Uncategorizedକୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ସଂଗ୍ରାମ ରଖ ଜାରି ।। by Sunil Chandra NayakDecember 13, 2022076 Share0 ।। ସଂଗ୍ରାମ ରଖ ଜାରି ।। କୈଳାସ ଚ଼ନ୍ଦ୍ର ପାଢ଼ୀ ଦୁର୍ଗମ ସେଇ ବସ୍ତିରେ ଏକ ଜୀର୍ଣ୍ଣ-କୁଟୀର ଦ୍ବାରେ, ଶୀର୍ଣ୍ଣକାୟା ସେ ତରୁଣୀ ଟି ଉଭା ଅଶ୍ରୁଳ ନୟନରେ । ପଳିତ ପତ୍ର ପରି ସମାଜ-ଶାଣିତ ଖଡ଼୍ଗେ ଲୁଚି଼ଛି ତନୁ-ବଲ୍ଲରୀ ଶିରୀ ।। ଛଳ ଛଳ ତାର ନୟନ-ଯୁଗଳେ ଅୟୂତ ଯୁଗର ବ୍ୟଥା, ସୂଚାଇ ଦେଉଛି ଭଦ୍ରତାର ଏ କପଟାଚ଼ାରର-ଗାଥା । ଭୟ ଶଙ୍କିତ ଡୋଳେ ଚା଼ହିଁଲା ଭୀରୁ ସେ ଜିଜ୍ଞାସା ରଖି ଗୁପ୍ତ ତା ମନତଳେ ।। କାହିଁକି କେଜାଣି ଟାଣିହୋଇଗଲା ପାଦ ମୋର ପାଶେତାର, କହିଲି ଭଗିନୀ କାନ୍ଦୁଛ କିଆଁ କିଅବା ଦୁଃଖ ତୋର ? କହିଲା ଅବଳା କାନ୍ଦି ଦୁଃଖ ତାହାର ଆଜିର ସମାଜ ଜୀବନେ ଦେଇଛି ଛନ୍ଦି। ସୁପ୍ତ-ସିଂହର ଲୁପ୍ତ-ଚ଼େତନା ଜାଗ୍ରତ ହେଲା ଧିରେ, ତଥାପି ନୀରବ ବୀର ଫାଲ୍ଗୁନି ଏ କୁରୁ ସଭାର ତଳେ ପାପ-ଅନ୍ଧାର ଖେଳେ ପୂଣ୍ୟ ର ପ୍ରଭା ଲୁଚି ଯାଇଅଛି ଅଦୃଷ୍ଟ ଅନ୍ତରାଳେ ।। ଧର୍ମର ସଂଜ୍ଞା ବଦଳି ଯାଇଛି ଆଜି ଏ ଧରଣୀ ପରେ ମନ୍ଦିର ଆଉ ମସ୍ ଜିଦ୍ର ରେ ରକ୍ତ ଲହରୀ ଖେଳେ ଅଧର୍ମୀର ଅଟ୍ଟହାସ୍ୟ ଫିକା ପଡ଼ିଯାଏ ଧର୍ମବନ୍ତର ଶାନ୍ତ କୋମଳ ଆସ୍ୟ।। ମାନବିକତାର ମୃତ୍ୟୁ ଘଟିଛି ପାଶବିକତାର-କ୍ରୋଧେ, ହାରିଯାଇଛି ବିବେକ ଯେ ଆଜି ଅବିବେକିତାର-ଯୁଦ୍ଧେ ସତ୍ୟ ଯେ କାରାରୁଦ୍ଧ ପ୍ରେମର-କବିତା ବୁଝିହୁଏ ନାହିଁ ସେତ ଆଜି ଅବବୋଧ୍ୟ।। ଶିରେ କରରଖି କହିଲି ଭଗିନୀ ଦେଖ ଏ ଆକାଶବୁକେ, ଧର୍ମର ସେଇ ଅଖଣ୍ଡ ଦୀପ ଜଳୁଅଛି କେଉଁ ଲକ୍ଷେ ସଂଗ୍ରାମ ରଖ ଜାରି ଧର୍ମରଜୟ ହୋଇଛି ହୋଇବ ପାପ ଯିବ ଅପସରି ।। କୁମାର ପୁର। ଅନନ୍ତ ପୁର। ବାସୁଦେବପୁର।ଭଦ୍ରକ।