ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ବନଖଣ୍ଡ ପକ୍ଷରୁ ଚାରା ବିତରଣ କେନ୍ଦ୍ରର ଶୁଭାରମ୍ଭ

ରାଉରକେଲା, ୦୩/୦୭ : ରାଉରକେଲା ବନଖଣ୍ଡ ପକ୍ଷରୁ ୭୩ତମ ବନମହୋତ୍ସବ ପାଳନ ଅବସରରେ ଚାରା ବିତରଣ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ରାଉରକେଲା ଆରସିସିଏଫ ଡଃ ଅରୁଣ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶ୍ରା ଛକଠାରେ ଖୋଲା ଯାଇଥିବା ଚାରା ବିତରଣ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ କହିଲେ ଯେ, ଅଧିକରୁ ଅଧିକ ବୃକ୍ଷ ରୋପଣ ପାଇଁ ପ୍ରାୟ ୧୦ ଲକ୍ଷ ଚାରା ପ୍ରସ୍ତୁତ କରାଯାଇଛି । ରାଉରକେଲାକୁ ସବୁଜ ସୁନ୍ଦର କରିବା ପାଇଁ ସହରବାସୀ ଆଗେଇ ଆସିବା ସହ ଗଛଟିଏ ଲଗାଇବାକୁ ଡଃ ମିଶ୍ର ଆହ୍ୱାନ କରିଛନ୍ତି ।

 ଏହି ଅବସରରେ ରାଉରକେଲା ଡିଏଫଓ ଯଶବନ୍ତ ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସ୍ଥାନୀୟ ବିଶ୍ରା ଛକ ସମେତ ରାଉରକେଲା ବନଖଣ୍ଡରେ ୨୧ଗୋଟି ଚାରା ବିତରଣ କେନ୍ଦ୍ର ଆରମ୍ଭ କରାଯାଇଛି । ଏତଦ୍‌ବ୍ୟତୀତ ୬ଟି ଭ୍ରାମ୍ୟମାଣ ଗାଡି ଦ୍ୱାରା ମଧ୍ୟ ଗାଁ ଗାଁ ବୁଲି ଚାରା ବିତରଣ କରାଯିବ । ପ୍ରାୟ ଦୁଇ ମାସ ଧରି ଲୋକଙ୍କୁ ବିଭିନ୍ନ କିସମର ଚାରା ଯୋଗାଇ ଦିଆଯିବ । ଚାରା ବ ନ ସହ ବନମହୋତ୍ସବ ମଧ୍ୟ ପାଳନ କରାଯାଉଛି । ଏ ଦିଗରେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉଭୟ ଅତିଥି ଉପସ୍ଥିତ ପ୍ରକୃତିପ୍ରେମୀ ବ୍ୟକ୍ତିବିଶେଷଙ୍କୁ ଚାରା ବ ନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ବନ ବିଭାଗର ରେଞ୍ଜର ରାଜେଶ ରଜକ, ଫରେଷ୍ଟର ହରିଶ ଚନ୍ଦ୍ର ଜେନା, ଫରେଷ୍ଟ ଗାର୍ଡ ରଜତ କୁମାର ମହାନ୍ତିଙ୍କ ସମେତ ଅନ୍ୟ ଷ୍ଟାଫ, ସାମାଜିକ ଅନୁଷ୍ଠାନର କର୍ମକ ର୍ା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ କୁଶୁଲାପୁଞ୍ଜା ପ୍ରତିଭା ସମ୍ମାନ 

Sunil Chandra Nayak

ବବି ଜୈନ୍ ଙ୍କ କବିତା କଳ୍ପନା

Sunil Chandra Nayak

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!