ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଡୁ ଖୁଡି ଖେଳ ରେ ଚଢାଉ ଦୁଇ ଗିରଫ

ଚନ୍ଦାହାଣ୍ଡି- ୧୩/୧୦ (ମ ନି ସ )- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଂଚାୟତ ରେ ଗଜଲକ୍ଷ୍ମୀ ପୂଜା ରେ ଚାଲିଥିବା ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ଘୁମୁରା ପ୍ରତି ଯୋଗିତା ଚାଲୁ ଥିବା ସମୟ ରେ ବେଆଇନ୍ ଭାବରେ ଚଳାଇ ଥିବା ଖୁଡୁ ଖୁଡି ଖେଳ ଉପରେ ଚଢାଉ କରି ଧୋଡିପାଣି ପଂଚାୟତ ଅଧିନ ଦଣ୍ଡାମୁଣ୍ଡା ଗ୍ରାମ ର ଦୁଇ ଜଣ ଜୁଆଡି କୁ ଗିରଫ କରି ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଗିରଫ୍ ଅଭିଯୁକ୍ତ ମାନେ ହେଲେ ହ୍ରୁଷିକେଷ ମହାନ୍ତି, ଏବଂ ବୀରବର ପଟ୍ଟନାୟକ । ଏମାନଙ୍କ ଠାରୁ ଖୁଡୁ ଖୁଡି ଗୋଟି, ପଟି ବାଇଁସ ତାଟିଆ ଏବଂ କିଛି ଟଙ୍କା ଜବତ କରା ଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି । ଚନ୍ଦାହାଣ୍ଡି କେସ ନଂ ୧୨୦/୨୨ ନୁସାରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସ୍ ଆଇ ଶିବ ପ୍ରସାଦ ମହାନ୍ତି ଙ୍କୁ ଦିଆ ଯାଇଥିବା ସୂଚନା ଦେଇଛନ୍ତି । ଚନ୍ଦାହାଣ୍ଡି ଅଂଚଳ ରେ ପୋଲିସ ଜୁଆଡି ମାନଙ୍କ ଉପରେ ବାରମ୍ବାର ଚଢାଉ କରି ଗିରଫ୍ କରାଯାଉ ଥିବା କହି ଡିଣ୍ଡିମ ପିଟୁଥିବା ବେଳେ ଏଠାରେ ଖୁଡୁ ଖୁଡି ପରି ଅସମାଜିକ କାର୍ଯ୍ୟ ବେଧଢକ ଭାବରେ ଚାଲିଛି କିପରି ବୋଲି ଜନସାଧାରଣ ରେ ଚର୍ଚ୍ଚା ଯୋର ଧରିଛି । ଏ ଦିଗରେ ଜିଲ୍ଲା ଆରଖି ଅଧିକ୍ଷକ ଏକ ସ୍ୱତନ୍ତ୍ର ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଳରେ ଦାବୀ ହୋଇଛି ।ପୋଲିସ ସୂତ୍ରନୁସାରେ ଗତ ବୁଧବାର ଦିନ ରାତିରେ ପାଟଖଲିଆ ଠାରେ ଚାଲିଥିବା ଗଜଲକ୍ଷ୍ମୀ ପୁଜା ର ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ଘୁମୁରା ପ୍ରତିଯୋଗିତା ରେ ବେଧଢକ ଭାବରେ ଗ୍ରାମର କିଛି ଲୋକ ଙ୍କୁ ହାତ କରି ଜୁଆଡି ମାନେ ଖୁଡୁ ଖୁଡି ଖେଳ ଚଲାଇ ଥିଲେ । କୌଣଷି ସୂତ୍ର ରୁ ଖବର ପାଇ ଚନ୍ଦାହାଣ୍ଡି ଥାନା ପେଟ୍ରୋଲିଙ୍ଗ ଦାୟିତ୍ୱ ରେ ଥିବା ଏସ ଆଇ ଶିବ ପ୍ରସାଦ ମହାନ୍ତି ସଦଳବଳେ ସେଠାରେ ଚଢଉ କରି ଖୁଡୁ ଖୁଡି ସାମଗ୍ରି ଜବତ କରିବା ସହ ଦୁଇଜଣ ଜୁଆଡି କୁ ଗିରଫ୍ କରି ଚନ୍ଦାହାଣ୍ଡି ଥାନା କୁ ଆଣି ଥିଲେ । ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରା ଗଲା ନା ନୋଟିସ ଦିଆ ଗଲା ସେ ସମ୍ପର୍କ ରେ ପୋଲିସ କୌଣସି ସୂଚନା ଦେଇ ନାହି । ଜିଲ୍ଲା ଆରଖି ଅଧିକ୍ଷକ ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରା ଯାଇଛି । ସେହିପରି ଅନକାବେଡ଼ା ଗ୍ରାମରେ ମଧ୍ୟ ଯୋର ସୋର ରେ ଖୁଡ ଖୁଡି ଚାଲିଥିବା ବିଶେଷ ସୂତ୍ରରୁ ଜଣାପଡିଛି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୨୭ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା ଅକ୍ଷୟ ତୃତୀୟା

ଧର୍ମଗଡ ବ୍ଲକ ପ୍ରଥମିକ ଶିକ୍ଷକ ସଂଘ : ନବ ନିର୍ବାଚିତ ସଦସ୍ୟ ଙ୍କ ଶପଥ ପାଠ ଉତ୍ସବ

Sunil Chandra Nayak

Leave a Comment

error: Content is protected !!