଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଙ୍କ ବାସ ଭବନ ପାଖରେ ଛିଡ଼ା ହୋଇ ଶ୍ରୀମତୀ ମୁର୍ମୁ ଙ୍କ ବିଜୟ ପାଇଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ । ରାଇରଙ୍ଗପୁର ଭଳି ଏକ ଛୋଟ ଉପାନ୍ତ ସହରରେ ଭାରତର ୧ ନମ୍ବର ନାଗରିକ ଦ୍ରୌପଦୀ ମୁର୍ମୁ ହେବେ ବୋଲି ସେ ବହୁ ଆନନ୍ଦିତ ଓ ଖୁସି ହୋଇଥିଲେ । ରାଇରଙ୍ଗପୁର ସହରବାସୀ ଭାଗ୍ୟବାନ ବୋଲି କହିଥିଲେ ।ଅଗଷ୍ଟ ୧୫ ରେ ସେ ଦିଲ୍ଲୀ ଇଣ୍ଡିଆ ଗେଟ ପାଖରେ ପହଞ୍ଚିବେ । ଭଗବାନ ଆଶୀର୍ବାଦ ଦେଲେ ଶ୍ରୀମତୀ ମୁର୍ମଙ୍କୁ ସାକ୍ଷାତ କରିବା ପାଇଁ ଚେଷ୍ଟା କରିବେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ ।

Related posts

ପୂଜାରିଗୁଡା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ‘କୃମି ନାଶକ’ ଦିବସ ଉଦଘାଟିତ

Sunil Chandra Nayak

କେସିଙ୍ଗା ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ୮୨ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ

Sunil Chandra Nayak

କୁମୁସି ଗୋଷ୍ଠୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ଢେଙ୍କାନାଳ ଜିଲ୍ଲା ୱେବମିଡିଆ ସାମ୍ବାଦିକ ସଂଘର ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!