ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାନିଗାଁଠାରେ କ୍ଷୁଦ୍ର ଶସ୍ୟ ଚାଷ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼,୧୨/୦୫(ମ.ନି.ସ)-ଲାଞ୍ଜିଗଡସ୍ଥିତ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଓପିଇଲିପି କାର୍ଯ୍ୟକ୍ରମ ମାଧ୍ୟମରେ ଲାଞ୍ଜିଗଡ ଅଞ୍ଚଳରେ ମାଣ୍ଡିଆ, କାଙ୍ଗ, କୋଶଲା, ସୁଆଁ, ଖେଡଜନା ଆଦି କ୍ଷୁଦ୍ର ଶସ୍ୟ ଚାଷ ପାଇଁ ବାନିଗାଁଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିଥି ଭାବେ ଗୋଷ୍ଠୀ କୃଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦ, ମିଲେଟ୍ ମିଶନର ଜିଲ୍ଲା ସଂଯୋଜକ ଜିତୁ ନାଏକ, ଜିଲ୍ଲା ସହ ସଂଯୋଜିକା ପୂଜା ବର୍ମା, ସ୍ୱେଚ୍ଛାସେବୀ ସଂଗଠନ ଜନସାହାଯ୍ୟର ସଂପାଦିକା ସୀତାଦେବୀ ମିଲେଟ୍ ମିଶନର ସହ ସଂଯୋଜକ ସୁବାସ ନାୟକ, ଜନସାହାଯ୍ୟର କୃଷି ଅଧିକାରୀ ପରମାନନ୍ଦ ରଣା, ଗ୍ରାମ୍ୟ କୃଷି ଅଧିକାରୀ ଅଲବିସ୍ ମାଳି,ଡୋଳେଶ୍ୱର ସା ପ୍ରମୁଖ ଯୋଗ ଦେଇଥିଲେ । କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ଲମ୍ବୋଦର ପ୍ରଧାନ ଓ କନିଷ୍ଠ କୃଷି ଅଧିକାରୀ ମନୋଜ କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଲାଞ୍ଜିଗଡ ଗ୍ରାମପଞ୍ଚାୟତର ୮୦ଜଣ ଚାଷୀ ସାମିଲ ହୋଇ ତାଲିମ ଗ୍ରହଣ କରିଥିଲେ ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

କେସିଙ୍ଗା ଉପଖଣ୍ଡ ଥାନା ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

ବେଣୁଧର ସୂତାର ଙ୍କ କବିତା ନିରବ ସ୍ୱାକ୍ଷର 

Sunil Chandra Nayak

ଯାଜ୍ଞସେନୀ ତରଫରୁ ପଣାସକ୍ରାନ୍ତି ପାଳିତ

Sunil Chandra Nayak

Leave a Comment

error: Content is protected !!