ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଂଚୟତରାଜ ଉଚ୍ଚ ବିଦ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା 

କାମାକ୍ଷାନଗର(ମ.ନି.ସ)୧୩/୧୦_କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ର କର୍ମଚାରୀ ତଥା ଵିଜ୍ଞାନ ବିଭାଗର ସହାୟକ ଚନ୍ଦନ ରାଉତଙ୍କ ଅକାଳ ବିୟୋଗ ରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଏହି ଦିବଙ୍ଗତ ଆତ୍ମା ର ସଦଗତି ପାଇଁ ତାଙ୍କର ଫଟୋ ଚିତ୍ରରେ ପୁଷ୍ପ , ଧୂପ ପ୍ରଦାନ କରାଯାଇ ୨ ମିନିଟ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ସୂଚନା ଯୋଗ୍ୟ ଚଳିତ ମାସ ୫ ତାରିଖ ଦିନ ତାଙ୍କ ର ହୃଦ୍ ଘାତ ରେ ବିୟୋଗ ଘଟିଛି । ଉକ୍ତ ସଭାରେ ଛାତ୍ରଛାତ୍ରୀ , ଶିକ୍ଷକ , ପରିଚାଳନା କମିଟି ର ସଦସ୍ୟ ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଷଡଙ୍ଗୀ , କୈଳାଶ ଚନ୍ଦ୍ର ପୃଷ୍ଟି , କାମାକ୍ଷାନଗର ଓଷ୍ଟା ର ପୂର୍ବତନ ସଭାପତି ବିନୋଦ କୁମାର ସ୍ୱାଇଁ , ବର୍ତ୍ତମାନର ସଭାପତି ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରିୟବ୍ରତ ପଣ୍ଡା , ସମ୍ପାଦକ ପ୍ରଧାନ ଶିକ୍ଷକ ଗଜେନ୍ଦ୍ର କୁମାର ନାୟକ , ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ରନାଥ ପଣ୍ଡା ,ନାରାୟଣ ସାହୁ , ପରିଚାଳନା କମିଟି ର ସଦସ୍ୟ ସାରଙ୍ଗଧର ରାଉତ , ନିହାର ରାଉତ , ସୁରେଶ କୁମାର ବ୍ରହ୍ମ , ଶିକ୍ଷକ ସୁରେଶ କୁମାର ବିଶ୍ବାଳ , ଧ୍ରୁବ ଚରଣ ସୁନ୍ଦରାୟ ପ୍ରମୁଖ ଚନ୍ଦନ ରାଉତ ଙ୍କ ସ୍ମୃତି ଚରାଣ କରିଥିଲେ । ଚନ୍ଦନ ଙ୍କର କାର୍ଯ୍ୟଧାରା , ସଚୋଟ ପଣିଆ , ନିଷ୍ଠାପର ସେବା ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ ବୋଲି ପ୍ରଧାନ ଶିକ୍ଷକ ମତ ପ୍ରକାଶ କରିଥିଲେ । ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶିକ୍ଷକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଚନ୍ଦ୍ରମଣି ଲେଙ୍କା , ରୁଦ୍ରନାରାୟଣ ପରିଡା , ବସନ୍ତ କୁମାର ସାହୁ , ସମରେନ୍ଦ୍ର ନାୟକ ,ନିର୍ମଳ କୁମାର ମହାନ୍ତି , ଚିତ୍ତରଞ୍ଜନ ବିଶ୍ୱାଳ , ସୌଭାଗ୍ୟ କୁମାର ସାହୁ , ଅମିତ କୁମାର ନାୟକ , ଆକାଶ ରାଉତ , ଶିକ୍ଷୟିତ୍ରୀ କବିତା ରାଉତ , ପ୍ରଭାତୀ ସାହୁ , ମନସ୍ୱିନୀ ଶତପଥୀ , ଗୀତା ମହାପାତ୍ର , ଜ୍ୟୋତିର୍ମୟୀ ସାହୁ , ରୋଜାଲିନ ପତି , ଜୟସ୍ମିତା ରାଉତ , ଶିକ୍ଷା କର୍ମଚାରୀ ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ, ପ୍ରଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

କାମାକ୍ଷନଗରର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ପ୍ରଧାନ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ଚିନ୍ମୟୀ ସାହୁ ଙ୍କ କବିତା ବିଘ୍ନହର ବିଘ୍ନରାଜ

Sunil Chandra Nayak

ପୁରପଲ୍ଲୀରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!