ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଇନିଙ୍ଗ କିଡ୍ସ ୱାର୍ଲଡ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜୁନାଗଡ଼, ୧୭//୪ (ମ ନି ସ ) ଜୁନାଗଡ଼ ସହର ସ୍ଥିତ ସାଇନିଙ୍ଗ କିଡ୍ସ ୱାର୍ଲଡ ଇଂଲିଶ ମିଡ଼ିଅମ ସ୍କୁଲ ର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି l ଏହି ଅବସର ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଷ୍ଟାର୍ଟେଜି ପ୍ଳାଜିଙ୍ଗ ଗୋଏଲ ଫାଉଣ୍ଡେସନ ଅଫ ଇଣ୍ଡିଆ ର ଉପସଭାପତି ଶ୍ରୀ ଦେବବ୍ରତ ମିଶ୍ର ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜୁନାଗଡ଼ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ର ସି.ଆର.ସି.ସି. ଶ୍ରୀ ଗୋଦାବରୀଶ ପଣ୍ଡା ଯୋଗଦାନ କରିଥିଲେ l ସମ୍ମନିତ ଅତିଥି ଭାବେ ସ୍କୁଲ ର ସଂସ୍ଥାପକ ଶ୍ରୀ ବେଦ ପ୍ରକାଶ ଗୋଏଲ, ସ୍କୁଲ ପରିଚାଳକ ଇଂ ପ୍ରବୀର ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ସ୍କୁଲ ର ଅଧ୍ୟକ୍ଷ ଶ୍ରୀ ସୁଶାନ୍ତ ଦଣ୍ଡସେନା ସଭାପତିତ୍ୱ କରଥିଲେ l ଆଗାମୀ ଦିନ ରେ ବିଦ୍ୟାଳୟ ରେ ଶିକ୍ଷା ର ମାନ ଆହୁରି ବୃଦ୍ଧି କରିବା ସହ ଡିଜିଟାଳାଇଜେସନ, ଖେଳ, ଆକଟିଭିଟି ମାଧ୍ୟମ ରେ ଶିକ୍ଷା ଦାନ ବୃଦ୍ଧି କରାଯିବ ବୋଲି ବିଦ୍ୟାଳୟ ପରିଚାଳକ ଇଂ. ପ୍ରବୀର ଗୋଏଲ ପ୍ରକାଶ କରିଥିଲେ l ଇଂଲିଶ, ସାଇନ୍ସ, ଜେନେରାଲ ନଲେଜ ଟେଷ୍ଟ ରେ ସ୍ଵର୍ଣ ପଦକ ପାଇଥିବା ସ୍ୱୟମ ଶିବ ମିଶ୍ର ଙ୍କୁ ମୁଖ୍ୟ ଅତିଥି ଦ୍ୱାରା ସମ୍ମାନୀତ କରାଯାଇଥିଲା l ସଭା ଶେଷରେ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଓ ପୁରସ୍କାର ବିତରଣ କରାଯାଇଥିଲା l ଶିକ୍ଷୟତ୍ରୀ ଶର୍ମିଷ୍ଠା ଯୋଶୀ ଓ ଗୀତା ନାଏକ ମଞ୍ଚ ପରିଚାଳନା କରିଥିଲେ l ପରିଚାଳିକା ସରିତା ଗୋଏଲ ଧନ୍ୟବାଦ ଅର୍ପଣ କରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

 

Related posts

ଗାଁ କୁ ଫେରିଲା ମୃତ ଦାଦନ ଶ୍ରମିକଙ୍କ ଶବ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ମଝିରେ ମଝିରେ ହେଜୁ ଥା ।।

Sunil Chandra Nayak

ରାଉରକେଲାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ

Sunil Chandra Nayak

Leave a Comment

error: Content is protected !!