ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ଆଜି ରାତ୍ର ୧୦ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଭୋଟ ଗଣନା

କଳାହାଣ୍ଡି ଜିଲ୍ଲାର ଜିଲ୍ଳାପରିଷଦ ୨-ନମ୍ବର ଜୋନରେ ରାତ୍ର ୧୦ ଘଣ୍ଟା ସୁଦ୍ଧା ମିଳିଥିବା ସୂଚନାରୁ ଅନୁସାରେ ଭବାନୀପାଟଣା ୨- ଜୋନରେ ବିଜେଡି ପ୍ରାର୍ଥୀ ଦୟାନିଧି ନାଏକ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀ ଭବସିନ୍ଧୁ ମଙ୍ଗରାଜ ପଛରେ ଅଛନ୍ତି। ଧର୍ମଗଡ ଜିଲ୍ଳାପରିଷଦ ବିଜେଡି ପ୍ରାର୍ଥୀ ଶଙ୍କର ପ୍ରସାଦ ଯୁଇଡ ଆଗରେ ଅଛନ୍ତି, ପଛକୁ ବିଜେପି ପ୍ରାର୍ଥୀ ମୁଙ୍ଗଳି କୁମାର ଦାସ ପଛରେ ଅଛନ୍ତି, ଗୋଲାମୁଣ୍ତା ବ୍ଳକରେ ବିଜେଡି ପ୍ରାର୍ଥୀନୀ ସରିତା ମାଝୀ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀନୀ ଶ୍ରଧାଞ୍ଜଳି ମାଝୀ ପଛରେ ରହିଛନ୍ତି। ଜୟପାଟଣା ବ୍ଳକର ୨- ଜୋନରେ ବିଜେଡି ପ୍ରାର୍ଥ ଦେବ ପୁଝାରୀ ଆଗରେ ଅଛନ୍ତି, ବିଜେପି ପ୍ରାର୍ଥୀ ବିଷ୍ଣୁ ମାଝୀ, ପଛରେ ଅଛନ୍ତି।ଜୁନାଗଡ ବ୍ଳକରେ ବିଜେଡି ପ୍ରାର୍ଥୀନୀ ଶାମୁକା ରାଣୀ ଆଗରେ ଥିବାବେଳେ ପଛରେ ଅଛନ୍ତି ବିଜେପି ପ୍ରାର୍ଥୀନୀ ଉମାରାଣୀ ସିଂହ, କଲମପୁର ବ୍ଳକର ୨-ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନୀ ନିବେଦିତା ହଂସ ଆଗରେ ଥିବାବେଳେ ବିଜେପି ପ୍ରାର୍ଥୀନୀ ମମତା ଗୋପାଳ ପଛରେ ଅଛନ୍ତି। କର୍ଲାମୁଣ୍ତା ବ୍ଳକରେ କଂଗ୍ରେସ ପ୍ରାର୍ଥ ସୁରେଶ ଚୌଧୁରୀ ଆଗରେ ଅଛନ୍ତି, ପଛରେ ରହିଛନ୍ତି ବିଜେପି ପ୍ରାର୍ଥୀନୀ ଜୟନ୍ତୀ ସାହୁ, କେସିଙ୍ଗା ଜିଲ୍ଳାପରିଷଦ ୨- ନମ୍ବରରେ ଜୋନରେ ବିଜେଡ଼ି ପ୍ରାର୍ଥୀ ନରୋତ୍ତମ ଭାଟି ଆଗରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀନୀ ଜ୍ଯୋତ୍ସାମୟୀ ବର୍ଗତି ପଛରେ ରହିଛନ୍ତି, କୋକସରା ଜିଲ୍ଳାପରିଷଦ ୨- ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ତ୍ରିନାଥ ବାଗ ଆଗରେ ରହିଥିବା ବେଳେ ପଛରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜନାର୍ଦ୍ଦନ ପଣ୍ତା, ଲାଞ୍ଜିଗଡ ବ୍ଳକରେ କଂଗ୍ରେସ ପ୍ରାର୍ଥୀ ବିଜୟ ନାଏକ ଆଗରେ ଥିବାବେଳେ ବିଜେଡି ପ୍ରାର୍ଥୀ ପରିକ୍ଷୀତ ନାଏକ ପଛରେ ରହିଛନ୍ତି। ମ.ରାମପୁର ବ୍ଳକର ୨- ଜୋନରେ ବିଜେଡି ପ୍ରାର୍ଥୀନୀ ମଞ୍ଜୁଲତା ଧରୁଆ ଆଗରେ ରହିଥିବା ବେଳେ ବିଜେପି ପ୍ରାର୍ଥୀନୀ ସବିତା ମାଝୀ ପଛରେ ରହିଥିଲେ। ନର୍ଲାବ୍ଳକରେ ୨- ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ହରିଶଙ୍କର ମାଝୀ ଆଗୁଆ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ରୋଷନ କୁମାର ମାଝୀ ପଛରେ ରହିଛନ୍ତି। ସେପରି ଥୁଆମୂଳ ରାମପୁର ବ୍ଳକରେ ୨- ନମ୍ବର ଜୋନରେ ବିଜେଡି ପ୍ରାର୍ଥୀନୀ ଟୁନି ଖୋସ୍ଳା ଆଗରେ ରହିଥିବାବେଳେ କଂଗ୍ରେସ ପ୍ରାର୍ଥୀନୀ ସୁରଭି ନାଏକ ପଛରେ ପଡିଛନ୍ତି। ମ ନି ସ

Related posts

ଜାମଦା ଓ ବେଲପୋଷି ଗ୍ରାମରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

ରାଇରଙ୍ଗପୁର ଆଦିବାସୀ ଭବନ,ଇଚିଣ୍ଡା ପରିସରରେ ହୋଭାଷା ଲିପି ସ୍ରଷ୍ଟା ଗୁରୁ ଲାକୋ ବଦରାଙ୍କ ୧୦୩ ତମ ଜୟନ୍ତୀ ପାଳିତ 

Sunil Chandra Nayak

କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଏଏସପି ଙ୍କ ଆକ୍ରମଣ ଘଟଣା

Sunil Chandra Nayak

Leave a Comment

error: Content is protected !!