ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ବେଦକର ଙ୍କ 131 ତମ ଜନ୍ମଜୟନ୍ତିରେ ସମାଜସେବୀ ଡ଼ଃ ବିବେକାନନ୍ଦ ମହାନନ୍ଦ ଆମ୍ବେଦକର ଫୁଲେ ପାଠଶାଳା କୁ 20,000 ଟଙ୍କା ଦେଇ ସାହାଯ୍ୟର ହାତ ବଢ଼ାଇଛନ୍ତି

ବେହେରା -:    ବେହେରା ଠାରେ ଫୁଲେ ଆମ୍ବେଦକର ପାଠଶାଳା ର ପ୍ରତିଷ୍ଠାତା ଯଶୋବନ୍ତ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ବାବାସାହେବ ଆମ୍ବେଦକରଙ୍କ 131 ତମ ଜନ୍ମଜୟନ୍ତୀ ପାଳନ ହୋଇଯାଇଛି l ଏହି ଅବସରରେ ପାଠଶାଳା ର ଛାତ୍ରଛାତ୍ରୀ ମାନେ ଆମ୍ବେଦକର ଙ୍କ ଜୀବନୀ ଉପରେ ବକୃତା, ସଂଗୀତ, ନୃତ୍ୟ ପ୍ରତିଯୋଗିତା ରେ ଭାଗ ନେଇ ଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଡ଼ଃ ବିବେକାନନ୍ଦ ମହାନନ୍ଦ, ମୁଖ୍ୟବକ୍ତା ନିର୍ମଳ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ବିରଞ୍ଚି ଖମାରୀ, ବିଷ୍ଣୁ ମହାନନ୍ଦ, ଢଗ ମାଳିଆ ନାଏକ, ପ୍ରଧାନୀ ବାଗ,ଅସେଶ୍ୱର ଦୁର୍ଗା ପ୍ରମୁଖ ଯୋଗଦେଇଥିଲେ l ସମସ୍ତ ଛାତ୍ରଛାତ୍ରୀଙ୍କୁ କିଭଳି ଭଲ ଶିକ୍ଷା ମିଳିବ, ସମସ୍ତେ ପାଠପଢି ଶିକ୍ଷିତ ହେବେ ସେହି ବିଷୟରେ ଡ଼ଃ ବିବେକାନନ୍ଦ ମହାନନ୍ଦ ନିଜ ବକ୍ତବ୍ୟ ରଖିଥିଲେ l ବେହେରା ଗ୍ରାମରେ ଥିବା ଫୁଲେ ଆମ୍ବେଦକର ପାଠଶାଳାର ବିକାଶ ପାଇଁ 20,000 ଟଙ୍କା ସାହାଯ୍ୟର ହାତ ବଢ଼ାଇ ମହତ କାମ କରିଛନ୍ତି l ତାଙ୍କର ଏଭଳି ସମାଜସେବା ପାଇଁ ଦଣ୍ଡପାଟ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି l ଆମ୍ବେଦକର ଜୟନ୍ତୀରେ ଆଖଣ୍ଡଳମଣି ଭରତିଆ ପରିଚାଳନା କରିଥିବା ବେଳେ ତ୍ରିବିକ୍ରମ ନାଏକ, ଦୀପକ ନାଗ, ହିମାଂଶୁ ପୂଝାରୀ ପ୍ରମୁଖ ଉପସ୍ଥିତ ରହି ଆମ୍ବେଦକର ଜୟନ୍ତୀ ପାଳନ କରିଥିଲେ l ବେହେରା ରୁ କାମେଶ ନାଗ ଙ୍କ ରିପୋର୍ଟ ।

Related posts

ନୂଆପଡା ଜିଲା ର ଗର୍ବ ଓ ଗୌରବ, ଜିଲ୍ଲାର ପ୍ରଥମ କମ ବୟସ୍କ ଛାତ୍ରୀ ଅର୍ଚ୍ଚନା ତିୱାରୀ ଗଣିତ ବିଭାଗରେ ପିଏଚଡି ଲାଭ

Sunil Chandra Nayak

ସାମ୍ବାଦିକମାନଙ୍କୁ ଆକ୍ରମଣର ସୁରକ୍ଷା ସହିତ ସ୍ୱତନ୍ତ୍ର ଆଇନ ପ୍ରଣୟନ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ଗୋଳାମୁଣ୍ଡାଓ କେଗାଁ ଥାନାରେ ଜନକଲ୍ୟାଣ ସଙ୍ଘର ଦାବିପତ୍ର ପ୍ରଦାନ

Sunil Chandra Nayak

ରାମକୃଷ୍ଣ ହାଇସ୍କୁଲ ରେ ଜାତୀୟ କ୍ରୀଡା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!