ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ଓ ଆମ୍ବେଦକର ପାଠାଗାର ଉଦଘାଟିତ

ଢେ଼ଙ୍କାନାଳ (ମସିହା)୦୬/୧୨_ଭାରତ ରତ୍ନ , ସମ୍ବିଧାନ ପ୍ରଣେତା ,ସମାଜ ସଂସ୍କାରକ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ୪୬ତମ ପୂଣ୍ୟ ତିରୋଧାନ ଦିବସ ପାଳିତ ହୋଇ ଯାଇଛି। ଢେଙ୍କାନାଳ ଜିଲ୍ଲା ଟାଟାଷ୍ଟିଲ ନିକଟସ୍ଥ ନରେନ୍ଦ୍ରପୁରସ୍ଥିତ “ମା’ ଲଙ୍ଗ ବାଉତୀ ଟ୍ରକ ଏବଂ ଟ୍ରଲର ମାଲିକ ଉନ୍ନୟନ ସଂଘ” ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବାହ୍ନରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଆମ୍ବେଦକର ପ୍ରେମୀ ଉତ୍ସାହୀ ସଂଘ ସଦସ୍ୟ ତଥା ସ୍ଥାନୀୟ ଯୁବଗୋଷ୍ଟି ୫୦ୟୁନିଟ ରକ୍ତଦାନ କରିଥିଲେ। ଆମ୍ବେଦକର ପାଠାଗାର ନୂତନଗୃହ ଉଦଘାଟନ କରିଥିଲେ। ଅତିଥି ଗଣ ଆମ୍ବେଦକର ଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପରେ ପରେ ସଂଘ ସଭାପତି କୈଳାଶ ଚନ୍ଦ୍ର ନାଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଆମ୍ବେଦକର ଲୋହିଆ ବିଚାର ମଞ୍ଚର ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମଲିକ ,ସମ୍ମାନିତ ଉପସଭାପତି ଅଭିରାମ ପାତ୍ର, ଅନୁଗୁଳ ଜିଲ୍ଲା ୨୭ନଂ ଜିଲ୍ଲା ପରିଷଦ ସଦସ୍ୟ ତଥା ସମାଜସେବୀ ,ଆମ୍ବେଦକର ପ୍ରେମୀ ଯୁବନେତା ଗୋପାଳ ଚନ୍ଦ୍ର ନାଏକ,” ନାରୀ ସଚେତନ ମଞ୍ଚ କଣିହାଁ ଅନୁଷ୍ଠାନର ସମାଜସେବୀ ପ୍ରଭାକର ନାଏକ,ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ରୁଦ୍ରାନ୍ତ ଦଳେଇ ପ୍ରମୁଖ ଯୋଗ ଦେଇ ଆମ୍ବେଦକରଙ୍କ ଆଦର୍ଶ ରେ ଅନୁପାଣିତ ହେବାକୁ ଉଦବୋଧନ ଦେଇଥିଲେ।ସାଧାରଣ ଜନତାଙ୍କ ଭିଟାମାଟି ରେ ଗଢି ଉଠୁଥିବା ପୁଞ୍ଜିପତିଙ୍କ ଶିଳ୍ପାନୁଷ୍ଠାନ ଜନତାଙ୍କ ଜୀବନ ଜୀବିକାକୁ ପ୍ରଭାଭିତ କରୁଛି।ଶିଳ୍ପାଞ୍ଚଳର ପଦ୍ୟୁଷଣ ରେ ସନ୍ତୁଳିତ ହେଉଛି ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା।କିଛି ସ୍ୱାର୍ଥବାଦୀ ଲୋକଙ୍କ ପାଇଁ ସାଧାରଣ ଜନତା ହୀନସ୍ଥା ଭୋଗୁଛନ୍ତି ବୋଲି ଉକ୍ତ ସଭାରେ ସଂଘ ସଭାପତି ଶ୍ରୀ ନାଏକ ତାଙ୍କ ଅଭିଭାଷଣ ରେ ପ୍ରକାଶ କରିଥିଲେ ।ମଂଚ ସଞ୍ଚାଳନ କରିଥିଲେ ପ୍ରଶାନ୍ତ ନାଏକ। ସଂଘ ସଦସ୍ୟ ରାମଚନ୍ଦ୍ର ପ୍ରଧାନ, ବିରଞ୍ଚି ନାରାୟଣ ନାୟକ, ଚନ୍ଦନ ମିଶ୍ର ,ଲକ୍ଷ୍ମଣ ନାଏକ , ମୁନା ନାଏକ, ଦୈତାରି ସେଠୀ, ରାଜୁ ଦଳେଇ, ଦୀପକ ମହାନ୍ତଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଭୟ ହେଲାଣି ମୋହର

Sunil Chandra Nayak

କୋକସରା ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନ ଙ୍କ ରେ ୭୬ ତମ ସ୍ଵାଧିନତା ଦିବସ ପାଳନ

Sunil Chandra Nayak

ବିଜୁ ଯୁବ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଏଵଂ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!