ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଆଡ଼ପ ବିଜେ

ଆଡ଼ପ ବିଜେ

ପ୍ରଶାନ୍ତ କୁମାର ନାଥ

 

ଖିରି ସରପୋଳି ଷାଠିଏ ପଉଟି

    ନରୁଚିଲା ତୁମ ତୁଣ୍ଡେ

ପୋଡ଼ ପିଠା ପାଇଁ ମାଉସୀ ଘରକୁ

     ଆସିଲ ହେ ବଡ଼ ଦାଣ୍ଡେ।

 

ନନ୍ଦିଘୋଷ ଚଢି ଗହଳି ଲଗାଇ

    ଆସିଲ ମାଉସୀ ଘର

ରତ୍ନସିଂହାସନ ଲକ୍ଷ୍ମୀ ଠାକୁରାଣୀ

     ଶ୍ରୀମନ୍ଦିର କରି ପର। 

 

ଶରଧା ବାଲିରେ ଭକତଙ୍କୁ ପ୍ରଭୁ

    ଶରଧାରେ ଦେଲ ଦେଖା

ଗୁଣ୍ଡିଚା ମନ୍ଦିର ଵିଜେ କରିବାକୁ

     ଆଡ଼ପ ମଣ୍ଡପ ଯୋଖା। 

 

ଗୋଟି ପହଣ୍ଡିରେ ବିଜେ କରିଲ ହେ

    ଭାଇ ଭଉଣୀଙ୍କ ସଙ୍ଗେ

ବଡ଼ ଦାଣ୍ଡେ ଭକ୍ତ ଭାଵଵିହୋଳରେ

     ନାଚକରେ କେତେ ରଙ୍ଗେ। 

 

ଜନ୍ମଵେଦୀ ପାଇ କାଳିଆ ଠାକୁର

    ହେଉଛ ଆତ୍ମ ବିଭୋର

ବରଷକେ ଥରେ ଗୁଣ୍ଡିଚା ମନ୍ଦିରେ

     ଶୋଭିତ ରଙ୍ଗ ଅଧର। 

 

ପଥରେ ହରିଲ ଭକତଙ୍କ ଦୁଃଖ

      ଦରଶନ ଦେଇ ଦାଣ୍ଡେ

ଗୁଣ୍ଡିଚାର ଦୁଃଖ ହରିବ ଏଥର

     ପୋଡପିଠା ଦେଇ ତୁଣ୍ଡେ। 

 

ତୁମେ ମହାପ୍ରଭୁ ଓଡ଼ିଆଙ୍କ ପ୍ରାଣ

    ଗୁଣ୍ଡିଚା ମାଆ ର ଧନ

ଏ ସାରା ବ୍ରହ୍ମାଣ୍ଡ ମନ ମୋହୁଅଛ

    ଆହେ ମଦନ ମୋହନ। 

 

କୋଟି ଓଡିଆଙ୍କ ମଉଡ ମଣି ହେ

    ତ୍ରିଭୂଵନ ଅଧିପତି

ପତିତପାବନ ଵାନା ଉଡାଉଛ

     ପୁରୀ ଧାମେ ରଖି ମତି।।

ପ୍ରଶାନ୍ତ କୁମାର ନାଥ

 ଜୁଣଗଡି , ରାଜନଗର ,କେନ୍ଦ୍ରାପଡ଼ା

Related posts

ଛାଇ

Sunil Chandra Nayak

ବୀଣାପାଣି କନ୍ଦପାନ ଭଇଁରିଗୁଡା ପଞ୍ଚାୟତ ସରପଞ୍ଚ ନିର୍ବାଚିତ

Sunil Chandra Nayak

ମୁଣ୍ଡାଗୁଡା ରୁ ମଙ୍ଗର ଦୋରା ରାସ୍ତା ମରାମତି ପାଇଁ ପାଡେ ପଦର ସରପଞ୍ଚ ଙ୍କ ବି ଡି ଓ ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!