ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଶୋକସଭା

ରାଉରକେଲା/ ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ଚନ୍ଦ୍ରଶେଖର ଶତପଥୀ,ଅଟମ ରଥ,କୁଞ୍ଜବିହାରୀ ରାଉତ,ଡଃ ଜୟନ୍ତୀ ପାଢୀ,ବାଉରୀବଂଧୁ ସାହୁ,ଭାସ୍କର ଚନ୍ଦ୍ର ପୁହାଣ,ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ ବକ୍ତବ୍ଯ ରଖି ସ୍ବର୍ଗତ କରଙ୍କ ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ତାଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ବକ୍ତାମାନେ ସ୍ବର୍ଗତ କରଙ୍କ ସହ ଆଦର୍ଶ ପାଠାଗାରର ସଂପର୍କକୁ ରୋମନ୍ଥନ କରିବାସହ ରାଜ୍ୟ ଜଣେ ଜଗନ୍ନାଥ ସଂସ୍କୃତିର ଅନନ୍ୟ ଗବେଷକ,ନାଟ୍ଯକାର,ଶିକ୍ଷାବିତ୍,ଆଧ୍ୟାତ୍ମିକ ପ୍ରବଚକ,ଓଡିଆ ଭାଷା ସଂସ୍କୃତିର ସଂରକ୍ଷକ,ସୁସାହିତ୍ୟିକ,ବାଗ୍ମୀ ଙ୍କୁ ହରାଇଲା ବୋଲି ମତପ୍ରକାଶ କରିଥିଲେ। ସଭାପତିତ୍ବ ଅଭିଭାଷଣ ସହ ଶ୍ରୀ ଦାସ ସ୍ବର୍ଗତ କରଙ୍କ ଆଦର୍ଶ ପାଠାଗାର ଆୟୋଜିତ ଭଂଜ ଜୟନ୍ତୀ ରେ ତାଙ୍କ ଗରିମାମୟ ଉପସ୍ଥିତି ସଂପର୍କରେ ଆଲୋଚନା କରିଥିଲେ। କବି ଶ୍ରୀ ରାଉତ ” ପଦ୍ମଶ୍ରୀ ରଜତ କର” କବିତା ପାଠ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ସର୍ବଶ୍ରୀ ରାଧାକାନ୍ତ ମିଶ୍ର,ଜ୍ଞାନେନ୍ଦ୍ର କୁମାର ଦାଶ,ପ୍ରଦୀପ କୁମାର ପଟ୍ଟନାୟକ,ଡାକ୍ତର ବସନ୍ତ କୁମାର ଦାସ,ପ୍ରଫୁଲ୍ଲ କୁମାର ସାମଲ,ବୀଣାପାଣି ରଥ,ଜ୍ୟୋତି ରଞ୍ଜନ ମହାପାତ୍ର,ପ୍ରଭାତ କୁମାର ରାଉତ,ଟୁକୁଲା ପାଢୀ,ବିଜୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତରହି ସ୍ବର୍ଗତ କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଶନିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ମନ୍ଦିର ପୂଜକଙ୍କ ମେଡିକାଲ ନେବାବେଲେ ମୃତ୍ୟୁ ଘଟଣା, ପୁଲିସ୍ ର ତଦନ୍ତ ଆରମ୍ଭ

ମୁଣ୍ଡାଗୁଡା ରୁ ମଙ୍ଗର ଦୋରା ରାସ୍ତା ମରାମତି ପାଇଁ ପାଡେ ପଦର ସରପଞ୍ଚ ଙ୍କ ବି ଡି ଓ ଙ୍କୁ ଦାବିପତ୍ର

Sunil Chandra Nayak

ବେଆଇନ ପାଚେରୀ ନିର୍ମାଣ ବିରୋଧରେ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!