ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

ଶ୍ରୀମାଙ୍କ ଜନ୍ମ ଜୟନ୍ତୀ ଖଡିଆଳ ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପାଳିତ ହୋଇଯାଇଛି । ପ୍ରଥମେ କମିଟୀ ସଭାପତି ମେଜର ଡ. ରାମଚନ୍ଦ୍ର ମିଶ୍ର ଆଧ୍ୟାମିକ ପତକା ଉତ୍ତୋଲନ କରିଥିଲେ । ଏହାପରେ ସମାଧି ମନ୍ଦିରରେ ଖଡିଆଳ ଓ ଭେଳା ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ଶ୍ରୀମାଙ୍କ ସାମୁହିକ ନାମ ଜପ କରିଥିଲେ । ପରେ ଏକ ଆଲୋଚନା ଚକ୍ର ରେ ଡ. ମିଶ୍ର ଶ୍ରୀମାଙ୍କ ଜୀବନୀ, ଆଦର୍ଶ ଓ ମାର୍ଗ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରସାଦ ସେବନ ପରେ ସଭାରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ସବିତା ଅପା, ଉପ ସଭାପତି ଶ୍ରୀବସ୍ଟ ବାରିକ , ଅଧକ୍ଷ ବେଣୁ ଭାଇ, ନରେଶ ଭାଇ ,ରାଜେଶ୍ବରୀ ଅପା, ତଥା ଭେଲା ସ୍କୁଲର ନିରେଶ ରଣା, ଦୁଷ୍ମନ୍ତ ସଗରିଆ , ମୁକେଶ ୟାଦବ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଭେଲା ସ୍ଥିତ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ଶ୍ରୀମାଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।

Related posts

ଫଟୋ ରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳୀ ଦେଲେ ଆଜି ସେ ଫଟୋ ଫ୍ରେମ୍ ରେ ରହିଗଲେ…

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ପ୍ରତାପ କିଶୋର ରାଉତ, ପୋଇପାଣି, କେନ୍ଦୁଝର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ପରିତ୍ୟକ୍ତ ଘରୁ ଶାଳ କାଠ ଜବତ

Sunil Chandra Nayak

Leave a Comment

error: Content is protected !!