ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାପ ମାଆ ଛେଉଣ୍ଡ ରୋଗାକ୍ରାନ୍ତ ପୁଅର ଚିକିତ୍ସା ଲାଗି ଜିଲ୍ଲାପାଳଙ୍କୁ ଆକୁଳ ନିବେଦନ 

ଢେଙ୍କାନାଳ, କାମାକ୍ଷାନଗର  23/8/22  ମୋ ନାତିକୁ ଭଲ କରି ଦିଅନ୍ତୁ ଭଗବାନ ମୁଁ ହାତ ଯୋଡୁଛି, କାନ୍ଦି କାନ୍ଦି ଆକୁଳ ହୋଇ କହୁଛି ଜଣେ ଜେଜେ ମା ଆଉ ଭଉଣୀ କହୁଛି ମୋ ଭାଇକୁ ଭଲ କରିଦିଅନ୍ତୁ , ବାପା ମାଆ ଛେଉଣ୍ଡ ରୋଜଗାରିଆ ବଡ ପୁଅ ଉପରେ ଭାଇ ଭଉଣୀ ତିନି ଜଣ ଓ ଜଣେ ବୃଦ୍ଧା ଜେଜେ ମା ନିର୍ଭର କରୁଥିବା ଏକ ପରିବାର ରହିଛି । ଏ ଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାହାଡ଼ ଅନ୍ତର୍ଗତ ବାମ ପଞ୍ଚାୟତ କୀର୍ତ୍ତନପୁର ଗ୍ରାମରେ l ପରିବାର ର ବାପା ଦିବାକର ସିଂହ ଓ ମାତା କାମିନୀ ସିଂହ ଦୁହେଁ ଆରପାରିକୁ ଚାଲିଯିବା ପରେ ପୁଅ ଗୋବିନ୍ଦ ଚନ୍ଦ୍ର ସିଂହ (୨୩)ବର୍ଷ ଉପରେ ପରିବାର, ମୁଣ୍ଡ ଉପରେ ଲଳିତା ବିଡା ଭଳି ଦାୟିତ୍ଵ ଭାର ଲଦି ହୋଇଗଲା । ଏଠାରେ ସୂଚନାଯୋଗ୍ୟ ଯେ ଆଜକୁ ଦୁଇ ବର୍ଷ ଧରି ଗୋବିନ୍ଦଙ୍କ ଦେହରେ ରୋଗର ଲକ୍ଷଣ ଦେଖା ଦେବାରୁ ପରିବାର ପାଇଁ ଚିନ୍ତାର କାରଣ ପାଲଟି ଯାଇଛନ୍ତି । କିଡ଼ିନ ରୋଗର ଲକ୍ଷଣ ଦେଖା ଦେବାରୁ ଅର୍ଥ ସାଜିଛି ବାଧକ। ଅର୍ଥ ଅଭାବରୁ ନିଜେ ଦୁଃଖରେ ଭାଙ୍ଗି ପଡିଛନ୍ତି ।ଗୋଟିଏ ପଟେ ପରିବାର ଚଳେଇବା ଅନ୍ୟ ପଟେ ଏହି ରୋଗ ଦାଉରୁ ମୁକ୍ତି ପାଇବା । ପୁଣି ଉକ୍ତ ପରିବାର ଉପରେ ନିର୍ଭର କରୁଥିବା ବୃଦ୍ଧା ଜେଜେମା ଏବେ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।ବୟସ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏହି ବୃଦ୍ଧା ଜେଜେମା ପ୍ରତି ପଞ୍ଚାୟତ ପ୍ରତିନିଧିଙ୍କ ଦୃଷ୍ଟି ପଡୁଛି ନା ପ୍ରଶାସନର ଦୃଷ୍ଟି ପଡୁଛି ।ଏପରି ସ୍ଥଳେ ଏହି ପରିବାରରେ ବଡ ବଡ ଭାଇଭଉଣୀ ସାଙ୍ଗକୁ ଜେଜେମା କିପରି ଏହି ଅଭାବ ଅନଟନ ମଧ୍ୟରେ କେମିତି ବଞ୍ଚିବେ ତାହା ଗୋବିନ୍ଦଙ୍କ ଆଖିରୁ ନିଦ ହଜେଇ ଦେଇଛି ।ନିଜର ରୋଗ ଦାଉରୁ ରକ୍ଷା ପାଇବା ଓ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗୋବିନ୍ଦ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ଲୋଡିଛନ୍ତି ।ଏତଦ୍ ବ୍ୟତୀତ ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସାହାଯ୍ୟ କରିବାକୁ ଚାହାନ୍ତି ତେବେ -୮୨୬୦୦୦୪୩୮୦, ୮୬୫୮୦୦୦୧୮୪ ଏହି ମୋବାଇଲ ନମ୍ବର ସହିତ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ରାଜ୍ୟସଭା ସାଂସଦ ସୁଜିତ ସେଠ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିଦ୍ୟାଧର ଚମ୍ପୂ  ଇ 

ବେଣୁଧର ସୂତାର ଙ୍କ କବିତା କଳ୍ପନାର କଳ୍ପଧାରା

Leave a Comment

error: Content is protected !!